ରାଉରକେଲା, ୨୦୦୬ ( କାର୍ଯ୍ୟାଳୟ): ଆଜି ରାଉରକେଲା ବିପିୟୁଟିର ନିଜସ୍ଵ ଫଣ୍ଡରେ ଇଡ଼ିକୋ ସଂସ୍ଥା ସହଯୋଗରେ ପ୍ରସାଦ କନ୍ଷ୍ଟ୍ରକସନ ଦ୍ଵାରା ନିର୍ମିତ ହେଉଥିବା ୩୦କୋଟିରୁ ଊର୍ଦ୍ଧ୍ବ ଟଙ୍କା ବ୍ୟୟରେ ନିଜ କ୍ୟାମ୍ପସ ଭିତରେ ୬୦୦ ବେଡ ଲେଡିଜ ହଷ୍ଟେଲ ଏବଂ ସାଇନ୍ସ କ୍ଲବର ଶିଳାନ୍ୟାସ କାର୍ଯ୍ୟ ଶ୍ରମମନ୍ତ୍ରୀ ସାରଦା ପ୍ରସାଦ ନାୟକଙ୍କ ଦ୍ଵାରା ଶୁଭାରମ୍ଭ ହୋଇଛି । ଉକ୍ତ ଯୁଗାନ୍ତକାରୀ କାର୍ଯ୍ୟ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଦେବା ସହ ବିପିୟୁଟି ତାର ପ୍ରଗତିର ଗତିକୁ ଅତ୍ୟନ୍ତ କ୍ଷିପ୍ରତର କରିବ ବୋଲି ମନ୍ତ୍ରୀ ନିଜ ବକ୍ତବ୍ୟରେ ଆଶାପ୍ରକାଶ କରିଥିଲେ । ବିପିୟୁଟିର ପଦସ୍ଥ ପଦଧୂକାରୀ ଉପସ୍ଥିତ ଥିଲେ । ଇଡକୋର ଜୁନିୟର ମ୍ୟାନେଜର ଜିତେନ୍ଦ୍ର ଗଉଡ ଉପସ୍ଥିତ ଥିଲେ। ଯୁବ ଇଞ୍ଜିନିୟର ରଞ୍ଜନ ନାୟକ, ବୁବୁଲି କାବୁଲି ପ୍ରତିହାରୀ, ବିଜୟ ନାୟକ, ପଞ୍ଚାନନ ମହାପାତ୍ର, ପ୍ରଣୟ ନାୟକ, ନଳିନୀ ରାଉତ, ପ୍ରେମା ବଡାଇକ, ପ୍ରଶାନ୍ତ ନାୟକ, ଜର୍ଜ ଆନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ।
IJB news
Nilakantha pradhan

