You are currently viewing ଦିଗପହଣ୍ଡି ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ବନ ମହୋତ୍ସବ ପାଳିତ
ଦିଗପହଣ୍ଡି ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ବନ ମହୋତ୍ସବ ପାଳିତ

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ସରସ୍ଵତୀ ନଗର ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଗୁରୁବାର ଦିନ ବନ ମହୋତ୍ସବ ତଥା ବୃକ୍ଷରୋପଣ ସପ୍ତାହ ପାଳନ ହୋଇଯାଇଛି । ବିଦ୍ୟାମନ୍ଦିର ପ୍ରଧାନ ଆଚାର୍ଯ୍ୟ ଭଗବତୀ ପ୍ରସାଦ ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଦିଗପହଣ୍ଡି ନଗର ସିଆରସିସି ଅନିଲ କୁମାର ଦାସ ଅତିଥି ଭାବେ ଯୋଗଦେଇ ବୃକ୍ଷ ରୋପଣର ଉପାଦେୟତା ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ଅବଗତ କରାଇଥିଲେ । ସେହିପରି ଶିଶୁ ମନ୍ଦିର ପ୍ରଧାନ ଆଚାର୍ଯ୍ୟ ଷଷ୍ଠୀ ପ୍ରସାଦ ବିଷୋୟୀ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ପରିପ୍ରକାଶ କରିଥିଲେ । ଆୟୋଜିତ କାର୍ଯ୍ୟକ୍ରମରେ ବିଦ୍ଯାଳୟର ସ୍କାଉଟ ଓ ଜାତୀୟ ସବୁଜ ସୁରକ୍ଷା ବାହିନୀର ଛାତ୍ରମାନେ ବିଦ୍ଯାଳୟ ପ୍ରାଙ୍ଗଣରେ ବୃକ୍ଷରୋପଣ କରିଥିଲେ । ସବୁଜ ବାହିନୀ ପ୍ରମୁଖ ତଥା ଆଚାର୍ଯ୍ୟ ସରୋଜ ରଥ ଓ ସ୍କାଉଟ ପ୍ରମୁଖ ଆଚାର୍ଯ୍ୟ ସନ୍ତୋଷ କୁମାର ପଣ୍ଡା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଛାତ୍ରୀ ପ୍ରଜ୍ଞା ରାଣୀ ପଣ୍ଡା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସମସ୍ତ ଗୁରୁଜୀ/ ଗୁରୁମା ସହଯୋଗ ପ୍ରଦାନ କରିଥିଲେ । ଶେଷରେ ଆଚାର୍ଯ୍ୟ ଶ୍ରୀ ରଥ ଧନ୍ୟବାଦ ଅର୍ପଣ କରିଥିଲେ ।

ଦିଗପହଣ୍ଡି ପ୍ରତିନିଧି କିରଣ କୁମାର ବେହେରା