You are currently viewing ବଧିର ବିଦ୍ୟାଳୟରେ ଶିକ୍ଷାଉପକରଣ ଓ ଚଷମା ବଣ୍ଟନ
ବଧିର ବିଦ୍ୟାଳୟରେ ଶିକ୍ଷାଉପକରଣ ଓ ଚଷମା ବଣ୍ଟନ

ମହାନଦୀ ବିହାର ପେନସନ ଆସୋସିଏସନ ଆନୁକୂଲ୍ୟରେ ଶିକ୍ଷା ସାମଗ୍ରୀ ବଣ୍ଟନ ।

କଟକ : କଟକ ସଦର ୪୨ ମୌଜା ବେଲେଶ୍ୱର ବଧିର ଉଚ୍ଚ ବିଦ୍ୟାଳୟ ପରିସରରେ ମହାନଦୀ ବିହାର ପେନସନ ଆସୋସିଏସନ ଆନୁକୂଲ୍ୟରେ ଶିକ୍ଷାଉପକରଣ ଅଧୟନରତ ସମସ୍ତ ବଧିର ଛାତ୍ର ଛାତ୍ରୀଙ୍କୁ ମାନଙ୍କ ମଧ୍ୟରେ ବଣ୍ଟନ କରାଯାଇଛି । ଏହି ଅବସରରେ ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଥିବା ଚକ୍ଷୁ ପରୀକ୍ଷାରେ ଚିହ୍ନଟ କରାଯାଇଥିବା ୨୪ ଜଣ ବଧିର ଛାତ୍ରଛାତ୍ରୀ ମାନଙ୍କୁ ବିଶ୍ଵମାନବ ଅଧିକାର ପରିଷଦର ରାଜ୍ୟ ସଂଯୋଜକ ପ୍ରାଧ୍ୟାପକ ଡ଼ଃ. ସେକ କଲ୍ଲୀମୂଲ୍ଲା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଚଷମା ବଣ୍ଟନ କରିଥିଲେ ଏବଂ ମହାନଦୀ ବିହାର ପେନସନ ଆସୋସିଏସନର ସମସ୍ତ କର୍ମକର୍ତ୍ତା ଯଥା ଡ଼ଃ.ଶଶୀଭୂଷଣ ମହାନ୍ତି,ରବୀନ୍ଦ୍ର ପ୍ରସାଦ ତ୍ରିପାଠୀ,ଇଂ ତାପସ ଚନ୍ଦ୍ର ସାମନ୍ତ,ଇଂ. ରମେଶ ଚନ୍ଦ୍ର ରାଉତ,ପ୍ରଶାନ୍ତ କୁମାର ପ୍ରଧାନ, ନିର୍ମଳେନ୍ଦୁ ଗୁପ୍ତ,ଇଂ.ଶିବ ପ୍ରସାଦ ନାୟକ,ବୈକୁଣ୍ଠ ନାଥ ଆଚାର୍ଯ୍ୟ ପ୍ରମୁଖ ଯୋଗ ଦେଇ ଶିକ୍ଷା ଉପକରଣ ବଣ୍ଟନ କରିଥିଲେ । ଏହି କାର୍ଯ୍ଯକ୍ରମକୁ ବିଦ୍ୟାଳୟ ଅଧ୍ୟକ୍ଷ ଶ୍ରୀଯୁକ୍ତ ସରୋଜ କୁମାର ଚୌଧୁରୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ସୁଚାରୁରୂପେ ସମ୍ପାଦନା କରାଯାଇଥିଲା । ଏଥିରେ ବିଦ୍ୟାଳୟ କର୍ମଚାରୀ ମାନେ ଆଶିଷ କୁମାର ପ୍ରଧାନ,ମମତା ପରିଡା, ଚିନ୍ମୟୀ ବାରିକ,କେତକୀ ରାଣୀ ସାହୁ,ପୂଜା ବେହେରା ଓ ପବିତ୍ର କୁମାର ପରିଡା ଆଦି ସହଯୋଗ କରିଥିଲେ l ପରିଶେଷରେ ଅନୁଷ୍ଠାନ ତରଫରୁ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରାଯାଇଥିଲା l