ଦିଗପହଣ୍ଡି (ରଘୁନାଥ ନାୟକ ) ଦିଗପହଣ୍ଡି ସ୍ଥିତ ସ୍ଥାନୀୟ ଖେମୁଣ୍ଡି ମହାବିଦ୍ୟାଳୟ ରେ ଶନିବାର ଦିନ ବାଣିଜ୍ୟ ବିଭାଗର ପାଠଚକ୍ର ଅନୁଷ୍ଠିତ ହୋଇଯାଅଛି। ବିଭାଗୀୟ ମୂଖ୍ୟ ଶ୍ରୀ ସତ୍ୟ ନାରାୟଣ ମିଶ୍ର ଙ୍କ ସଂଯୋଜନା ରେ ଅନୁଷ୍ଠିତ ପାଠଚକ୍ର କୁ ମହାବିଦ୍ୟାଳୟ ର ଉପାଧ୍ୟକ୍ଷ ତଥା ଅର୍ଥନୀତି ବିଭାଗର ମୂଖ୍ୟ ଡ କୃଷ୍ଣଚନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍ଘାଟନ କରିଥିଲେ।
ଏଥିସହ ଡ କୈଳାଶ ଦିୱାନ, ଶ୍ରୀ ହର୍ଷଚନ୍ଦ୍ର ରଥ,ଶ୍ରୀ ଭାଗିରଥି ସେଠୀ,ଶ୍ରୀମତୀ ସସ୍ମିତା ସ୍ୱାଇଁ,ଶ୍ରୀମତୀ ଆରତୀ ପାତ୍ର,ସ୍ମିତା ପାଠି ଆଦି ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା ଯୋଗଦେଇ କାର୍ଯ୍ୟକ୍ରମକୁ ସୁଚାରୁରୂପେ ପରିଚାଳନା କରିଥିଲେ। ବିଭାଗୀୟ ଯୁକ୍ତ ୩ ଶେଷ ବର୍ଷ ଛାତ୍ରୀ କେ ହରପ୍ରିୟା ପାତ୍ର ଓ ଛାତ୍ର ପ୍ରଦୀପ କୁମାର ବେହେରା କେପିଟାଲ ବଜେଟିଂ ଶୀର୍ଷକ ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ ନବାଗତ ପ୍ରଥମ ବର୍ଷର ଛାତ୍ରଛାତ୍ରୀ ମାନଙ୍କୁ ସ୍ଵାଗତସମ୍ବେଦନ ଜଣାଇ ଥିଲେ

