You are currently viewing ବଡ଼ ବରଙ୍ଗା ଚକ୍ର ପାଣି ଉଚ୍ଚ ବିଦ୍ୟାଳୟ ରେ ଜଣେ ଶିକ୍ଷକ ଙ୍କୁ ଅବସର ବିଦାୟ ସମ୍ବର୍ଦନା ,
ବଡ଼ ବରଙ୍ଗା ଚକ୍ର ପାଣି ଉଚ୍ଚ ବିଦ୍ୟାଳୟ ରେ ଜଣେ ଶିକ୍ଷକ ଙ୍କୁ ଅବସର ବିଦାୟ ସମ୍ବର୍ଦନା ,

ପୁରୁଷୋତ୍ତମପୁର ବ୍ଳକ ବଡ଼ ବରଙ୍ଗା ରେ 1990 ମସିହାରେ ଚକ୍ର ପାଣି ଦୋରା ବ୍ଳକ ଗ୍ରାଣ୍ଡ ହାଇସ୍କୁଲ ଆରମ୍ଭ ହୋଇ ଥିଲା| ଦୁଈ ଜଣ ଶିକ୍ଷକ ଙ୍କ ବିଦାୟ ପରେ ଆଜି 1992 ମସିହାରେ ପିଜିଟି ସହକାରୀ ଶିକ୍ଷକ ଭାବେ ରବୀନ୍ଦ୍ର ନାଥ ତ୍ରିପାଠୀ ଜଏନ କରି ଆଜି 3ୟ ଶିକ୍ଷକ ଭାବେ ସ୍କୁଲ ରୁ ଅବସର ନେଉଛନ୍ତି | ତାଙ୍କ ବିଦ୍ୟାୟ ଉଚ୍ଚବ ରେ ସରପଞ୍ଚ, ସ୍କୁଲ କମିଟି, ଅଭି ଭାବକ,, ଯୁବ ସରପଞ୍ଚ ଓ ଛାତ୍ର, ଛାତ୍ରୀଙ୍କ ମନରେ ଆନନ୍ଦ ପରିବର୍ତ୍ତେ ଦୁଃଖଭରି ଯାଇଛି | ସରକାର ସ୍କୁଲ ରେ ଶିକ୍ଷକ ନିଯୁକ୍ତି କରୁନାହାନ୍ତି ବରଂ ଜଣେ ପରେ ଜଣେ ଶିକ୍ଷକ, ଅବସର ନେଉଛନ୍ତି | କିନ୍ତୁ ସେମାନଙ୍କ ଅନୁପସ୍ଥିତି ରେ ନୂତନ ଶିକ୍ଷକ ପୋଷ୍ଟିଙ୍ଗ ହେଉନଥିବାରୁ ସମସ୍ତଙ୍କ ମନରେଗୋଟିଏ ପ୍ରଶ୍ନ ସ୍କୁଲ ଚାଲିବ କିପରି | ଜଣେ ଶିକ୍ଷକ ଙ୍କୁ ବିଦାୟ ସମ୍ବର୍ଦନା ଦେବାରେ ଯେତିକି ଖୁସି ଲାଗିଥାନ୍ତା ତାଠାରୁ ସହେଗୁଣ ଦୁଃଖ ସମସ୍ତଙ୍କୁ ଲାଗୁଛି, ପିଲାମାନଙ୍କ ଭବିଷ୍ୟତ କଣ ହେବ | କିପରି ସେମାନେ ପାଠ ପଢିବେ | କିନ୍ତୁ ବ୍ଳକ ଗ୍ରାଣ୍ଡ ସ୍କୁଲ ରେ ଶିକ୍ଷକ ମାନଙ୍କ ଅଭାବ କୁ ସରକାର ବୈମାତୃକ ମନୋଭାବ ପୋଷଣ କରି ଆସୁଛନ୍ତି | ଯାହା ଫଳରେ ଶିକ୍ଷାର ଉର୍ନ୍ନତି ଉପରେ ସରକାର କାହିଁକି ବ୍ଳକ ଗ୍ରାଣ୍ଡ ସ୍କୁଲ ରେ ଶିକ୍ଷକ ନିଯୁକ୍ତି କରୁନାହାନ୍ତି ତାହାହିଁ ସମସ୍ତଙ୍କ ମନରେ ବିରାଟ ପ୍ରଶ୍ନ ବାଚୀ ସୃଷ୍ଟି କରିଛି |

