ରକ୍ତଭଣ୍ଡାରରେ ରକ୍ତର ଅଭାବ ଦୂରୀକରଣ ଓ ରକ୍ତ ଅଭାବ ଜନିତ ମୃତ୍ୟୁକୁ ରୋକିବା ପ୍ରୟାସରେ ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଆମ ପୋଲିସ ସମିତି ପକ୍ଷରୁ ରକ୍ତଦାନ ଶିବିର କାର୍ଯ୍ୟକ୍ରମ ବିଗତ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପ୍ରୟାସ ଜାରି ରଖିଥିବା ଜଣାପଡିଛି । ପାଟପୁର ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନ ଏବଂ ସାନଖେମୁଣ୍ଡି ବ୍ଲକ ଜନସାଧାରଣଙ୍କ ସହଯୋଗ କ୍ରମେ ଅନୁଷ୍ଠିତ ମେଗା ରକ୍ତଦାନ ଶିବିରରେ ଗଞ୍ଜାମ ଆରକ୍ଷୀ ଅଧିକ୍ଷକ ଜଗମୋହନ ମୀନା ସମେତ ଆସିକା ଏସଡିପିଓ ଉମାଶଙ୍କର ସିଂ, ଆସିକା ସାଂସଦ ପ୍ରମିଳା ବିଷୋୟୀ , ସାନଖେମୁଣ୍ଡି ପୂର୍ବତନ ବିଧାୟିକା ତଥା ବିଜେଡି ଉପଦେଷ୍ଟା ନନ୍ଦିନୀ ଦେବୀ , ସୋରଡ଼ା ଥାନା ଅଧିକାରୀ ରମେଶ କୁମାର ପ୍ରଧାନ , ଧରାକୋଟ ଥାନା ମମତା ସାମନ୍ତରାୟ , ଶେରଗଡ଼ ଥାନା ଅଧିକାରୀ ମନୋଜ କୁମାର ପ୍ରଧାନ , ବଡଗଡ ଥାନା ଅଧିକାରୀ ସୁରଜ କୁମାର ଝଙ୍କାର , ହିଞ୍ଜିଳି ଥାନା ଅଧିକାରୀ ଅଭିମନ୍ୟୁ ଦାସ , କାଟିନଡା ଥାନା ଅଧିକାରୀ କ୍ରିଷ୍ଣା ସାହା , ଆମ ପୋଲିସ ସମିତି ଉପଦେଷ୍ଟା ତଥା ଅଧ୍ୟାପକ ଡ . କୈଳାସ ଚନ୍ଦ୍ର ସ୍ବାଇଁ , ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅଞ୍ଜଳୀ ସ୍ବାଇଁ , ବ୍ଲକ ଅଧ୍ୟକ୍ଷ ସିମାଞ୍ଚଳ ପାତ୍ର , ଉପାଧ୍ୟକ୍ଷା ରିଙ୍କି ନାୟକ , ଜିଲ୍ଲା ପରିଷଦ ବିଜୟ କୁମାର ପ୍ରଧାନ , ଅମିନ ପ୍ରଧାନ , ମାମାନି ପାତ୍ର , ସୁଲତାରାଣୀ ସ୍ବାଇଁ , ବିଜେଡି ସାଧାରଣ ସଂପାଦକ ଯୋଗେନ୍ଦ୍ର ସ୍ବାଇଁ , ବ୍ଳକ ବିଜେଡି ସଭାପତି ନୀଳମାଧବ ରାଉତ ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ ପଞ୍ଚାୟତରୁ ଆସିଥିବା ଯୁବଗୋଷ୍ଠୀ ତଥା ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ ।

ଏଥିସହ ଯୁବପୀଢୀଙ୍କୁ ରକ୍ତଦାନର ମହତ୍ତ୍ଵ ସମ୍ପର୍କରେ ବୁଝାଇବା ସହ ଅନ୍ୟ ଯୁବକ ମାନଙ୍କୁ ଭୟ ନ କରି ରକ୍ତଦାନ କରିବା ପାଇଁ ସଚେତନତା ମାଧ୍ୟମରେ ବୁଝାଇବାକୁ ପରାମର୍ଶ ଦେଇଥିଲେ । ଏହି ଅବସରରେ ବ୍ରହ୍ମପୁର ଓ ଭଞ୍ଜନଗର ରକ୍ତଭଣ୍ଡାରରୁ ଆସିଥିବା କର୍ମକର୍ତ୍ତାଙ୍କ ସହାୟତାରେ ୪୦୨ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ଗତ ବର୍ଷ ରେକର୍ଡ ସଂଖ୍ୟକ ୪୬୨ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା । ଏଭଳି କାର୍ଯ୍ୟକ୍ରମରେ ବ୍ଳକ ବାସୀ ଓ ସମସ୍ତ ପଞ୍ଚାୟତର ନବ ନିର୍ବାଚିତ ସରପଞ୍ଚ , ସମିତି ସଭ୍ୟ , ରକ୍ତଦାତା ଏବଂ ଯୁବଗୋଷ୍ଠୀ ମାନେ ରହି ସହଯୋଗ ପ୍ରଦାନ କରିଥିବାରୁ ଥାନା ଅଧିକାରୀ ଶ୍ରୀ ମଲ୍ଲ ସମସ୍ତଙ୍କୁ ଧନ୍ୟବାଦ ଓ ଶୁଭକାମନା ଜ୍ଞାପନ ଜଣାଇଥିଲେ । ( ଦିଗପହଣ୍ଡି ରୁ କିରଣ କୁମାର ବେହେରା ରିପୋର୍ଟ)

