You are currently viewing କଳିଙ୍ଗ ଆଦର୍ଶ ଆବାସିକ ବିଦ୍ୟାଳୟକୁ ପ୍ରକୃତି ମିତ୍ର ପୁରସ୍କାର
କଳିଙ୍ଗ ଆଦର୍ଶ ଆବାସିକ ବିଦ୍ୟାଳୟକୁ ପ୍ରକୃତି ମିତ୍ର ପୁରସ୍କାର

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ରାଇକିଆ ବ୍ଲକରେ ଅବସ୍ଥାପିତ କଳିଙ୍ଗ ଆଦର୍ଶ ଆବାସିକ ବିଦ୍ୟାଳୟ କୁ ପ୍ରକୃତି ମିତ୍ର ପୁରସ୍କାର ମିଳିଛି l ବିଶ୍ୱ ପରିବେଶ ଦିବସ ପରିପ୍ରେକ୍ଷୀରେ ରାଜ୍ୟ ସ୍ତରୀୟ ବିଶ୍ୱ ପରିବେଶ ଦିବସ ପାଳନ ଲୋକ ସେବା ଭବନ ଭୁବନେଶ୍ୱର ରେ ଆୟୋଜିତ ହୋଇଥିଲା l ଏହି ଉତ୍ସବରେ ବିଦ୍ୟାଳୟ ତରଫରୁ ପ୍ରକୃତି ମିତ୍ର ଭାରପ୍ରାପ୍ତ ଅଧ୍ୟକ୍ଷ ଜଗଦୀଶ ମହାକୁଡ ଯୋଗଦେଇ ମାନ୍ୟବର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଙ୍କ ଠାରୁ ” ପ୍ରକୃତି ମିତ୍ର ” ପୁରସ୍କାର ମାନପତ୍ର ସହ କୋଡିଏ ହଜାର ଟଙ୍କାର ଏକ ଚେକ ଗ୍ରହଣ କରଛନ୍ତି l ଏହି ବିଦ୍ୟାଳୟ ରେ ସମସ୍ତ ଛାତ୍ର ଛାତ୍ରୀ ତଥା କର୍ମଚାରୀଙ୍କ ସହଯୋଗରେ ବନ ମହୋତ୍ସବ ପାଳନ,ଫୁଲ ବଗିଚା, ଔଷଧ ଗଛ ବଗିଚା, କିଚେନ ଗାର୍ଡେନ, ନିକଟସ୍ଥ ଗ୍ରାମରେ ଚାରା ବଣ୍ଟନ, ନୂତନ ଜଙ୍ଗଲ ସୃଷ୍ଟି, ଲୋକ ମାନଙ୍କ ମଧ୍ୟରେ ସଚେତନତା, ଶକ୍ତି ସଂରକ୍ଷଣ, ପ୍ଲାଷ୍ଟିକ ମୁକ୍ତ ସମାଜ ଗଠନ ଭଳି ବିଭିନ୍ନ କାର୍ଯ୍ୟ କରି ସେ ଅନେକ ଅନୁଷ୍ଠାନ ପକ୍ଷରୁ ପ୍ରଶଂସାର ପାତ୍ର ହୋଇଛନ୍ତି l ଏହି ପରିପ୍ରେକ୍ଷୀରେ ସମସ୍ତ କର୍ମଚାରୀ , ବିଦ୍ୟାଳୟ କମିଟି, ଗ୍ରାମବାସୀ ଖୁସିବ୍ୟକ୍ତ କରିଛନ୍ତି l ଶ୍ରୀ ମହାକୁଡ଼ ଙ୍କ ନିକଟକୁ ବର୍ତ୍ତମାନ ବାଲିଗୁଡା ତଥା ରାଇକିଆ ବ୍ଲକର ଜନସାଧାରଣ, ସ୍ଥାନୀୟ ପ୍ରଶାସନ ଓ ବୁଦ୍ଧିଜୀବୀ ଙ୍କ ମହଲରୁ ଶୁଭେଚ୍ଛା ର ସୁଅ ଛୁଟିବାରେ ଲାଗିଛି l ଏହି ପୁରସ୍କାର ପାଇ ଶ୍ରୀ ମହାକୁଡ଼ ଙ୍କୁ ଏଭଳି କାର୍ଯ୍ୟ କ୍ଷେତ୍ରରେ ଆଗାମୀ ଦିନରେ ନିଶ୍ଚୟ ଅଧିକ ଉତ୍ସାହ ପ୍ରଦାନ କରିବ ବୋଲି ସେ ନିଜ ବକ୍ତବ୍ୟ ରେ କହିଛନ୍ତି l