ଆସିକା, ୯/୧୨ ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଦ୍ବାରା ହୋଇଥିବା ପଞ୍ଚମ ଶ୍ରେଣୀ ସରକାରୀ ମେଧାବୃତ୍ତିଫଳ ପ୍ରକାଶ ପାଇଛି ।
ଏଥିରେ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଛାତ୍ରୀ ଶ୍ରୀୟାରାଣୀ ତ୍ରିପାଠୀ ମେଧାବୃତ୍ତିରେ ସଫଳତା ହାସଲ କରିଛନ୍ତି । ଶ୍ରୀୟାରାଣୀଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ଓ ଅଭିନନ୍ଦନର ସୁଅଛୁଟୁଛି । ଲାଲାଶାସନ ଗ୍ରାମର ଶ୍ରୀଯୁକ୍ତ କାଳୀଚରଣ ତ୍ରିପାଠୀ ଓ ଶ୍ରୀମତୀ ସୁଚିନ୍ତିତା ତ୍ରିପାଠୀଙ୍କ ଝିଅ । ଶ୍ରୀୟାରାଣୀ ଉକ୍ତ ସଫଳତାର ଶ୍ରେୟ ଗୋସାଇଁ ବାପା ପ୍ରମୋଦ କୁମାର ତ୍ରିପାଠୀ, ପ୍ରସନ୍ନ ତ୍ରିପାଠୀ ଏବଂ ନିଜ ପିତା ମାତା କାଳିଚରଣ ତ୍ରିପାଠୀ ଓ ସୁଚିନ୍ତିତା ତ୍ରିପାଠୀ ଏବଂ ବିଦ୍ୟାମନ୍ଦିରର ଗୁରୁଜୀ, ଗୁରୁମାଙ୍କୁ ପ୍ରଦାନ କରିଛନ୍ତି ।
ମେଧାବୀ ଛାତ୍ରୀ ଶ୍ରୀୟାରାଣୀଙ୍କୁ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ପ୍ରଧାନ ଆଚାର୍ଯ୍ୟ ଶରତଚନ୍ଦ୍ର ମୁନି, ଗୁରୁଜୀ ପିତବାସ ମହାପାତ୍ର, ସନ୍ତୋଷ କୁମାର ସ୍ବାଇଁ, ଉମାକାନ୍ତ ରଣା, ଶୁଶାନ୍ତ ପଟ୍ଟନାୟକ, ଗୁରୁମା ଏ. ଲିପ୍ସା ଦୋରା, ସୁଚିତ୍ରା ମହାପାତ୍ର, ସୁଜତା ରଥ, ନମିତା ତ୍ରିପାଠୀଙ୍କ ସହ ଶିକ୍ଷାନୁଷ୍ଠାନ ପକ୍ଷରୁ ଶୁଭେଚ୍ଛା ଜଣାଇବା ସହ ଉଜ୍ବଳ ଭବିଷ୍ୟତ ପାଇଁ କାମନା କରିଛନ୍ତି ।
