କଟକ : ଅଗ୍ରଣୀ ସାମାଜିକ ସଙ୍ଗଠନ ପ୍ରତିଭା ବିକାଶ ପ୍ରତିଷ୍ଠାନ କଟକ ସଦର ପକ୍ଷରୁ ଜୟ ହିନ୍ଦ କ୍ଲବ ପଟଣା ୪୨ ମୌଜା ଠାରେ ଉତ୍କଳ ଦିବସ ପ୍ରତିଷ୍ଠାନର ସଭାପତି ବିଶିଷ୍ଟ ସମାଜସେବୀ ଇଂ.ଅଶୋକ କୁମାର ବିଶ୍ୱାଳଙ୍କ ସଭାପତିତ୍ୱରେ ପାଳନ ହୋଇଯାଇଛି । ସଭାରେ ମୂଖ୍ୟ ଅତିଥି ଭାବରେ ସୁନାମ ଧନ୍ୟ ସାହିତ୍ୟିକ ତଥା ବରିଷ୍ଠ ସମ୍ବାଦିକ ଡ଼ଃ.ଚିତ୍ତ ରଂଜନ ବେହେରା, ମୁଖ୍ୟବକ୍ତା ଭାବରେ ପ୍ରାକ୍ତନ ପ୍ରଧାନ ଶିକ୍ଷକ ପ୍ରଫୁଲ୍ଲ ଚନ୍ଦ୍ର ମହାପାତ୍ର, ସମ୍ମାନୀତ ଅତିଥି ଭାବରେ ପ୍ରାଧ୍ୟାପକ ଡ଼ଃ.ସେକ କଲିମୁଲ୍ଲା,ବି.ଜେ.ପି ମହିଳା ମୋର୍ଚା ସଭାପତି ସୁନିତା ଦେବତା,ଯୁବ ସମାଜସେବୀ ରାମ ଚନ୍ଦ୍ର ଗୋଛାୟତ,ରାଜନୀତିଜ୍ଞ ବିନୋଦ ବେହେରା,ସମାଜସେବୀ ରବୀନ୍ଦ୍ର ଦେବତା ଯୋଗ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ନାରାୟଣ ଚନ୍ଦ୍ର ମହାନ୍ତି,ବିଷ୍ଣୁ ଦେବତା,ଘନଶ୍ୟାମ ମଲିକ, ମହେଶ୍ୱର ବେହେରା,କାର୍ତ୍ତିକ ଦାସ,ନଟବର ବେହେରା,ଅଭିରାମ ଦଳାଇ,ଅଭୟ ଦାସ,କ୍ଷୀରୋଦ ଦାସ,ଉପେନ୍ଦ୍ର ବାରିକ,ରମେଶ ମଲିକ,ରବୀନ୍ଦ୍ର ବାବା,ସନ୍ତୋଷ ଭୋଇ,ସନ୍ତୋଷ ବେହେରା ପ୍ରଭୁତି ଉପସ୍ଥିତ ଥିଲେ । ଅନୁଷ୍ଠାନର ସମ୍ପାଦକ ରୁଦ୍ର ନାରାୟଣ ଦାସ ସଭା ପରିଚାଳନା କରିଥିବା ବେଳେ ଉପ ସଭାପତି ପ୍ରଭାତ ଖଟୁଆ ଧନ୍ୟବାଦ ଅର୍ପଣ କରିଥିଲେ ।
