ଖଲ୍ଲିକୋଟ :9/1 ଚଳିତ ବର୍ଷ ରେ ଅନୁଷ୍ଠିତ ହେବାକୁ ଥିବା ମର୍ଦରାଜ ମହୋତ୍ସବ -2024 ର ଆୟୋଜକ ଖଲ୍ଲିକୋଟ ର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ମର୍ଦରାଜ ସାଂସ୍କୃତିକ ପରିଷଦ ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ ସ୍ଥାନୀୟ ଯୁବ ରାଜ ବଙ୍ଗଳା ପରିସର ରେ ଅନୁଷ୍ଠିତ ହୋଇ ଯାଇଛି |ଆୟୋଜିତ ସାମ୍ବାଦିକ ସମ୍ମିଳନୀ ରେ ପରିଷଦ ର ମହା ସଚିବ ଆଇନଜୀବୀ ସୁଧାଂଶୁ ଶେଖର ସାହୁ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ସୂଚନା ଦେଇ ସବୁ ବର୍ଷ ଭଳି ଚଳିତ ବର୍ଷ ରାଜା
ବ|ହାଦୁର ରାମ ଚନ୍ଦ୍ର ମର୍ଦରାଜ ଙ୍କ 124 ତମ ଜନ୍ମ ବାର୍ଷିକ ମହା ସମାରୋହ ରେ ପାଳିତ ହେବ | ମର୍ଦରାଜ ମହୋତ୍ସବ ଉପଲକ୍ଷେ ଏକ ପ୍ରଦର୍ଶନୀ ଓ ମି|ନା ବଜାର ସମେତ ସ୍ଥାନୀୟ କଳାକାର ଙ୍କ ଦ୍ୱାରା ରଙ୍ଗା ରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ମଞ୍ଚସ୍ଥ ହେବ |ସେହିପରି ବ୍ରହ୍ମପୁର ଓ ଭୁବନେଶ୍ୱର ଜୟଦେବ ଭବନ ରେ ରାଜା ବହାଦୁର ଙ୍କ ଉପଲକ୍ଷେ ଜୟନ୍ତୀ ସଭା ଅନୁଷ୍ଠିତ ହେବ |ଏହି ଅବସର ରେ ଏକ ମନୋଜ୍ଞ ସ୍ମରଣିକା “ମର୍ଦରାଜ “ଉନ୍ମୋଚନ ହେବ ଓ ଚଳିତ ବର୍ଷ ମର୍ଦରାଜ ସମ୍ମାନ ପ୍ରଫେସର ଡ଼ଃ. ବିଷ୍ଣୁ ଚରଣ ଚୌଧୁରୀ ଙ୍କୁ ପ୍ରଦାନ କରାଯିବ ବୋଲି ସୂଚନା ଦେଇଥିଲେ | ଉକ୍ତ କାର୍ଯ୍ୟକ୍ରମ ରେ ରାଜ୍ୟ ଜଙ୍ଗଲ ପରିବେଶ ଓ ପଂଚାୟତରାଜ ଓ ସୂଚନା ଓ ଲୋକ ସମ୍ପର୍କ ମନ୍ତ୍ରୀ ପ୍ରଦୀପ ଅମାତ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ବୋଲି ପ୍ରକାଶ କରିଥିଲେ |ଉକ୍ତ ସାମ୍ବାଦିକ ସମ୍ମିଳନୀ ରେ ଖଲ୍ଲିକୋଟ ଏନ ଏ ସି ଅଧକ୍ଷ ଇଂ. ନିରଞ୍ଜନ ବେହେରା , ସହ ସମ୍ପାଦକ ପରିଷଦ ର କାର୍ଯ୍ୟକାରୀ ସଭାପତି ଡାକ୍ତର ସଂକେତ ରାମ|ରାଓ, ଉପ ସଭାପତି ଅନିରୁଦ୍ଧ ସାହୁ, ଡ଼ଃ. ଜଗଦୀଶ ପାଲ, ସହ ସମ୍ପାଦକ ମହେଶ୍ୱର ବରାଡ, ସୁଲୋଚନା ରଥ ପ୍ରମୁଖ ଏହି ସାମ୍ବାଦିକ ସମ୍ମିଳନୀ ରେ ଯୋଗ ଦେଇ ଅଂଶ ଗ୍ରହଣ କରିଥିଲେ |
( ରିପୋର୍ଟ :ମାଧବ ବେହେରା, ଖଲ୍ଲିକୋଟ ଗଞ୍ଜାମ )
