ପୁରୁଷୋତ୍ତମପୁର ବ୍ଲକ ଭାଟକୁମରଡ଼ା କ୍ଲଷ୍ଟର ର ପ୍ରାଥମିକ ବିଦ୍ୟାଳୟ, ଭାଟକୁମରଡ଼ାରେ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ (ଏଫ. ଏଲ. ଏନ.)ମଡେଲ ସ୍କୁଲ ଆଜି ଉଦଘାଟିତ ହୋଇଯାଇଛି | ଏହି କାର୍ଯ୍ୟକ୍ରମ ରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ କିଶୋର ଚନ୍ଦ୍ର ବେହେରା ମୁଖ୍ୟ ଅତିଥି,ବ୍ଲକ ଦାୟିତ୍ୱ ରେ ଥିବା ଖଲିକୋଟସ୍ଥିତ ଜିଲ୍ଲା ଶିକ୍ଷକ ଶିକ୍ଷା ପ୍ରତିଷ୍ଠାନର ଶ୍ରୀମତୀ ପ୍ରଜ୍ଞା ପରିମିତା ମୁଖ୍ୟ ବକ୍ତା ରୁପେ ଯୋଗ ଦେବା ସହ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ଶିକ୍ଷକ ଶିକ୍ଷା ପ୍ରତିଷ୍ଠାନ,ଖଲିକୋଟ ର ଶ୍ରୀମତୀ ନିହାରିକା ସାମନ୍ତରା,ନବନିଯୁକ୍ତ ଶ୍ରୀମତୀ ଭାବିଲିତା ନାୟକ, ଶ୍ରୀ ମୁକ୍ତିକାନ୍ତ ବେହେରା,ଦୁଇଜଣ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ସିମାଞ୍ଚଳ ରଥ ଏବଂ ଶ୍ରୀମତୀ ସନ୍ଧ୍ୟାରାଣୀ ପଣ୍ଡା,

ସମିତିସଭ୍ୟ ଶ୍ରୀ କୋରାନାଥ ସ୍ୱାଇଁ, ସରପଞ୍ଚ ଶ୍ରୀମତୀ ମନମୋହିନୀ ପୋଲାଈ,ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ସୁମିତ୍ରା ପଣ୍ଡା, ବିଦ୍ୟାଳୟ ପରିଚାଳନା କମିଟି ଅଧ୍ୟକ୍ଷ ଶ୍ରୀ ଅନିଲ କୁମାର ପଟନାୟକ ଏବଂ ଆଛୁଲି କ୍ଳଷ୍ଟରର ସିଆରସିସି ସରୋଜ କୁମାର ଦାଶଙ୍କ ସମେତ ବ୍ଳକ୍ ର ସମସ୍ତ ସିଆରସିସି ଏବଂ କ୍ଲଷ୍ଟର ର ସମସ୍ତ ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ ପ୍ରମୁଖ ଯୋଗ ଦେଇ ପ୍ରଥମ ଶ୍ରେଣୀ ରୁ ତୃତୀୟ ଶ୍ରେଣୀ ପିଲାଙ୍କ ପାଇଁ ଉଦିଷ୍ଟ ଏହି ମଡେଲ ସ୍କୁଲ କୁ ଉଦଘାଟନ କରିବା ସହ ବିଦ୍ୟାଳୟ ର ସୁବିଧା ସବୁ କୁ ବୁଲି ଦେଖିଥିଲେ |ଏହି ଅବସରରେ ବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରା ଯାଇଥିଲା |ପ୍ରକାଶ ଥାଉ କି ନୂତନ ଶିକ୍ଷାନୀତି 2020 ଅନୁସାରେ ସମଗ୍ର ଦେଶରେ ଏହି ଏଫ.ଏଲ.ଏନ କାର୍ଯ୍ୟକ୍ରମ କାର୍ଯ୍ୟକାରୀ ହେଉଛି | ସରକାରଙ୍କ ପ୍ରୋତ୍ସାହନ ରେ ପ୍ରତି ବ୍ଲକରେ ଗୋଟିଏ ଲେଖା ଏଫ.ଏଲ.ଏନ ମଡେଲ ସ୍କୁଲ ପ୍ରସ୍ତୁତ ପାଇଁ ନିଷ୍ପତି ନିଆ ଯାଇଛି ରିପୋର୍ଟ ପ୍ରସନ୍ନ କୁମାର ଦାସ

