You are currently viewing ତୃତୀୟ ପର୍ଯ୍ୟାୟରେ ରୂପାନ୍ତରିତ ହେଲା ଦିଗପହଣ୍ଡି ବ୍ଳକର ସାତଟି ହାଇସ୍କୁଲ
ତୃତୀୟ ପର୍ଯ୍ୟାୟରେ ରୂପାନ୍ତରିତ ହେଲା ଦିଗପହଣ୍ଡି ବ୍ଳକର ସାତଟି ହାଇସ୍କୁଲ

ଛାତ୍ରଛାତ୍ରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଗଢ଼ିବା ଏବଂ ବୈଷୟିକ ଓ ଗୁଣାତ୍ମକ ଶିକ୍ଷା ପ୍ରଦାନ ନିମନ୍ତେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋ ସ୍କୁଲ ଯୋଜନାରେ ୫ ଟି ଉପକ୍ରମରେ ସରକାରୀ ବିଦ୍ୟାଳୟ ଗୁଡ଼ିକର ରୂପାନ୍ତରୀକରଣ ସକାଶେ ନିର୍ଦ୍ଦେଶ ଦେଇଥିଲେ । ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ଦିନ ତୃତୀୟ ପର୍ଯ୍ୟାୟରେ ଗଞ୍ଜାମ ଜିଲ୍ଲାର ୨୦୬ ଗୋଟି ସ୍ମାର୍ଟ ହାଇସ୍କୁଲକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମାଧ୍ୟମରେ ଲୋକାର୍ପିତ କରିଥିବା ବେଳେ ଦିଗପହଣ୍ଡି ବ୍ଲକର ମଧ୍ୟ ୭ ଗୋଟି ରୂପାନ୍ତରିତ ହାଇସ୍କୁଲକୁ ଉଦଘାଟନ କରିଛନ୍ତି । ସେଥିମଧ୍ୟରୁ ବାସୁଦେବପୁର ପଞ୍ଚାୟତର ଶ୍ରୀ ଜଗନ୍ନାଥ ହାଇସ୍କୁଲ , ବି.ତୁରୁବୁଡି ପଞ୍ଚାୟତ ହାଇସ୍କୁଲ , କଇଠଡା ପଞ୍ଚାୟତ ଓଡାସିଙ୍ଗି ସ୍ଥିତ ମହନ୍ତ ଶ୍ରୀ ଗୋବର୍ଦ୍ଧନ ଦାସ ଗୋସ୍ୱାମୀ ହାଇସ୍କୁଲ , ବିଜୟ ଲକ୍ଷ୍ମୀ ନାରାୟଣ ପୁର ବିନୋବା ହାଇସ୍କୁଲ , ଚଷାନିମଖଣ୍ଡି ପଞ୍ଚାୟତର ଉନ୍ନୀତ ଉଚ୍ଚ ବିଦ୍ୟାଳୟ , ବୋରିପଦର ନୋଡାଲ ହାଇସ୍କୁଲ ଏବଂ ଫାସିଗୁଡା ନୋଡାଲ ହାଇସ୍କୁଲ ରହିଛି । ବାସୁଦେବପୁର ଉଦଘାଟନୀ ଉତ୍ସବରେ ବ୍ଲକ ଅଧ୍ଯକ୍ଷା ସୁନିତା ସେଠୀ , ବିଡ଼ିଓ ଡ. ଚିତ୍ତରଞ୍ଜନ ଦାସ , ସରପଞ୍ଚ ଏମ୍. ଶ୍ଯାମଘନ ପ୍ରମୁଖ ଉପସ୍ଥିତ ଥିବା ବେଳେ ବୋରିପଦର ଠାରେ ସରପଞ୍ଚ ମନୋରଞ୍ଜନ ଗୌଡ, ବ୍ଲକ ସହକାରୀ ଯନ୍ତ୍ରୀ ଇଂ. ରାଜୀବ କୁମାର ପ୍ରଧାନ, ଏବିଇଓ ବାଳା ମାଝୀ, ରସାନନ୍ଦ ଘଡେଇ ପ୍ରମୁଖ ଉପସ୍ଥିତ ଥିଲେ । ପ୍ରଧାନ ଶିକ୍ଷକ ସନ୍ତୋଷିନୀ ତ୍ରିପାଠୀ , ସୁନିଲ କୁମାର ପଣ୍ଡା , ଶିଶିର କୁମାର ନାୟକ, ସୁବାଷ ଚନ୍ଦ୍ର ଦାସ, ରୂନା ନାୟକ ପ୍ରମୁଖ ନିଜ ବିଦ୍ୟାଳୟ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ସଂପୃକ୍ତ ପଞ୍ଚାୟତର ସମସ୍ତ ନିର୍ବାଚିତ ପ୍ରତିନିଧି , ବିଦ୍ୟାଳୟ ପରିଚାଳନା କର୍ମକର୍ତ୍ତା, ଦାୟିତ୍ବରେ ଥିବା ପଞ୍ଚାୟତ ନିର୍ବାହୀ ଅଧିକାରୀ, କନିଷ୍ଠ ଯନ୍ତ୍ରୀ ଓ ଅନ୍ୟ ମାନ୍ଯଗଣ୍ଯ ବ୍ଯକ୍ତିବୃନ୍ଦ ଯୋଗ ଦେଇଥିଲେ।

