You are currently viewing କୋଦଳା ୮ ନମ୍ବର ଓ୍ବାର୍ଡରେ ଅଣସଂକ୍ରାମକ ରୋଗ ଚିହ୍ନଟ ଶିବିର ଅନୁଷ୍ଠିତ ।
କୋଦଳା ୮ ନମ୍ବର ଓ୍ବାର୍ଡରେ ଅଣସଂକ୍ରାମକ ରୋଗ ଚିହ୍ନଟ ଶିବିର ଅନୁଷ୍ଠିତ ।

(ଗଞ୍ଜାମ କୋଦଳା ରୁ କୃଷ୍ଣଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିୟୁଜ)

କୋଦଳା : (୨୧/୦୩ /୨୦୨୩)
କୋଦଳା ସ୍ଥିତ ସହରାଞ୍ଚଳ ସ୍ବାସ୍ଥ୍ୟ ଆରୋଗ୍ୟ କେନ୍ଦ୍ର ପକ୍ଷରୁ ମଙ୍ଗଳବାର ସହରର ୮ ନମ୍ବର ଓ୍ବାର୍ଡରେ ଅଣସଂକ୍ରାମକ ରୋଗ ଚିହ୍ନଟ ଶିବିର ଅନୁଷ୍ଠିତ ହୋଇଯାଇଛି। ଏନ୍ଏସି ଅଧ୍ୟକ୍ଷ ସୂର୍ଯ୍ୟ ନାରାୟଣ ନାୟକଙ୍କ ଉପସ୍ଥିତିରେ ଅନୁଷ୍ଠିତ ଏହି ଶିବିରକୁ ଓ୍ବାର୍ଡ ସଭ୍ୟ ମଧୂସୁଦନ ଜେନା ଏହାର ଉଦଘାଟନ କରିଥିଲେ । ଉକ୍ତ ସ୍ୱାସ୍ଥ୍ୟ ଶିବିରକୁ ଆଇଏମଟିଏସ୍ ର କୋଡିନେଟର୍ ପ୍ରେମାନନ୍ଦ ସାମନ୍ତରା ପରିଚାଳନା କରିଥିବା ବେଳେ ଡାକ୍ତର ସୁରେଶ ଚନ୍ଦ୍ର ପାତ୍ର, ଫାର୍ମାସିଷ୍ଟ ଅକ୍ଷୟ କୁମାର ଜେନା ଷ୍ଟାଫ୍ ନର୍ସ ଚନ୍ଦ୍ରମା ଦିଗାଲ, ଏଲ୍ ଟି ଆରତୀ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ସ୍ବାସ୍ଥ୍ୟ ସେବାରେ ନିଜକୁ ନିୟୋଜିତ କରିଥିଲେ।
ସ୍ପେସିଆଲିଟି ଭାବେ ଫିଜିଓଥେରାପି ଡାକ୍ତର ଦେବାଶିଷ ପତି ଉପସ୍ଥିତ ଥିବା ବେଳେ ସ୍ୱାସ୍ଥ୍ୟକେନ୍ଦ୍ରର ସମସ୍ତ କର୍ମଚାରୀ, ସ୍ଥାନୀୟ ଆଶା ଦିଦି, ମହିଳା ସ୍ୱାସ୍ଥ୍ୟକର୍ମୀ ମାନେ ଯୋଗଦାନ କରି ସହଯୋଗ କରିଥିଲେ । ସ୍ୱାସ୍ଥ୍ୟ ଶିବିରରେ ୧୮୬ ରୁ ଉର୍ଦ୍ଧ ସ୍ଥାନୀୟ ଅଂଚଳର ଲୋକଙ୍କୁ ସମ୍ପୂର୍ଣ୍ଣ ମାଗଣାରେ ରକ୍ତ ପରୀକ୍ଷା, ଔଷଧ ଓ ଡାକ୍ତର ପରାମର୍ଶ ଉପଲବ୍ଧ କରାଯାଇଥିଲା ।ଉକ୍ତ ଶିବିରଟି ସମ୍ପୂର୍ଣ୍ଣ ସଫଳତା ହାସଲ କରିଥିବା ଯୋଗୁଁ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଉମାଶଙ୍କର ମିଶ୍ର, ଡିପିଏମ୍ ଏବଂ ଆଇଏମଟିଏସ୍ ର ସେକ୍ରେଟାରୀ କ୍ଷୀରୋଦ ଚନ୍ଦ୍ର ପାଣିଗ୍ରାହୀ କୃତଜ୍ଞତା ଜଣାଇଥିବା ସୂଚନା ମିଳିଛି ।