You are currently viewing ବିଜ୍ଞାନ ଶିକ୍ଷକଙ୍କୁ ଆନ୍ତର୍ଜାତିୟ ସମ୍ମାନ
ବିଜ୍ଞାନ ଶିକ୍ଷକଙ୍କୁ ଆନ୍ତର୍ଜାତିୟ ସମ୍ମାନ

ଖଲ୍ଲିକୋଟ :2/1
ୱାର୍ଲଡ୍ ଚାରିଟି ୱେଲଫେର ଫାଉଣ୍ଡେସନ ତରଫରୁ ଗଞ୍ଜାମ ଜିଲ୍ଲାର ଖଲିକୋଟ ବ୍ଲକ୍ ଅନ୍ତର୍ଗତ କଞ୍ଚଣା ସ୍ଥିତ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ନିରଞ୍ଜନ ବିଶ୍ୱାଳଙ୍କୁ ଆନ୍ତର୍ଜାତୀୟ ସମ୍ମାନ ପ୍ରଦାନ କରାଯାଇଛି। ଭୁବନେଶ୍ୱରର ଜୟଦେବ ଭବନ ଠାରେ ଆୟୋଜିତ ଏକ ସମ୍ବର୍ଦ୍ଧନା ଉତ୍ସବରେ ମୁଖ୍ୟ ଅତିଥି ରୂପେ ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ମୁଖ୍ୟ ବକ୍ତା ରୂପେ ଗିନିଜ୍ ୱାର୍ଲଡ ରେକର୍ଡଧାରି ଚିଦଖା ଖଟୁଆ ଯୋଗଦେଇ ଉତ୍ତମ ଶିକ୍ଷକ ଭାବରେ ବିଦ୍ୟାଳୟର ରେଡକ୍ରସ୍ ଦାୟିତ୍ବରେ ଥିବା ବିଜ୍ଞାନ ଶିକ୍ଷକ ନିରଞ୍ଜନ ବିଶ୍ୱାଳଙ୍କୁ ଆନ୍ତର୍ଜାତୀୟ ସମ୍ମାନରେ ସମ୍ମାନିତ କରିଥିଲେ। ଏପରି ସମ୍ମାନ ପାଇଁ ନିରଞ୍ଜନଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ଜ୍ଞାପନ କରାଯାଇଅଛି। ସେ ଜଣେ ଭଲ ଶିକ୍ଷକ ସହ ସ୍ବେଛାସେବୀ ଭାବେ ବହୁ ସୁନାମ ଅର୍ଜନ କରିଛନ୍ତି। ବିଭିନ୍ନ ସାମାଜିକ ଉନ୍ନତିମୂଳକ କାର୍ଯ୍ୟକ୍ରମ କରି ସେ ପୁର୍ବରୁ ପ୍ରଶଂସିତ ହୋଇଛନ୍ତି। ଏହି କାର୍ଯ୍ୟକ୍ରମରେ ଫାଉଣ୍ଡେସନର ପରିଚାଳକ ମମତା କାଡ୍ରାକାଙ୍କ ସମେତ ଅନ୍ୟାନ କର୍ମକର୍ତ୍ତା ଉପସ୍ଥିତ ଥିଲେ।