You are currently viewing କଙ୍କୋରଡା ବିଜ୍ଞାନ ମହାବିଦ୍ୟାଳୟରେ ଜାତୀୟ ସେବା ସଂସ୍ଥା ମହିଳା ୟୁନିଟ ଦ୍ୱାରା ଶୀତ କାଳୀନ ଶିବିରର ପଞ୍ଚମ ଦିନରେ ଏଡ୍ସ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ
କଙ୍କୋରଡା ବିଜ୍ଞାନ ମହାବିଦ୍ୟାଳୟରେ ଜାତୀୟ ସେବା ସଂସ୍ଥା ମହିଳା ୟୁନିଟ ଦ୍ୱାରା ଶୀତ କାଳୀନ ଶିବିରର ପଞ୍ଚମ ଦିନରେ ଏଡ୍ସ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ସାନଖେମୁଣ୍ଡି ୨୪/୧୨/୨୨ :- ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ କଙ୍କୋରଡା ବିଜ୍ଞାନ ମହାବିଦ୍ୟାଳୟରେ ଜାତୀୟ ସେବା ସଂସ୍ଥା ମହିଳା ୟୁନିଟ ତରଫରୁ ଶୀତ କାଳୀନ ଶିବିରର ଆଜି ପଞ୍ଚମ ଦିବସରେ ହେଚଆଇଭି ଏଡ୍ସ ଉପରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ସାତଦିନ ଧରି ଚାଲିଥିବା ଥିବା ଏହି ଶିବିରକୁ କଲେଜ ଅଧକ୍ଷ୍ୟ ଡ଼ଃ ପ୍ରକାଶ ଚନ୍ଦ୍ର ଜେନା ଅଧକ୍ଷତା କରୁଛନ୍ତି l ସମ୍ମାନିତ ଅତିଥିଭାବେ ଅଧ୍ୟାପକ ଶ୍ରୀ ଶୁଶାନ୍ତ କୁମାର ପଣ୍ଡା ଏଡ୍ସ ର କlରଣ, ଲକ୍ଷଣ, ଏବଂ ପ୍ରତୀଶେଧକ ଉପରେ ସ୍ୱେଚ୍ଛା ସେବୀ ମାନଙ୍କୁ ସଚେତନତା ର ବାର୍ତ୍ତା ଦେଇ ଛାତ୍ରଛାତ୍ରୀମାନଙ୍କୁ ଆଲୋକପାତ କରିଥିଲେ I ଏଡ୍ସ ଏପରି ଏକ ଭୟାନକ ରୋଗ ଯାହାର ଔଷଧ ଆଜି ଯାଏଁ ବାହାର ହୋଇପାରିନାହିଁ l କିନ୍ତୁ କିଛିଟା ସଚେତନତା ରହିଲେ ଆମେ ଏହି ରୋଗକୁ ଆମ ସମାଜରୁ ଦୁରେଇ ପାରିବା l ଆଜିର ଏହି ଏଡ୍ସ ସଚେତନତା କାର୍ଯ୍ୟକ୍ରମକୁ କଲେଜର ଛାତ୍ରଛାତ୍ରୀମାନେ କଙ୍କୋରଡାର ସାହି ସାହି ବୁଲି ଲୋକଙ୍କୁ ସଚେତନ କରାଇଥିବା ଦେଖିବାକୁ ମିଳିଛି l ଆଜିର ଏହି ଏଡ୍ସ ସଚେତନତା କାର୍ଯ୍ୟକ୍ରମର ପରିଚାଳନା କରିଥିଲେ କାର୍ଯ୍ୟ ସଂଯୋଜୀକl ଅଧ୍ୟାପିକା ସ୍ୱାଗତିକା ମହଙ୍କୁଡ଼ ଏବଂ କାଯ୍ୟ ପରିଶେଷରେ ରାଜନୀତି ବିଭାଗର ଅଧ୍ୟାପିକା ଶ୍ରୀମତୀ ପ୍ରିୟଙ୍କା ଜେନା ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l