ବ୍ରହ୍ମପୁର , ୨୮/୦୩ -:- ବ୍ରହ୍ମପୁର ୟୁର କିଡ୍ସ ସ୍କୁଲ ପ୍ରଥମ ବାର୍ଷିକ ଉତ୍ସବ ବ୍ରହ୍ମପୁର ସଂସ୍କୃତି ଭବନ ଠାରେ ଅନୁଷ୍ଠିତ ହୋଇଥିଲା। ଏଥିରେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଦିପ ପ୍ରଜ୍ବଳନ କରିଥିବା ବେଳେ ସ୍କୁଲ ପ୍ରିନ୍ସପାଲ ଭାଗ୍ୟ ଲକ୍ଷ୍ମୀ ସାବତ ଅତିଥି ଙ୍କୁ ସମ୍ମାନିତ କରିଥିଲେ । ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା ଛୋଟ ଛୋଟ ପିଙ୍କ ଶିକ୍ଷା ଉପରେ ଆଲୋଚନା କରିଥିଲେ। ସେହିପରି କଳିଙ୍ଗ ଟିଭି ମୁକ୍ଷ ପ୍ରକାଶ ପଟ୍ଟନାୟକ କହିଥିଲେ ପାଠ ପଢିବା ସମୟରେ କାହା ସହିତ ତୁଳନା କରନ୍ତୁ ନାହିଁ । ପରିଚୟ ନିଜର ସମ୍ମାନ। ସେହିପରି ବି ଜେ ଡି ମୁଖ ପାତ୍ର ତୁମ୍ଭ ନାଥ ପଣ୍ଡା ଏକ ନିର୍ଦ୍ଧିଷ୍ଟ ୟୁଟିଭ ଏକ କାର୍ଯ୍ୟକ୍ରମ ଦେଖନ୍ତୁ ଛୋଟ ପିଲାଙ୍କୁ ସେଥିରେ ଭଲ ଗୁଣାତ୍ମକ ଶିକ୍ଷା ପ୍ରଦାନ ପାଇବେ। ସୋନାଲି ଗନ୍ତାୟତ ମୋବାଇଲ ଫୋନ ଛୋଟ ପିଲାଙ୍କୁ ସେଥିରେ ବାରଣ କରାଇଲେ ପିଲାଙ୍କ ଅଭିଭାବକଙ୍କୁ । ସୁବାସ ଚନ୍ଦ୍ର ମହାରଣା ପିଲାଙ୍କ ଶିକ୍ଷା ଉପରେ ଗୁରୁତ୍ୱଦେବା କହିଥିଲେ। ଏହି ପରିପ୍ରେକ୍ଷୀରେ କର୍ପେଟର ସୁରେନ୍ଦ୍ର କୁମାର ମହାରଣା ଏହି ସ୍କୁଲ ର ଭବିଷ୍ୟତ ଉଜ୍ଜଳ ବିଷୟରେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ କିଡ୍ସ ସ୍କୁଲ ଅଧ୍ୟକ୍ଷ ଶ୍ରୀକାନ୍ତ ସାବତ। ନୃତ୍ୟ ର ରଙ୍ଗା ରଙ୍ଗର କାର୍ଯକ୍ରମ ସହ ଛୋଟ ଛୋଟ ପିଲା ଙ୍କୁ ପୁରସ୍କାର ବିତରଣ କରାଯାଇଥିଲା । ଏଥିରେ ସ୍କୁଲର ସମସ୍ତ ସଦସ୍ୟ ପରିବାର ସହଯୋଗ କରିଥିଲେ ।
