You are currently viewing ଗଣିତ ବିଭାଗର ଜାତୀୟ ଗଣିତ ଦିବସ ପାଳନ ସହ ପାଠଚକ୍ର
ଗଣିତ ବିଭାଗର ଜାତୀୟ ଗଣିତ ଦିବସ ପାଳନ ସହ ପାଠଚକ୍ର

ଦିଗପହଣ୍ଡି : (ରଘୁନାଥ ନାୟକ) ଦିଗପହଣ୍ଡି ସ୍ଥିତ ସ୍ଥାନୀୟ ଖେମୁଣ୍ଡି ମହାବିଦ୍ୟାଳୟ ରେ ତା ୨୨.୧୨.୨୦୨୨ ରିଖ ଗୁରୁବାର ଦିନ ଗଣିତ ବିଭାଗରେ ମହାନ୍ ଗଣିତଜ୍ଞ ଶ୍ରୀ ରାମାନୁଜଙ୍କ ଜନ୍ମ ଦିବସ ଅବସରରେ ଜାତୀୟ ଗଣିତ ଦିବସ ପାଳନ ସହ ଏକ ପାଠଚକ୍ର ଅନୁଷ୍ଠିତ ହୋଇଯାଇଛି। ବିଭାଗୀୟ ମୂଖ୍ୟ ଶ୍ରୀ ଭାଗିରଥି ସେଠୀ ଙ୍କ ସଂଯୋଜନା ରେ ଅନୁଷ୍ଠିତ କାର୍ଯ୍ୟକ୍ରମ କୁ ମହାବିଦ୍ୟାଳୟ ର ରସାୟନ ବିଭାଗୀୟ ମୂଖ୍ୟ ଶ୍ରୀ ହିମାଂଶୁ ଶେଖର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍ଘାଟନ କରିଥିଲେ।ତତ୍ ସହ ଶ୍ରୀ ହର୍ଷଚନ୍ଦ୍ର ରଥ,ଶ୍ରୀ ତ୍ରିଲୋଚନ ରଇତ,ଶ୍ରୀମତୀ ଆରତୀ ପାତ୍ର,ମାନସ କୁମାର ସାହୁ ଆଦି ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା ଯୋଗଦେଇ କାର୍ଯ୍ୟକ୍ରମକୁ ସୁଚାରୁରୂପେ ପରିଚାଳନା କରିଥିଲେ।ଉକ୍ତ କାର୍ଯ୍ୟକ୍ରମରେ ରାମାନୁଜ ଙ୍କ ଜୀବନୀ ଓ ଗଣିତରେ ତାଙ୍କର ଅବଦାନ ବିଷୟରେ ଆଲୋଚନା ହୋଇଥିଲା।ଏଥିସହ ବିଭାଗୀୟ ଅଧ୍ୟାପିକା ଶ୍ରୀମତୀ ସସ୍ମିତା କୁମାରୀ ସ୍ୱାଇଁ “ଗେମ୍ ଥିଓରୀ” ଶୀର୍ଷକ ପଠଚକ୍ର ଉପରେ ଏକ ପାୱାର ପଏଣ୍ଟ ଉପସ୍ଥାପନା ଦେଇ ପାଠଚକ୍ର ଉପରେ ଆଲୋଚନା କରିଥିଲେ ଏଥିସହ ଯୁକ୍ତ ୩ ଶେଷ ବର୍ଷ ଛାତ୍ର ଚନ୍ଦନ ସାହୁ ପାଠଚକ୍ର ଉପରେ ଆଲୋକପାତ କରିଥିଲେ। ଶେଷରେ ବିଭାଗୀୟ ଅଧ୍ୟାପିକା ଶ୍ରୀମତୀ ସସ୍ମିତା ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ।