ବ୍ରହ୍ମପୁର :୨୦/୦୨/୨୩ ; ଉମା ଚରଣ ପଟ୍ଟନାୟକ ଇଞିନିୟରିଂ ସ୍କୁଲ ବ୍ରହ୍ମପୁର ଦ୍ୱାରା ସର୍ବ ଆୟୋଜିତ ଜୋନାଲ ପଲ୍ଲୀଫେଷ୍ଟ୍-୨୦୨୨-୨୩, ଜୋନ୍-୩ ରେ ସର୍ବମୋଟ ୭ଟି ଜିଲ୍ଲା ରୁ ମୋଟ ୨୧ଟି ସରକାରୀ ଓ ବେସରକାରୀ ଡିପ୍ଲୋମା ଓ ବୈଷୟିକ ଶିକ୍ଷାନୁଷ୍ଠାନର ୧୩୦୦ ରୁ ଅଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ଏହି ପଲ୍ଲୀଫେଷ୍ଟ୍ ରେ ବିଭିନ୍ନ କ୍ରୀଡା ଏବଂ ସାଂସ୍କୃତିକ ପ୍ରତିଯୋଗିତା ମାନ ତା-୨୦/୦୨/୨୦୨୩ ଠାରୁ ୨୨/୦୨/୨୦୨୩ ରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଆଦ୍ୟ ପ୍ରାତଃ ୯ ଘଣ୍ଟ ସମୟରେ ଉମାଚରଣ ପଟ୍ଟନାୟକ ଇଞିନିୟରିଂ ସ୍କୁଲ ଅଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ଜେନା ଉଦଘାଟନ କରିଥିଲେ । ବ୍ରହ୍ମପୁର ପଲିଟେକନିକ ତତସହିତ ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ ଓ ପରିଚାଳନା ସମିତି ଯୋଗଦାନ କରି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ଉଦଘାଟନୀ ଓ ମୁଖ୍ୟ ସଂଯୋଜକ ଦାୟିତ୍ଵରେ ସତ୍ୟଶଙ୍କର ରାଜ ଏବଂ କ୍ରୀଡା ବିଭାଗ ଦାୟିତ୍ଵରେ ସିଦ୍ଧାର୍ଥ ଶଙ୍କର ସାହୁ ଥିଲେ। ଅନ୍ୟ ବିଭାଗରେ ଘନଶ୍ୟାମ ଷଡଙ୍ଗୀ,ଦେବୀ ପ୍ରସାଦ ପଟ୍ଟନାୟକ, ପ୍ରମିଳା ଗୌଡ,ଦୀପ୍ତି ଲକ୍ଷ୍ମୀ ଭୂୟାଁ, ରୀତାଞ୍ଜଳୀ ପଣ୍ଡା ଆଦି ବିଭାଗ ମୁଖ୍ୟ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ସହଯୋଗ କରିଥିଲେ । କ୍ରୀଡା ରେ ଲଙ୍ଗଜମ୍ପ୍ ,ହାଇ ଜମ୍ପ୍, ୧୦୦,୨୦୦,୪୦୦ ମିଟର ଦୌଡ, ସଟ୍ ପୁଟ୍ ଏବଂ ସାଂସ୍କୃତିକ ରେ ଓଡିଶୀ, ସମ୍ବଲପୁରୀ ନାଟକ,ଏକକ ଅଭିନୟ, ଆଧୁନିକ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହେବ।
