You are currently viewing ଦିବ୍ୟ ଜୀବନ ସଂଘର ୨୯ ତମ ବାର୍ଷିକ ଉତ୍ସବ ଉପଲକ୍ଷେ କୋଦଳା ଶାଖା ପକ୍ଷରୁ ଏକ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ।
ଦିବ୍ୟ ଜୀବନ ସଂଘର ୨୯ ତମ ବାର୍ଷିକ ଉତ୍ସବ ଉପଲକ୍ଷେ କୋଦଳା ଶାଖା ପକ୍ଷରୁ ଏକ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ।

କୋଦଳା , ୦୧/୧୨ – ( କୃଷ୍ଣଚନ୍ଦ୍ର ପଲାଇ ) -:- ଦିବ୍ୟ ଜୀବନ ସଂଘର ୨୯ ତମ ବାର୍ଷିକ ଉତ୍ସବ ଉପଲକ୍ଷେ ଗଞ୍ଜାମ ଜିଲ୍ଲା କୋଦଳା ଶାଖା ପକ୍ଷରୁ ଏକ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। କୋଦଳା ଦଣ୍ଡିଶ୍ୱର ମନ୍ଦିର ନିକଟସ୍ଥ ଦିବ୍ଯ ଜୀବନ ସଂଘର ଶାଖା କାର୍ଯ୍ୟାଳୟ ଠାରେ ଗୁରୁବାର ଅନୁଷ୍ଠିତ ଏହି ରକ୍ତଦାନ ଶିବିରରେ ସ୍ବେଚ୍ଛାକୃତ ଭାବେ ଅଞ୍ଚଳର ବହୁ ଯୁବକ ରକ୍ତଦାନ କରିଥିଲେ। ଦେଶରେ ରକ୍ତ ସଂକଟର ଘୋର ଅଭାବ ଦୃଷ୍ଟିକୁ ଆଖି ଆଗରେ ରଖି ରକ୍ତଦାନ ଶିବିର ଆୟୋଜନ କରି ଆମେ ସେ ସଂକଟକୁ ଦୂର କରିବା ପାଇଁ ଚେଷ୍ଟା କରୁଛୁ ବୋଲି କହିଛନ୍ତି ବିପଦର ବନ୍ଧୁ ସଂଗଠନର ମୁଖପାତ୍ର ଚିନ୍ମୟ କୁମାର ପଲାଇ। ସତ ଜୀବନ ନିର୍ବାହ ପାଇଁ ଦିବ୍ୟ ଜୀବନ ସଂଘ ପ୍ରତିଷ୍ଠା ଏବଂ ସେବା, ପ୍ରେମ, ଦାନ ,ପବିତ୍ରତା ଓ ଧ୍ୟାନ ଦ୍ୱାରା ସମାଜର ସେବା କରିହେବ। କୋଦଳା ଦିବ୍ଯ ଜୀବନ ସଂଘର ଶାଖାରେ ଆଗରୁ ମଧ୍ୟ ଅନେକ ଏଭଳି ସେବା କାର୍ଯ୍ୟ ହୋଇଛି। ଆଜି ରକ୍ତଦାନ ଶିବିର କରି ଲୋକକଂ ସେବା କରିବାର ସୁଯୋଗ ପାଇଛୁ ବୋଲି କହିଛନ୍ତି ସଂଘର ମହିଳା ସଦସ୍ୟା ମିତାରାଣୀ ପାତ୍ର। ସଂଘ ଶାଖାର ସଭାପତି ଗୋପବନ୍ଧୁ ଶତପଥୀଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିପଦର ବନ୍ଧୁ ସଂଗଠନର ସହଯୋଗ ଯୋଗୁଁ ଏଭଳି ସେବା କାର୍ଯ୍ୟକ୍ରମ ସଫଳ ହୋଇଥିବା କହିଛନ୍ତି ସଭାପତି। ଆଖପାଖ ଅଞ୍ଚଳରୁ ଶତାଧିକ ଯୁବକ ଉକ୍ତ ରକ୍ତଦାନ ଶିବିରରେ ଉପସ୍ଥିତ ରହି ରକ୍ତଦାନ କରିଥିବା ବେଳେ ପାଖାପାଖି ୨୦୦ ୟୁନିଟ୍ ରକ୍ତ ସଂଗ୍ରହ କରାଯିବ ବୋଲି ସୂଚନା ମିଳିଛି ।