କଟକ , ୧୮/୦୨ -:- କଟକ ସଦର ବ୍ଲକ ଅନ୍ତର୍ଗତ କିଶୋରନଗର ଗ୍ରାମର ବାସିନ୍ଦା କାବୁଲି ଦାସ ବୟସ ୪୦ ଦିନମଜୁରିଆ ଭାବେ କାମକରି ନିଜ ପରିବାର ପ୍ରତିପୋଷଣ କରିଥାଆନ୍ତି, କାମକଲେ ଘରେ ଚୁଲି ଜଳେ ନହେଲେ ସମସ୍ତେ ଉପାସ, ନା ଅଛି କିଛି ନିର୍ଦିଷ୍ଟ ରୋଜଗାର ପନ୍ଥା ନା ଅଛି ମୁଣ୍ଡ ଗୁଞ୍ଜିବା ପାଇଁ ଘର ନା ଅଛି ଘର ତିଆରିକରିବା କରିବା ପାଇଁ ଜମିଖଣ୍ଡେ ଏଭଳି ପରିସ୍ଥିତିରେ ୬ମାସ ତଳେ ମଜୁରିଆ ଭାବେ ବିଲରେ ଚାଷ କାମ କରିଥିବା ବେଳେ ଡାହାଣ ହାତରେ ଅଜଣା କିଟ କିମ୍ବା ଜୀବର କାମୁଡିବା ଫଳରେ ହାତରେ ଆଘାତ ଲାଗିଥିଲା ଉକ୍ତ ଆଘାତ ଧୀରେ ଧୀରେ ଦିନ ଅନ୍ତରରେ ବଢ଼ିବାରେ ଲାଗିଲା ଆର୍ଥିକ ଅନଟନ ମଧ୍ୟ୍ୟରେ ଗତିକରୁଥିବା କାବୁଲି ନିଜ ହାତର ସଠିକ ଚିକିତ୍ସା କରିବାରେ ଅସଫଳ ହୁଅନ୍ତି ଫଳରେ ଆଘାତ ଲାଗିଥିବା ହାତର ଅବସ୍ଥା ଦିନକୁ ଦିନ ଖରାପ ହେବାକୁ ଲାଗେ ପରିସ୍ଥିତି ଏପରି ହୁଏକି ଡାକ୍ତର କାବୁଲିଙ୍କ ଉକ୍ତ ହାତଟିକୁ କାଟିବାକୁ ପରାମର୍ଶ ଦିଅନ୍ତି, ଚାରିମାସରୁ ଉର୍ଦ୍ଧ ସମୟ ହେବ କାବୁଲିଙ୍କ କାର୍ଯ୍ୟକ୍ଷମ ଡାହାଣ ହାତଟି କଟାହୋଇଯାଇଛି ଯାହାଫଳରେ ସେ ଆଉ ପୂର୍ଵ ଭଳି ନିଜ କାମକୁ ଯାଇପାରୁ ନାହାନ୍ତି ଫାଳେ ଘରେ ଚୂଲି ଲାଗିବା କଷ୍ଟର ହୋଇପଡିଛି I.

ତାଙ୍କୁ ମିଶେଇ ତାଙ୍କ ପରିବାରରେ ତାଙ୍କ ପତ୍ନୀ ମିନା ଦାସ ୩୫ବର୍ଷ, ବଡପୁଅ ପ୍ରକାଶ ଦାସ ୧୩ ବର୍ଷ, ସାନପୁଅ ବିକାଶ ଦାସ ୪ବର୍ଷ ସମସ୍ତେ କାବୁଲିଙ୍କ ରୋଜଗାର ଉପରେ ନିର୍ଭରକରି ଚାଳନ୍ତି, ଦୀର୍ଘ ୬ମାସରୁ ଉର୍ଦ୍ଧ ହେବ କାବୁଲିଙ୍କ ଏଭଳି ପରିସ୍ଥିତିରେ ଘରେ ଚୁଲିଜଳିବା କଷ୍ଟକର ହୋଇପଡିଥିବା ବେଳେ ଆଗାମୀ ଦିନରେ ତାଙ୍କ ପରିବାରର ପ୍ରତିପୋଷଣ କିଭଳି ହେବ ତାହା ଚିନ୍ତାଜନକ ବିଷୟ I ଏତେ ଦୁଃଖ କଷ୍ଟରେ କାବୁଲି କାଳତିପାତ କରୁଥିବାବେଳେ ବର୍ତ୍ତମାନ ସୁଦ୍ଧା ତାଙ୍କ ପାଖରେ ସରକାରୀ ଓ ବେସରକାରୀ ସ୍ଥରରେ କୌଣସି ପ୍ରକାରର ସହଯୋଗ ନମିଳିବା ଦୁଃଖର ବିଷୟ, ତାଙ୍କର ଏଭକି ସ୍ଥିତିରେ ସହଯୋଗର ହାତ ବଢେଇବା ପାଇଁ କାବୁଲି ଓ ତାଙ୍କ ପରିବାର ସରକାରଙ୍କର ପାକରେ ଗୁହାରି କରୁଛନ୍ତି I

