You are currently viewing କ୍ଷତ୍ରୀୟବରପୁର ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ
କ୍ଷତ୍ରୀୟବରପୁର ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ

ବେଲଗୁଣ୍ଠା, 25/01, ବେଲଗୁଣ୍ଠା ବ୍ଳକ୍ କ୍ଷତ୍ରୀୟବରପୁର ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି | ଅଧ୍ୟକ୍ଷ ବି ଗୋବିନ୍ଦ ରାଓଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ଭଞ୍ଜନଗର ଉପଜ଼ିଲ୍ଲାପାଳ ଜ୍ୟୋତି ଶଙ୍କର ରାୟ ମୁଖ୍ୟ ଅତିଥିରୂପେ ଯୋଗ ଦେଇ ମେଧାବୀ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଚାକିରୀର ଅଭାବ ନାହିଁ ବୋଲି କହିଥିଲେ |ଭଞ୍ଜନଗର ଆଞ୍ଚଳିକ ପରିବହନ ଅଧିକାରୀ ଶୁଭେନ୍ଦୁ କୁମାର ରାୟ ସମ୍ମାନିତ ଅତିଥି ରୂପେ ଯୋଗ ଦେଇ ଛାତ୍ର ଛାତ୍ରୀଙ୍କୁ ଆତ୍ମ ବିଶ୍ୱାସ ରଖିବାକୁ ପରାମର୍ଶ ଦେଇଥିଲେ |ପ୍ରାଧ୍ୟାପକ ବିଷ୍ଣୁ ପ୍ରସାଦ ପଟ୍ଟନାୟକ ନିଜ ଉଦବୋଧନରେ ଶୃଙ୍ଖଳା ରଖିବାକୁ
ପରାମର୍ଶ ଦେଇଥିଲେ |ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାରେ କୃତୀତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା | ଲିଜ଼ାରାଣୀ ପଣ୍ଡାଙ୍କୁ
ଲିଟିରାରୀ ଚମ୍ପିୟାନ ପୁରସ୍କାର ଦିଆଯାଇଥିଲା | ଅନ୍ୟମାନଙ୍କ ମଧ୍ୟରେ ଦେଵେଶ ଚନ୍ଦ୍ର ମହାପାତ୍ର, ସୁଶାନ୍ତ କୁମାର ଲେଙ୍କା, ସ୍ୱରୂପା ରାଣୀ ବିଶ୍ୱାଳ, ସ୍ନିଗ୍ଧା ରାଣୀ ଗୌଡ଼, ଦିପୁ ଭୂୟାଁ, ପି ଦୀପକ ରାଓ, ସଞ୍ଜୟ ସାହୁ, ସନ୍ତୋଷୀ ପରିଡା, ପିଙ୍କି ପଲାଇ, ଲିପିକା ବିଷୋଇ, ଭାରତୀ ବିଶ୍ୱାଳ, ରମେଶ ଚନ୍ଦ୍ର ରାଉତ, ସିମାଞ୍ଚଳ ବିଶ୍ୱାଳ,ସହଯୋଗ କରିଥିଲେ |ଏଥିରେ ବିଦ୍ୟାଳୟର ଯୁବ ରେଡକ୍ରସ ଏବଂ ଜାତୀୟ ସେବା ଯୋଜନା ଛାତ୍ର ଛାତ୍ରୀ ସହଯୋଗ କରିଥିଲେ I

ରିପୋର୍ଟ-ଶିବରାମ ଚୌଧୁରୀ