You are currently viewing ଟଙ୍କା ଅଭାବରୁ ଚିକିତ୍ସା ହୋଇପାରୁ ନାହାଁନ୍ତି ଗଣେଶ, ଆର୍ଥିକ ସହାୟତା ପାଇଁ ନିବେଦନ କଲେ ଗଣେଶ ।
ଟଙ୍କା ଅଭାବରୁ ଚିକିତ୍ସା ହୋଇପାରୁ ନାହାଁନ୍ତି ଗଣେଶ, ଆର୍ଥିକ ସହାୟତା ପାଇଁ ନିବେଦନ କଲେ ଗଣେଶ ।

ବେଗୁନିଆପଡା (, 8.2.2024)-: ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ଅଙ୍ଗାରଗାଁ ପଞ୍ଚାୟତ ର ଅଙ୍ଗାରଗାଁ ଗ୍ରାମରେ ଦେଖିବାକୁ ମିଳିଛି ଏକ ଦୁଖଃ ଦାୟକ ଘଟଣା। ସୂଚନା ଅନୁଯାୟୀ ସେହିଗ୍ରାମର ଗଣେଶ ସାହୁ ବୟସ ୩୬ ବାହାର ରାଜ୍ଯରେ କାର୍ଯ୍ୟ କରି ବେଶ୍ ଖୁସିରେ ତାଙ୍କର ପରିବାର ପ୍ରତିପୋଷଣ କରୁଥିଲେ । ହଟାତ୍ ଦେହ ଅସୁସ୍ଥ ହେଲା ଡାକ୍ତର ଙ୍କ ପରାମର୍ଶ ପରେ ଜଣା ପଡିଲା ତାଙ୍କର ଯକୃତ ଏବଂ ଅଗ୍ନ୍ୟାଶୟ ଜନିତ ସମସ୍ୟା ଅଛି । ପାଖରେ ଯାହା ଟଙ୍କା ପଇସା ଥିଲା ଚିକିତ୍ସାରେ ତାହା ସରିଗଲାଣି । ଜମି ବାଡି ବୋଲି କିଛି ନାହିଁ ଏକ ମାତ୍ର ସମ୍ବଳ ହେଉଛି ରହୁଥିବା ଘର ଖଣ୍ଡିଏ ମାତ୍ର । ଗଣେଶ ହେଉଛନ୍ତି ସେହି ପରିବାର ର ଜଣେ ମାତ୍ର ରୋଜଗାରିଆ ବ୍ୟକ୍ତି ।ସେ ଯାହା ରୋଜଗାର କରି ଦେଉଥିଲେ ସେଥିରେ ସୁଖ ଦୁଖଃରେ ଚଳିଯାଉଥିଲା ତାଙ୍କର ପରିବାର । ୮ ରୁ ୧୦ ବର୍ଷ ତଳେ ବାପା ଶିବରାମ ସାହୁ ମୃତ୍ଯ ବରଣ କରିଥିବା ବେଳେ ସାନ ଭାଇ କୋଉଠି ଅଛି ତାହାର ଠିକଣା ନାହିଁ । ଏକ ମାତ୍ର ଭଉଣୀ ଙ୍କ ବିବାହ ସରିଛି । ଘରେ ମା ପକ୍ଷପାତିତା ରୋଗରେ ଆକ୍ରାନ୍ତ ହୋଇ ପଡ଼ି ରହିଥିବା ବେଳେ । ବର୍ତ୍ତମାନ ଏକ ମାତ୍ର ସାହା ଭରସା ପାଲଟିଛି ଧର୍ମପତ୍ନୀ । ଗଣେଷ ଙ୍କ ଏଭଳି ଅବସ୍ଥା ସାଙ୍ଗକୁ 7 ମାସର କୁନି ଛୁଆ ଏବଂ ଧର୍ମପତ୍ନୀ ଏବଂ ତାଙ୍କର ମା ଙ୍କୁ ଦେଖିଲେ ଆଖି ରୁ ଆପେ ଆପେ ଲୁହ ବାହାରି ଆସୁଛି । ଏକ ମାତ୍ର ରୋଜଗାରିଆ ପୁଅ ର ଏଭଳି ଅବସ୍ଥା ଦେଖି ମା ଘର ର ଏକ କୋଣେ ବସି ଲୁହ ଗଡାଉଛନ୍ତି । କୁନି ଛୁଆ ସାଙ୍ଗକୁ ରୋଗିଣା ଶାଶୁ ଙ୍କୁ ଧରି କଣ କରିବେ କିଛି ଭାବି ପାରୁନାହାନ୍ତି ତାଙ୍କର ପତ୍ନୀ । ଗଣେଶ ଙ୍କ କହିବା ଅନୁସାରେ ତାଙ୍କର ଚିକିତ୍ସା ନିମନ୍ତେ ଲକ୍ଷାଧିକ ଟଙ୍କାର ଆବଶ୍ୟକତା ରହିଛି। ଏ ନେଇ ଗଣେଶ ଏବଂ ତାଙ୍କର ପରିବାର ବର୍ଗ ତାଙ୍କୁ ସହାୟତା ପାଇଁ ବଦାନ୍ୟ ବ୍ୟକ୍ତିବିଶେଷ, ରାଜନୈତିକ ଜନପ୍ରତିନିଧି ଓ ପ୍ରଶାସନକୁ ନିବେଦନ କରିଛନ୍ତି । ତାଙ୍କୁ ଯେଉଁ ମାନେ ସହାୟତା ପ୍ରଦାନ କରିବା ପାଇଁ ଇଛା ପ୍ରକାଶ କରୁଛନ୍ତି ତାଙ୍କର ଫୋନ ପେ ନମ୍ବର 8260577876 କିମ୍ବା କୋଦଳା ଷ୍ଟେଟ ବ୍ୟାଙ୍କ ଆକାଉଣ୍ଟ ନମ୍ବର 35824441848 ରେ ପଠେଇବା ସହ ତାଙ୍କର ମୋବାଇଲ ନମ୍ବର 8260577876 ରେ ମଧ୍ଯ ଯୋଗଯୋଗ କରିପାରିବେ ବୋଲି ସେ ନିବେଦନ କରିଛନ୍ତି ।ଗଞ୍ଜାମ କୋଦଳା ରୁ କୃଷ୍ଣ ଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିୟୁଜ।