ଖଲ୍ଲିକୋଟ ; 26 /2 ଭଗବାନ ଙ୍କ ସୃଷ୍ଟି ରେ ପ୍ରେମ ଶାଶ୍ୱତ ଓ ଚିରନ୍ତନ ଏଭଳି ଏକ ଉଦାହରଣ ସାଜିଛନ୍ତି ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ସହର ର ଜଣେ ଦିବ୍ୟାଙ୍ଗ ପୁଅ ଓ ଜଗତସିଂହପୁର ର ଦିବ୍ୟାଙ୍ଗ ଝିଅ ଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠି ପରେ ବିବାହ ବନ୍ଧନ ରେ ଆବଧ ହୋଇ ଉଭୟ ଯୋଡି ଅମର ପ୍ରେମ କୁ ଅନୁଷ୍ଠାନିକ ଭାବେ ସାକାର କରିଛନ୍ତି |ଉଭୟ ପ୍ରେମୀ ଯୁଗଳ ମୁକ ବଧିର ହୋଇଥିଲେ ମଧ୍ୟ ପିଲାଟି ଦିନରୁ ଉଭୟ ଉଭୟ ଙ୍କୁ ଖୁବ ଭଲ ପାଇଁ ଦୁଇ ଜଣ ଉଚ୍ଚ ଶିକ୍ଷିତ ଓ ଦୁଇ ଜଣ ଗୋଟିଏ ବିଭାଗ ରେ ଚାକିରୀ କରନ୍ତି |କବିସୂର୍ଯ୍ୟନଗର ସହର ର କାମଳଲୋଚନ ନାୟକ ଓ ଜଗତସିଂହପୁର ର କଳ୍ପନା ଉଭୟ ନିବିଡ ପ୍ରେମରେ ଜାତି ଜାତକ ଓ ଯୌତୁକ କୁ ଖାତିର ନ କରି ଉଭୟ ପରିବାର ର ମୁରବି ଙ୍କ ସହ ମତି ରେ ବିବାହ ସମ୍ପନ୍ନ କରି ଏକ ଆଦର୍ଶ ସୃଷ୍ଟି କରିଛନ୍ତି |ଉକ୍ତ ଦବ୍ୟାଙ୍ଗ ଯୋଡି ଙ୍କ ବାହାଘର ନେଇ ଉଭୟ ଙ୍କ ପିତା ମାତା ବହୁତ ଖୁସି ଥିବା ବେଳେ ବନ୍ଧୁ ପରିଜନ ଓ ନିକଟ ତମ ବ୍ୟକ୍ତି ମାନେ ଆଶ୍ରିବାଦ ର ବର୍ଷା କରିଵା ସହ ସେମାନଙ୍କ ସୁଖ ସମୃଦ୍ଧି କାମନା କରିଛନ୍ତି | ପ୍ରକାଶ ଥାଉକି ଉଭୟ ଦିବ୍ୟାଙ୍ଗ ଦମ୍ପତି ସଂକେତ ମାଧ୍ୟମ ରେ କଥା ବାର୍ତା ହେଉଥିବା ଜଣାପଡିଛି |
ରିପୋର୍ଟ :ମାଧବ ବେହେରା, ଖଲ୍ଲିକୋଟ, ଗଞ୍ଜାମ
