You are currently viewing 1997 ମାଟ୍ରିକ୍ ବ୍ୟାଚ୍ ଛାତ୍ରଛାତ୍ରୀଙ୍କ ବନ୍ଧୁ ମିଳନ
1997 ମାଟ୍ରିକ୍ ବ୍ୟାଚ୍ ଛାତ୍ରଛାତ୍ରୀଙ୍କ ବନ୍ଧୁ ମିଳନ

ବେଲଗୁଣ୍ଠା,19/01,ବେଲଗୁଣ୍ଠା ଘୁମୁସର ବୈଷୟିକ ଉଚ୍ଚ ବିଦ୍ୟାଳୟ ଏବଂ ବାଳିକା ଉଚ୍ଚ ବିଦ୍ୟାଳୟର 1997 ମସିହା ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ 25 ତମ ବନ୍ଧୁ ମିଳନ ଉତ୍ସବ ଭୁବନେଶ୍ୱର ସ୍ଥିତ ନେଚର୍ ରିସୋର୍ଟ ଠାରେ ଅନୁଷ୍ଠିତ ହୋଇଯାଇଛି I ବନ୍ଦିତା ବିନ୍ଧାଣିଙ୍କ ସଭାପତିତ୍ଵରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ କୋଣାର୍କ ଇଂଜିନିୟରିଙ୍ଗ୍ କଲେଜ୍ ର ଆସିଷ୍ଟାଣ୍ଟ୍ ପ୍ରଫେସର୍ ଦେବୀ ପ୍ରସାଦ ଆଚାର୍ଯ୍ୟ ଯୋଗ ଦେଇ ଭାରତ ସରକାରଙ୍କ ସ୍ଵଚ୍ଛ ଭାରତ ମିଶନ୍ କାର୍ଯ୍ୟକ୍ରମକୁ ଉଚ୍ଚ ପ୍ରଶଂସା କରିବା ସହିତ ସ୍ଵଚ୍ଛତା ପାଇଁ ବ୍ୟାପକ ଜନ ସଚେତନତା ଜରୁରୀ ବୋଲି ପ୍ରକାଶ କରିଥିଲେ I ସେହିପରି କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ରୂପେ ଆଇନଜୀବୀ ଯ୍ୟୋତିର୍ମୟ ମହାପାତ୍ର, ବରିଷ୍ଠ ସାମ୍ବାଦିକ ସୁରେଶ ସୁବୁଦ୍ଧି ଯୋଗଦେଇଥିଲେ I ଏହି ଅବସରରେ ସ୍ଵଚ୍ଛତା ନିମନ୍ତେ ଏକ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରାଯିବା ସହ ଶିକ୍ଷା ଏବଂ ସ୍ୱାସ୍ଥ୍ୟ ସମ୍ପର୍କରେ ମଧ୍ୟ ଆଲୋଚନା କରାଯାଇଥିଲା I ସଂଗଠନ ସମ୍ପାଦକ ସୁଶାନ୍ତ ମିଶ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ କାର୍ଯ୍ୟକ୍ରମ ଆବାହକ ପୁଷ୍ପଲତା ଦେବୀ ଧନ୍ୟବାଦ ଜ୍ଞାପନ କରିଥିଲେ I କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କୋଷାଧ୍ୟକ୍ଷ ରାଧାରାଣୀ ସୁବୁଦ୍ଧି,ରାମକୃଷ୍ଣ ପାତ୍ର ,ମନୋରଞ୍ଜନ ସାହୁ, ସନ୍ତୋଷ ପାତ୍ର ,ସରୋଜ ପାତ୍ର, ରିଟୂ ପାତ୍ର,ମମତା ଗୌଡ଼,ମିଟୁ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ I

ରିପୋର୍ଟ-ଶିବରାମ ଚୌଧୁରୀ