ଛାତ୍ରଛାତ୍ରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଗଢ଼ିବା ଏବଂ ବୈଷୟିକ ଓ ଗୁଣାତ୍ମକ ଶିକ୍ଷା ପ୍ରଦାନ ନିମନ୍ତେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋ ସ୍କୁଲ ଯୋଜନାରେ ୫ ଟି ଉପକ୍ରମରେ ସରକାରୀ ବିଦ୍ୟାଳୟ ଗୁଡ଼ିକର ରୂପାନ୍ତରୀକରଣ ସକାଶେ ନିର୍ଦ୍ଦେଶ ଦେଇଥିଲେ । ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଜିଲ୍ଲାରେ ଶୁକ୍ରବାର ଅପରାହ୍ନରେ ମୁଖ୍ୟମନ୍ତ୍ରୀ ଦ୍ବିତୀୟ ପର୍ଯ୍ୟାୟରେ ଗଞ୍ଜାମ ଜିଲ୍ଲାର ୨୩୦ ଗୋଟି ସ୍ମାର୍ଟ ହାଇସ୍କୁଲର ଭର୍ଚୁଆଲ ମାଧ୍ୟମରେ ଲୋକାର୍ପିତ ହୋଇଥିବା ବେଳେ ଦିଗପହଣ୍ଡି ବ୍ଳକ ଅଧିନରେ ଥିବା ୧୨ ଟି ସ୍ମାର୍ଟ ହାଇସ୍କୁଲର ମଧ୍ୟ ଉଦଘାଟନ କରିଥିବା ଜଣାପଡିଛି । ଖବରନୁଯାୟୀ , ରାଜ୍ୟ ସରକାର ଛାତ୍ରଛାତ୍ରୀମାନେ ବିଦ୍ୟାଳୟ ପ୍ରତି ଆଗ୍ରହ ସୃଷ୍ଟି କରିବା , ପାଠପଢ଼ାରେ ଉତ୍ସାହ ପରିଲକ୍ଷିତ ହେବା ଏବଂ ସରକାରୀ ଓ ବେସରକାରୀ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ମଧ୍ୟରେ ମତଭେଦ ନ ରହିବା ପାଇଁ ସମସ୍ତ ସ୍କୁଲର ରୂପରେଖ ବଦଳାଇବା ପାଇଁ ୫ଟି ସଚିବଙ୍କୁ ସ୍କୁଲ ରୂପାନ୍ତରଣ ପାଇଁ ଗୁରୁତ୍ବ ଦେଇଥିଲେ । ଏହାପରେ ୫ଟି ସଚିବ ଓ ଜିଲ୍ଲା ପ୍ରଶାସନର ମିଳିତ ସହାୟତାରେ ବିଦ୍ୟାଳୟ ଗୁଡ଼ିକୁ ନୂଆରୂପ ଦିଆଯାଇଥିଲା । ପୂର୍ବରୁ ପ୍ରଥମ ପର୍ଯ୍ୟାୟରେ ବ୍ଳକର ୩ ଗୋଟି ସ୍ମାର୍ଟ ସ୍କୁଲ ଉଦଘାଟନ ହୋଇଥିବା ବେଳେ ଆଜି ଦ୍ୱିତୀୟ ପର୍ଯ୍ୟାୟରେ ପତାଣ୍ଡ ଉଚ୍ଚ ବିଦ୍ୟାଳୟ , ସିଦ୍ଧେଶ୍ବର ନୋଡାଲ ହାଇସ୍କୁଲ , କୋଟିନଡା ରାଧାକୃଷ୍ଣ ନୋଡାଲ ହାଇସ୍କୁଲ , ଗୋକର୍ଣ୍ଣପୁର ନୋଡାଲ ହାଇସ୍କୁଲ , ପଦ୍ମନାଭପୁର ରାଧା ଦାମୋଦର ବାଳିକା ଉଚ୍ଚ ବିଦ୍ୟାଳୟ , ବମକୋଇ ଶିବାନନ୍ଦ ନୋଡାଲ ହାଇସ୍କୁଲ , କରପଡା ନୋଡାଲ ହାଇସ୍କୁଲ , ଗୈାଡଗାଁ ନୋଡାଲ ହାଇସ୍କୁଲ ସମେତ ସିଏଚ୍ . ଟିକରପଡା , ଭୀଷ୍ମଗିରି , ଏସ୍ . ଟିକରପଡା , ଆଙ୍କୋରଡା ପଞ୍ଚାୟତ ଚାଞ୍ଚଡାପଲ୍ଲୀ ହାଇସ୍କୁଲର ରୂପରେଖ ବଦଳିବା ସହ ଉଦଘାଟନ ହୋଇଥିଲା । ଏହି ଅବସରରେ ଶିକ୍ଷାନୁଷ୍ଠାନ ଗୁଡିକରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିଲା । ଏଥିସହ ଉପସ୍ଥିତ ଛାତ୍ରଛାତ୍ରୀ ମୁଖ୍ୟମନ୍ତ୍ରୀ ସହ ଆଲୋଚନା କରିବା ସହ ଏହାକୁ ପରିଚାଳନା କରୁଥିବା ୫ ଟି ସଚିବ ପାଣ୍ଡିଆନକୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ପରିପ୍ରେକ୍ଷୀରେ ବିଦ୍ୟାଳୟ ରୂପାନ୍ତରୀକରଣ ଦ୍ଵାରା ଛାତ୍ରଛାତ୍ରୀଙ୍କ ପାଠପଢାରେ ଉତ୍ସାହ ବୃଦ୍ଧି ପାଇବ ଏବଂ ବୈଷୟିକ ଓ ଗୁଣାତ୍ମକ ଶିକ୍ଷା ଦ୍ୱାରା ସେମାନଙ୍କ ଭବିଷ୍ୟତ ଗଢ଼ିବାରେ ସହାୟକ ହୋଇପାରିବ ବୋଲି ଗୋଷ୍ଠୀ ଶିକ୍ଷାଧିକାରୀ କୁରେଶୁ ସେଠୀ ନିଜ ପ୍ରତିକ୍ରିୟାରେ କହିଥିଲେ । ଶେଷରେ ମୁଖ୍ୟମନ୍ତ୍ରୀଙ୍କ ପଦକ୍ଷେପକୁ ଖୁବ୍ ପ୍ରଶଂସା ମଧ୍ୟ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଡ଼ିଓ ହଳଧର ଶବର , ଏବିଇଓ ବାଳା ମାଝୀ , ରସାନନ୍ଦ ଘଡେ଼ଇ , ବିଶ୍ରବା ପାଇକ , ବ୍ଳକ ଅଧ୍ୟକ୍ଷା ସୁନୀତା ସେଠୀ , ଜିଲ୍ଲା ଯୁବ ବିଜେଡ଼ି ଉପସଭାପତି ଏମ୍ . ନିରଞ୍ଜନ ରେଡ୍ଡୀ , ସିଆରସିସି ସ୍ବୟଂପ୍ରଭା ପଟ୍ଟନାୟକ , ନରସିଂହ ପାଠୀ , ଦିନବନ୍ଧୁ ପାତ୍ର , ପତାଣ୍ଡ ସରକାରୀ ଉନ୍ନିତ ବିଦ୍ୟାଳୟ ପ୍ରଧାନଶିକ୍ଷକ ଜୀବନ ନନ୍ଦ , ଗୋପୀନାଥ ପଟ୍ଟନାୟକ, ଶିବାନନ୍ଦ ନୋଡାଲ ହାଇସ୍କୁଲ ପ୍ରଧାନଶିକ୍ଷକ ଅରୁଣ ଚନ୍ଦ୍ର ମହାପାତ୍ର , ବରିଷ୍ଠ ଶିକ୍ଷକ ସନାତନ ପଟ୍ଟନାୟକ , ପ୍ରକାଶ ଚନ୍ଦ୍ର ପ୍ରଧାନ , ପୂର୍ବତନ ଜିଲ୍ଲା ପରିଷଦ କୃଷ୍ଣଚନ୍ଦ୍ର ସେଠୀ , ପ୍ରଧାନ ଶିକ୍ଷୟତ୍ରୀ କବିତା ବେହେରା , ସରପଞ୍ଚ ଫନୀନ୍ଦ୍ର ଗୋସ୍ୱାମୀ , ବିଜୟ କୁମାର ପ୍ରଧାନ , ତପନ ପ୍ରଧାନ , ସରପଞ୍ଚ ପ୍ରତିନିଧି ପ୍ରଦୀପ ସେଠୀ , ବି . କ୍ରିଷ୍ଣାରାଓ ସୁବୁଦ୍ଧି , ସମିତି ସଭ୍ଯ ଏସ୍ . ରୀନା ଦୋରା , ଏସ୍ . ଗାନ୍ଧୀ ଦୋରା , ପଞ୍ଚାୟତ ନିର୍ବାହୀ ରାଜକିଶୋର ବରାଡ ସମେତ ସମସ୍ତ ବିଦ୍ୟାଳୟ ପ୍ରଧାନଶିକ୍ଷକ , ଶିକ୍ଷୟିତ୍ରୀ , ଅଭିଭାବକ , ଅଭିଭାବିକା , ପରିଚାଳନା କମିଟି ସଭାପତି , ଛାତ୍ରଛାତ୍ରୀ ଉପସ୍ଥିତ ରହିଥିଲେ ।