You are currently viewing ପ୍ରଧାନ ଶିକ୍ଷକଙ୍କ କର୍ତ୍ତବ୍ୟରେ ଅବହେଳା ଘଟଣା; ନିଷ୍ପତ୍ତି ପରେ ଅପରାହ୍ନରେ ବିଦ୍ୟାଳୟ ଖୋଲିଲା
ପ୍ରଧାନ ଶିକ୍ଷକଙ୍କ କର୍ତ୍ତବ୍ୟରେ ଅବହେଳା ଘଟଣା; ନିଷ୍ପତ୍ତି ପରେ ଅପରାହ୍ନରେ ବିଦ୍ୟାଳୟ ଖୋଲିଲା

ସୋରଡ଼ା,୪/୧୨/୨୫( ଲିଟୁ କୁମାର ବିଷୋୟୀ): ଗଞ୍ଜାମ ଜିଲ୍ଲା ସୋରଡା ବ୍ଲକ୍ ଗାଙ୍ଗପୁର ପଞ୍ଚାୟତ ଅନ୍ତର୍ଗତ ପଦ୍ମପୁର ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ପ୍ରସନ୍ନ ମଲ୍ଲିକଙ୍କୁ ବାରମ୍ବାର ତାଗିଦ ସତ୍ତ୍ୱେ ବିଦ୍ୟାଳୟକୁ ଆସିବା ଅନିୟମିତତା ନେଇ ଗତ ବୁଧବାର ଗ୍ରାମବାସୀ, ଅଭିଭାବକ, ବିଦ୍ୟାଳୟ ପରିଚାଳନା କମିଟି ପକ୍ଷରୁ ପ୍ରତିବାଦ କରାଯାଇ ବିଦ୍ୟାଳୟ ଫାଟକରେ ତାଲା ପକାଇଥିଲେ। ଫଳରେ ଛାତ୍ର ଛାତ୍ରୀ ଙ୍କ ପାଠ ପଢା ସମ୍ପୁର୍ଣ୍ଣ ବନ୍ଦ ରହିଥିଲା ଏବଂ ଉକ୍ତ ପ୍ରଧାନ ଶିକ୍ଷକଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ପାଇଁ ଦାବୀ କରାଯାଇଥିଲା।

ଗତ କାଲି ଅର୍ଥାତ ଗୁରୁବାର ଦିନ ଛୁଟି ଦିନ ରହିଥିଲେ ମଧ୍ୟ ଆଜି ପୁଣି ତାଲା ଝୁଲାଇ ଦାବୀ କୁ ବଳବତ୍ତର ରଖାଯାଇଥିଲା। ତେବେ ଘଟଣା ସ୍ଥଳରେ ସୋରଡା ଗୋଷ୍ଠୀ ଶିକ୍ଷାଧିକାରୀ ଦିଲ୍ଲୀପ କୁମାର ସ୍ବାଇଁ, ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀଣୀ ସୁଶୀଳା ପାତ୍ର ଓ ପିତାମ୍ବର ନାୟକ ପହଞ୍ଚି ଆଲୋଚନା କରିଥିଲେ। ଘଟଣାବଳୀକୁ ଗଞ୍ଜାମ ଜିଲ୍ଲା ଶିକ୍ଷାଧିକାରୀଙ୍କ ଦୃଷ୍ଟି ଗୋଚର କରାଯାଇଥିଲା। କାର୍ଯ୍ୟାନୁଷ୍ଠାନ ସ୍ବରୂପ ଉକ୍ତ ପ୍ରଧାନ ଶିକ୍ଷକଙ୍କ ଦରମା ବନ୍ଦ କରାଯିବା ସହ ବିଦ୍ୟାଳୟର ଅନୁଦାନକୁ ମିଥ୍ୟାବିଲ ମାଧ୍ୟମରେ ହଡ଼ପ, ଅନୁପସ୍ଥିତ ବିବରଣୀକୁ ଜାଲ କରି ଉପସ୍ଥାନ କରିନେବା ଆଦି ନଜର କୁ ଆସିଥିବା ଜଣାପଡ଼ିଛି।

ତେବେ ଉକ୍ତ ପ୍ରଧାନ ଶିକ୍ଷକ ଜଣକ ନିଜର ଅସୁସ୍ଥତା ନେଇ ମେଡିକାଲ ସାର୍ଟିଫିକେଟ ଜିଲ୍ଲା ଶିକ୍ଷାଧିକାରୀଙ୍କ ନିକଟକୁ ପଠାଇଥିବା ଜଣାପଡିଛି। ତେବେ ଛାତ୍ର ଛାତ୍ରୀଙ୍କ ପାଠପଢ଼ା ବ୍ୟାଘାତ ରୁ ମୁକ୍ତି ପାଇବା ପାଇ ବିଦ୍ୟାଳୟର ଅନ୍ୟ ଜଣେ ଶିକ୍ଷକଙ୍କୁ ଦାୟିତ୍ଵ ଦିଆଯାଇ ବିଦ୍ୟାଳୟ ଖୋଲା ଯାଇଛି। ଆଜି ଅର୍ଥାତ ଶୁକ୍ରବାର ଦିନ ଅପରାହ୍ନ ୨ଘ. ପରେ ବିଦ୍ୟାଳୟ ଖୋଲାଯାଇ ପାଠପଢ଼ା ସ୍ଵାଭାବିକ କରାଯାଇଛି। ଅପରପକ୍ଷରେ ଗ୍ରାମବାସୀଙ୍କ କହିବା ପ୍ରକାରେ ଉକ୍ତ ପ୍ରଧାନଶିକ୍ଷକ ଜଣେ ଦାୟିତ୍ବହୀନ ଜିଦଖୋର୍ ବ୍ୟକ୍ତି ହେବା ସହ କୌଣସି ପ୍ରକାର ଦଣ୍ଡ ବିଧାନକୁ ଖାତିର କରୁନାହାନ୍ତି। ସସ୍ପେଣ୍ଡ ଅର୍ଡରକୁ ଆଶୀର୍ବାଦ ବୋଲି ଭାବୁଛନ୍ତି। ଯେହେତୁ କାର୍ଯ୍ୟରୁ ସସ୍ପେଣ୍ଡ ହେଲେ ଘରେ ରହି ଅଧା ଦରମା ପାଇବା ସହ ପରବର୍ତ୍ତୀ ସମୟରେ କୋର୍ଟ କରି ବକେୟା ରାଶି ପାଇଯିବା ସହଜ ବୋଲି କହୁଛନ୍ତି । ତେବେ ଏପରି ଏକ କଠୋର ଦାୟିତ୍ବହୀନ ବ୍ୟକ୍ତି ବିଶେଷଙ୍କୁ ଏଠାରୁ ସ୍ଥାନାନ୍ତର କିମ୍ବା କର୍ଯ୍ୟାନ୍ତର ହିଁ ଏକ ମାତ୍ର ବିକଳ୍ପ ବୋଲି ଗ୍ରାମବାସୀ କହିଛନ୍ତି।