ଖଲ୍ଲିକୋଟ ବ୍ଲକ୍ କଞ୍ଚଣା ପଂଚାୟତ ଅନ୍ତର୍ଗତ ରାଣୀପଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ଆନୁକୁଲ୍ୟରେ ବିଜ୍ଞାନ ଓ ଗଣିତ ପ୍ରଦର୍ଶନୀ ଅନୁଷ୍ଟିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ପ୍ରଧାନ ଶିକ୍ଷକ ଦେବେନ୍ଦ୍ର କୁମାର ମହାରଣା ଉଦ୍ଘାଟନ କରିଥିବା ବେଳେ ସି ଆର୍ ସି ସି ଇନ୍ଦ୍ରମଣି ପ୍ରଧାନ ଅତିଥୀ ଭାବେ ଯୋଗ ଦେଇଥିଲେ। ପିଲାଙ୍କ ମଧ୍ୟରେ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ସହ ଗଣିତ ଜ୍ଞାନର ବିକାଶ ପାଇଁ ଏହି ପ୍ରଦର୍ଶନୀ କରାଯାଉଥିବା ହେଉଛି ଏହି ଯୋଜନାର ଲକ୍ଷ୍ୟ ବୋଲି ପ୍ରଧାନ ଶିକ୍ଷକ ପ୍ରକାଶ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ୫୫ଟି ପ୍ରକଳ୍ପ ସ୍ଥାନ ପାଇଥିଲା। ସହକାରୀ ଶିକ୍ଷକ ସନ୍ତୋଷ କୁମାର ରାଉତ, ଜିତେନ୍ଦ୍ର କୁମାର ଗୌଡ଼, ଶିକ୍ଷୟିତ୍ରୀ ରଶ୍ମିତା ସାହୁ ଓ ସୋନାଲି ସ୍ୱାଇଁ ପ୍ରମୁଖ ଙ୍କ ସମେତ ସମସ୍ତ ଛାତ୍ରଛାତ୍ରୀ ଓ ପରିଚାଳନା କମିଟି ସଦସ୍ୟ ଓ ସଦସ୍ୟା ଉପସ୍ଥିତ ଥିଲେ। ପ୍ରଦର୍ଶନୀ ରେ ଭାଗନେଇଥିବା ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରୁ ଉଭୟ ବିଭାଗର କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରଯାଇଥିଲା।
(ରିପୋର୍ଟ :ମାଧବ ବେହେରା, ଖଲ୍ଲିକୋଟ ଗଞ୍ଜାମ )
