You are currently viewing ଗଞ୍ଜାମ ଜିଲ୍ଲା ଆର ବି ଏସ କେ ଆୟୁଷ ଡାକ୍ତରଙ୍କ ସାଧାରଣ ବୈଠକ ।
ଗଞ୍ଜାମ ଜିଲ୍ଲା ଆର ବି ଏସ କେ ଆୟୁଷ ଡାକ୍ତରଙ୍କ ସାଧାରଣ ବୈଠକ ।

( ଗଞ୍ଜାମ ରୁ କୃଷ୍ଣଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିୟୁଜ। )

ଗଞ୍ଜାମ ଜିଲ୍ଲା ଆର ବି ଏସ କେ ଆୟୁଷ ଡାକ୍ତର ସଙ୍ଘ ତରଫରୁ ବ୍ରହ୍ମପୁର ହଳଦିଆପାଦର ସ୍ଥିତ ହୋଟେଲ ନାରାୟଣୀଠାରେ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି | ଏଥିରେ ଗଞ୍ଜାମ ଆର ବି ଏସ କେ ଆୟୁଷ ଡାକ୍ତର ସଂଘର ସଭାପତି ଡା ମନୋରଞ୍ଜନ ରଥ ସଭାପତିତ୍ୱ ଗ୍ରହଣ କରିଥିଲେ | ଏକତା ହିଁ ବଳ, ଏକତା ରହିଲେ ଯେ କୌଣସି କାର୍ଯ୍ୟ ହାସଲ କରିବା ସମ୍ଭବ ହୋଇଥାଏ ବୋଲି ସଂଘର ସଭାପତି ଡାକ୍ତର ରଥ ଅଭିଭାଷଣରେ ରଖିଥିଲେ | ରାଜ୍ୟ ଆର ବି ଏସ କେ ଆୟୁଷ ଡାକ୍ତର ସଂଘର ସାଧାରଣ ସମ୍ପାଦକ ଡା ରବୀନ୍ଦ୍ର ସେଠୀ ରାଜ୍ୟର କାର୍ଯ୍ୟ ଖସଡ଼ା ବିଷୟରେ ସମ୍ୟକ ଧାରଣା ଦେଇଥିଲେ | ଚାକିରୀର ସ୍ଥାୟୀକରଣ ବିଷୟରେ ଆଲୋଚନା କରି ଆଗାମୀ ଦିନରେ କେମିତି ତାହାକୁ ହାସଲ କରାଯିବ ସେ ବିଷୟରେ ବି ଆଲୋକପାତ କରିଥିଲେ |
ଜିଲ୍ଲାର ସାଧାରଣ ସମ୍ପାଦକ ଡାକ୍ତର ଜୟଦେବ ନାୟକ ଜିଲ୍ଲାର କାର୍ଯ୍ୟ ଖସଡ଼ା ବିଷୟରେ ଆଲୋଚନା କରିବା ସଙ୍ଗେ ସଙ୍ଗେ ନିକଟ ଭବିଷ୍ୟତରେ ଗୋଟିଏ ଆୟୁଷ ସ୍ୱାସ୍ଥ୍ୟ ମେଳା କରିବା ପାଇଁ ପ୍ରସ୍ତାବ ରଖିଥିଲେ | ଏଥି ସହିତ ଅନ୍ୟ ସମସ୍ତ ବରିଷ୍ଠ ଆୟୁଷ ଡାକ୍ତରମାନେ ସଙ୍ଘ ର କାର୍ଯ୍ୟ ପନ୍ଥା କିପରି ତ୍ୱରାନ୍ୱିତ ହେବ ଆଲୋଚନା କରିଥିଲେ | ଏହି ସଭାରେ ସଂଘର ଅନ୍ୟ କର୍ମକର୍ତା ସହିତ ଅନେକ ମହିଳା ଡାକ୍ତର ମଧ୍ୟ ଯୋଗଦେଇଥିଲେ l ସଂଘରେ ମହିଳା ଡାକ୍ତରଙ୍କ ମୁଖ୍ୟ ଭୂମିକା ବିଷୟରେ ଆଲୋକପାତ କରାଯାଇଥିଲା l ଶେଷରେ ଯୁଗ୍ମ ସମ୍ପାଦକ ଡା ମନୋଜ କୁମାର ବେହରା ଧନ୍ୟବାଦ ଅର୍ପଣ କରିବା ସହିତ ସଭା ସାଙ୍ଗ କରିଥିଲେ |