You are currently viewing ସିଆରପିଏଫ୍ ବାଟାଲିୟନ ପକ୍ଷରୁ ଜନସମ୍ପର୍କ ଶିବିର
ସିଆରପିଏଫ୍ ବାଟାଲିୟନ ପକ୍ଷରୁ ଜନସମ୍ପର୍କ ଶିବିର

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ଅନ୍ତର୍ଗତ ଖମଣଖୋଲ ପଞ୍ଚାୟତ ରେ ଥିବା D/୬୪ ସିଆରପିଏଫ ବାଟାଲିୟନ କେନ୍ଦ୍ରୀୟ ରିଜର୍ଭ ପୁଲିସ ଦ୍ଵାରା ଏକ ଜନସମ୍ପର୍କ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିର ରେ ପଞ୍ଚାୟତର ୫ ଖଣ୍ଡ ଗ୍ରାମର ନିରୀହ ଗରିବ ଓ ଅସହାୟ ଙ୍କ ପାଇଁ ଜନ କଲ୍ୟାଣକାରୀ କାର୍ଯ୍ୟକ୍ରମ ରେ ୮୦ ଜଣ ପୁରୁଷ ଓ ମହିଳା ମାନେ ଶୀତ ଦାଉରୁ ରକ୍ଷା ପାଇବା ପାଇଁ କମ୍ବଳ ବଣ୍ଟନ କରାଯାଇଛି l ଏଥିରେ ମୁଖ୍ୟଅତିଥି ଭାବେ ଡି/୬୪ ସିଆରପିଏଫ ବାଟାଲିୟନର ଦ୍ୱିତୀୟ କମାଣ୍ଡ ଅଧିକାରୀ ପି.କେ.ମିଶ୍ର, ତଥା ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଖମଣଖୋଲ ପଞ୍ଚାୟତ ସରପଞ୍ଚ ଚନ୍ଦୁଲାଲ ମଲିକ ,ସମିତି ସଭ୍ୟ ସୀତାରାମ ମଲିକ,ଡକ୍ଟର୍ ସାଇ ପ୍ରସାଦ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ କ୍ୟାମ୍ପର ସମସ୍ତ ଜବାନ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ ।