You are currently viewing ଋଷିକୁଲ୍ୟା ସ୍ନାତକ ମହାବିଦ୍ୟାଳୟ ର ଜାତୀୟ ସେବା ଯୋଜନା ର ସ୍ୱତନ୍ତ୍ର ସୀତକାଳୀନସେବା ଶିବିର
ଋଷିକୁଲ୍ୟା ସ୍ନାତକ ମହାବିଦ୍ୟାଳୟ ର ଜାତୀୟ ସେବା ଯୋଜନା ର ସ୍ୱତନ୍ତ୍ର ସୀତକାଳୀନସେବା ଶିବିର

ସୋରଡ଼ା ୨୯/୧୨/୨୦୨୫(ଲିଟୁ କୁମାର ବିଷୋୟୀ )ଚଳିତ ବର୍ଷ ଡିସେମ୍ବର ୨୩ ତାରିଖ ରୁ ୨୯ ତାରିଖ ଯାଏଁ ସୋରଡ଼ା ବ୍ଳକ ର ସନ୍ଧିକେନ୍ଦୁ ଗ୍ରାମ ରେ ଋଷିକୁଲ୍ୟା ସ୍ନାତକ ମହାବିଦ୍ୟାଳୟ ର ଜାତୀୟ ସେବା ଶିବିର ଅନୁଷ୍ଠିତ ହୋଇଥିଲା | ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଆନୁକୂଲ୍ୟରେ ଋଷିକୁଲ୍ୟା ସ୍ନାତକ ମହାବିଦ୍ୟାଳୟ ତରଫରୁ ଉଭୟ ଛାତ୍ର ଛାତ୍ରୀ ସହାବିଭାଗ ମିଳିତ ଭାବ ରେ କାର୍ଯ୍ୟକ୍ରମ ଅଧିକାରୀ ଡ଼ଃ. ହୃଷିକେଶ ମିଶ୍ର ଏହି ସୀତକାଳୀନ ସ୍ୱତନ୍ତ୍ର ସେବା ଶିବିର କୁ ପରିଚାଳନା କରିଥିଲେ | ଶିବିର ଟି ସାତ ଦିନ ଧରି ଚାଲିଥିଲା ବେଳେ ପ୍ରତ୍ୟକ ଦିନ ବିଭିନ୍ନ ସଚେତନତା ମୂଳକ କାର୍ଯ୍ୟକ୍ରମ ହାତ କୁ ନିଆଯାଇଥିଲା | ପ୍ରଥମ ଦିବସରେ ଗ୍ରାମ୍ୟ କମିଟି ସ୍ଥାନୀୟ ସମାଜସେବି ଓ ମହାବିଦ୍ୟାଳୟ ର ପଚାଶ ଜଣ ସ୍ବେଛାସେବୀ ଙ୍କୁ ନେଇ ଶିବିର ଉଦ୍ଘାଟନ କରାଯାଇଥିଲା

| ପରବର୍ତ୍ତୀ ଦିନ ମାନଙ୍କ ରେ ଗ୍ରାମରେ ସ୍ୱଚ୍ଛତା ଅଭିଯାନ, ଆଇନ ସଚେତନତା ଶିବିର, ସ୍ୱାସ୍ଥ୍ୟ ଶିବିର, ସଂସ୍କୃତିତିକ ପୋଷାକ ପରିଧାନ ରାଲି କରାଯିବା ସହ ଅନ୍ତିମ ଦିନରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଶିବିର ତରଫରୁ ଆୟୋଜନ କରାଯାଇଥିଲା | ଏଥିରେ ବଡ଼ଗଡ଼ ବନାଞ୍ଚଳ ଅଧିକାରୀ ଅଞ୍ଜନ ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସ୍ବେଛାସେବୀ ମାନଙ୍କୁ ଜଙ୍ଗଲ ସୁରକ୍ଷା ଉପରେ ଗୁରୁତ୍ୱ ଦେବାକୁ କହିଥିଲେ | ପରିଶେଷରେ ସମସ୍ତ ସ୍ବେଛାସେବୀ ମାନଙ୍କୁ ଜାତୀୟ ସେବା ଯୋଜନା ତରଫରୁ ମାନପତ୍ର ପ୍ରଦାନ କରାଯାଇଥିଲା |