ବାଲେଶ୍ୱର ବାହାନଗା ମର୍ମନ୍ତୁଦ ରେଳ ଦୁର୍ଘଟଣାରେ ପ୍ରାଣ ହରାଇଥିବା ସମସ୍ତ ବ୍ୟକ୍ତିଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ରାଜ୍ୟ ଆର ବି ଏସ କେ ଆୟୁଷ ଡାକ୍ତର ସଙ୍ଘ ଗଞ୍ଜାମ ଶାଖା ତରଫରୁ ପ୍ରଦୀପ ପ୍ରଜ୍ବଳନ ଓ ନିରବ ପ୍ରାର୍ଥନା ଅନୁଷ୍ଠିତ ହୋଇଯାଇଛି |ଏହି ସଭାରେ ରାଜ୍ୟ ସଙ୍ଘର ସାଧାରଣ ସମ୍ପାଦକ ଡା ରବୀନ୍ଦ୍ର ସେଠୀ, ଜିଲ୍ଲା ସଭାପତି ଡା ମନୋରଞ୍ଜନ ରଥ, ସାଧାରଣ ସମ୍ପାଦକ, ଡା ଜୟଦେବ ନାୟକ, ଡା ମନୋଜ କୁମାର ବେହେରା, ଡା କିରଣ କୁମାର ପଣ୍ଡିତ, ଡା ମନୋରଞ୍ଜନ ପଣ୍ଡା, ଡା ଲିଙ୍ଗରାଜ ଶତପଥୀ, ଡା ସତ୍ୟନାରାୟଣ ପଲାଇ, ଡା ଶିଳଭଦ୍ର, ଡା ପୁରଞ୍ଜିତ ପାତ୍ର ଓ ପ୍ରମୁଖ ଡାକ୍ତର ଯୋଗଦେଇ ଶୋକ ପ୍ରକାଶ କରିବା ସହ ସମୂହ ଦୀପଦାନ କରିଥିଲେ |ଗଞ୍ଜାମ କୋଦଳା ରୁ କୃଷ୍ଣ ଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିୟୁଜ।
