You are currently viewing ଗମ୍ଭୀରିଗୁଡା ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଯୋଗଦେଲେ ସାନଖେମୁଣ୍ଡି ବିଧାୟକ ।
ଗମ୍ଭୀରିଗୁଡା ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଯୋଗଦେଲେ ସାନଖେମୁଣ୍ଡି ବିଧାୟକ ।

ସାନଖେମୁଣ୍ଡି , ୨୦/୦୨ – ( ପ୍ରଫୁଲ୍ଲ ସାବତ ) -:- ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କଙ୍କୋରଡା ଗ୍ରାମପଞ୍ଚାୟତ ପାଟପୁର ଥାନା ଅଧୀନସ୍ଥ ଗମ୍ଭୀରଗୁଡା ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ରୂପେ ଯୋଗଦେଇ କାର୍ଯ୍ୟକ୍ରମକୁ ଶୁଭ ଉଦ୍ଘାଟନ କରିଛନ୍ତି ମାନ୍ୟବର ସାନଖେମୁଣ୍ଡି ବିଧାୟକ ତଥା ଗଞ୍ଜାମ ଜିଲ୍ଲା କଂଗ୍ରେସ କମିଟି ସଭାପତି ଶ୍ରୀ ରମେଶ ଚନ୍ଦ୍ର ଜେନା । ଏହି ପରିପ୍ରେକ୍ଷୀରେ ସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ସହ ପିଲାମାନଙ୍କ ପାଠପଢ଼ା ଏବଂ ସ୍କୁଲର ସମସ୍ତ ସୁବିଧା ଅସୁବିଧା ବିଷୟରେ ଆଲୋଚନା କରିଥିଲେ ବିଧାୟକ । କାର୍ଯ୍ୟକ୍ରମରେ କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରିବା ସହ ଛାତ୍ରଛାତ୍ରୀ ମାନଙ୍କର ଉଜ୍ଜ୍ବଳ ଭବିଷ୍ୟତ କାମନା କରିଥିଲେ ସ୍ଥାନୀୟ ବିଧାୟକ ରମେଶ ଚନ୍ଦ୍ର ଜେନା । କାର୍ଯ୍ୟକ୍ରମରେ ସମସ୍ତ ସ୍କୁଲ ଶିକ୍ଷକ ଶିକ୍ଷୟତ୍ରୀ, ଛାତ୍ରଛାତ୍ରୀ ଏବଂ ସମସ୍ତ ଅଭିଭାବକ ମାନେ ଉପସ୍ଥିତ ଥିଲେ।