You are currently viewing ପିଏମଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ବାର୍ଷିକ ଉତ୍ସବ
ପିଏମଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ବାର୍ଷିକ ଉତ୍ସବ

ସୋରଡ଼ା, (ଲିଟୁ କୁମାର ବିଷୋୟୀ )ଗଞ୍ଜାମ ଶିକ୍ଷା ଜିଲ୍ଲା ସୋରଡ଼ା ଗୋଷ୍ଠୀ ଶିକ୍ଷା ନିଅୟନ୍ତ୍ରଣାଧୀନ ଗାଙ୍ଗପୁର ପିଏମଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ବାର୍ଷିକ ଉତ୍ସବ ବେଶ ଧୁମ ଧାମ ରେ ପାଳନ କରାଯାଇଛି | ପ୍ରଧାନ ଶିକ୍ଷକ ନାରାୟଣ ସାହୁ ଙ୍କ ତତ୍ୱାବଧାନ ରେ ଆୟୋଜିତ ଏହି ବାର୍ଷିକ ଉତ୍ସବ ରେ ସୋରଡ଼ା ଗୋଷ୍ଠୀ ଶିକ୍ଷା ଅଧିକାରୀ ଦିଲ୍ଲୀପ ସ୍ୱାଇଁ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିବା ବେଳେ, ବଡ଼ଗଡ଼ ଥାନା ଅଧିକାରୀ ବିମଲ କୁମାର କହଁର, ବଡ଼ଗଡ଼ ବନାଞ୍ଚଳ ଅଧିକାରୀ ଅଞ୍ଜନ କୁମାର ନାୟକ,

ସିଦ୍ଧପୁର ଆଞ୍ଚଳିକ ସାଧନା କେନ୍ଦ୍ର ସଞ୍ଜଯୋକ ସିମାଞ୍ଚଳ ଦଳାଇ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଗୌରାଙ୍ଗ ପାଢ଼ୀ ମଞ୍ଚାସିନ ଥିଲେ, ନାରାୟଣ ବିଷୋୟୀ ମଞ୍ଚ ପରିଚାଳନା କରିଥିଲେ | ପ୍ରଥମେ ଛାତ୍ରଛାତ୍ରୀ ଓ ବିଦ୍ୟାଳୟ କତୃପକ୍ଷ ଅତିଥି ମାନଙ୍କୁ ଭବ୍ୟ ସ୍ୱାଗତ କରିବା ସହ ମଞ୍ଚ କୁ ପାଛୋଟି ନେଇଥିଲେ | ପ୍ରଥମେ ଅତିଥିମାନେ ଆମ ଆରାଧ୍ୟ ଜଗନ୍ନାଥ ଙ୍କ ନିକଟରେ ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ |

ସମସ୍ତ ମଞ୍ଚାସିନ ଅତିଥି ଛାତ୍ର ଛାତ୍ରୀ ଙ୍କ ଉଦେଶ୍ୟ ରେ ସମ୍ଭାଷଣ ରଖିଥିଲେ | ପୂର୍ବରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତା ରେ ଉତୀର୍ଣ୍ଣ ଛାତ୍ରଛାତ୍ରୀ ଙ୍କୁ ପୁରସ୍କାର ପ୍ରଦାନ କରିଥିଲେ | ଛାତ୍ର ଛାତ୍ରୀ ଙ୍କ ଦ୍ୱାରା ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ପରିସର ଝୁମି ଉଠିଥିଲା |