ତେବେ ଆଜି ପ୍ରଥମରୁ ଥିବା ଜଣେ ଶିକ୍ଷକ ଅବସର ପରେ ମଧ୍ୟ ଏହି ଗାଁ ଲୋକଙ୍କ ଭଲ ପାଇବା, ଛାତ୍ର, ଛାତ୍ରୀଙ୍କ ପାଠ ପଢିବା କୁ ନେଇ ସେ ହିଞ୍ଜିଳି କାଟୁ ଠାରୁ ମାଗଣାରେ ସାଇକେଲ ରେ ଆସି ପାଠ ପଢ଼େଇବେ ବୋଲି ଆଜି ଅବସର ପରେ ବି ସେ ସମସ୍ତଙ୍କୁ ପ୍ରତିଶୃତି ଦେଇଛନ୍ତି | ଏପଟେ ଯୁବ ସରପଞ୍ଚ ଙ୍କ ମନରେ ବହୁତ ଦୁଃଖ କଣ 30 ବର୍ଷ ର ଏହି ସ୍କୁଲ ଶିକ୍ଷକ ଙ୍କ ଅଭାବ ଯୋଗୁଁ ଭାଙ୍ଗି ଯିବନିତ | ତେବେ ଆଜି ଅପରାହ୍ନ ରେ ସ୍କୁଲ ର ସହକାରୀ ଶିକ୍ଷକ ରବୀନ୍ଦ୍ର ନାଥ ତ୍ରିପାଠୀ ଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦନାପ୍ରଧାନ ଶିକ୍ଷକ ବଟକୃଷ୍ଣ ଦାଶଙ୍କ ତତ୍ୱା ବଧାନରେ ଆରମ୍ଭ ହୋଇଛି!| ସମ୍ମାନିତ ଅତିଥି ଭାବେ ରାଣୀଗାଁ କ୍ଲଷ୍ଟର ସିଆର ସିସି ଭାରତୀ ଭୂଷଣ ଦାଶ ଯୋଗ ଦେଇଥିଲା ବେଳେ ସହକାରୀ ଶିକ୍ଷକ ବସନ୍ତ କୁମାର ସାହୁ, ଦୈତାରୀ ପଣ୍ଡା, ପ୍ରଦୀପ କୁମାର ମହାପାତ୍ର, ଶ୍ରୀମତୀନଳିନୀ ଦୀକ୍ଷିତ, ଓ ବିଦାୟ ଶିକ୍ଷକ ରବୀନ୍ଦ୍ର ନାଥ ତ୍ରିପାଠୀ ମଞ୍ଚାସିନ ଥିଲେ | ସମସ୍ତେ ତ୍ରିପାଠୀ ସାରଙ୍କ ଅନୁପସ୍ଥିତି କୁ ନେଇ ଦୁଃଖ ପ୍ରକାଶ କରିବା ସହିତ ତ୍ରିପାଠୀ ସାର ଙ୍କୁ କିଛି ଦିନ ପର୍ଯ୍ୟନ୍ତ ଆସି ବିଦ୍ୟାଳୟ ରେ ପାଠ ପଢେଇବା ସହ ସ୍କୁଲ ର ଅନ୍ୟ କାର୍ଯ୍ୟ କୁ ମଧ୍ୟ ତୁଲାଇବା ନିମନ୍ତେ ଅନୁରୋଧ କରିଥିଲେ | ଏହାପରେ ସମସ୍ତେ ତ୍ରିପାଠୀ ସାରଙ୍କୁ ବିଦାୟ ସମ୍ବର୍ଦନା ରେ ନୂତନ, ପୁରାତନ, ଛାତ୍ର, ଛାତ୍ରୀ ଙ୍କ ଠାରୁ ସ୍କୁଲ ପରିଚାଳନା କମିଟି ସମସ୍ତେ ନିଜ, ନିଜର ଉପହାର ଦେଇଥିଲେ | ସେହି ବଡ଼ ବରଙ୍ଗା ର ଯୁବ ସରପଞ୍ଚ ଏନ ଭାସ୍କର ଦୋରା ସବୁ ବିଦାୟ ଉଚ୍ଚବରେ ସହଯୋଗ କରିଥିଲେ |।

କ୍ଲର୍କ D ରାମା ରାଓ ଦୋରା, ପିଅନ ସୁରଭୀ ସେଠୀ, ଓ ପାଣ୍ଡଵ ନାହକ, ଙ୍କ ସହିତ ବଡ଼ ବରଙ୍ଗା ର ସ୍କୁଲ ପରିଚାଳନା କମିଟି ସ୍କୁଲ ସଭାପତିଙ୍କ ପ୍ରତକ୍ଷ ସହଯୋଗ କରିଥିଲେ | ଏହି ଉଚ୍ଚବରେ କିଛିଦିନ ପରେ ଏହିସ୍କୁଲ 5ଟି ରେ ରୂପାନ୍ତରୀଣ ହେବ, ତଥାପି ଶିକ୍ଷକ ର ଅଭାବ | ଏବଂ ବ୍ଳକ ଗ୍ରାଣ୍ଡ ସ୍କୁଲ ର ଶିକ୍ଷକ ଙ୍କ ଅବସର ପରେ କୌଣସି ପେନସନ ଗ୍ରାଚୁଟି ମିଳୁ ନଥିବାରୁ ସେମାନେ ଏବଂ ତାଙ୍କ ପରିବାର ବହୁ ଅସୁବିଧା ଓ ଦୁଃଖ କଷ୍ଟ ରେ କାଳତିପାତ କରୁଥିବାର ଦେଖା ଦେଇଛି | ଏହାଉପରେ ରାଜ୍ୟ ସରକାର ଓଶିକ୍ଷା ବିଭାଗ ଗୁରୁତ୍ୱ ଦେବାକୁ ମିଡ଼ିଆ ମାଧ୍ୟମରେ ସମସ୍ତେ ଅନୁରୋଧ କରି ଛନ୍ତି |। ରିପୋର୍ଟ ପ୍ରସନ୍ନ କୁମାର ଦାସ