ପୁରୁଷୋତ୍ତମପୁର ବ୍ଲକ ର ବୈଠକ ହଲରେ ଆଜିଦେଶର ୭୫ ତମ ଆଜାଦ କି ଅମୃତ ମହୋତ୍ସବ ରେ ପୁରୁଷୋତ୍ତମପୁର ମୁଖ୍ୟ ଷ୍ଟେଟ ବ୍ୟାଙ୍କ ତରଫରୁ ମିଶନ ଶକ୍ତି ସମନ୍ୱୟ ମେଳା ବ୍ଲକ ଅଧକ୍ଷା ପିଙ୍କି ବେହେରା ଙ୍କ ସଭାପତିତ୍ୱରେ ତଥାବ୍ଲକ ବିଡ଼ିଓ ଙ୍କ ଉପସ୍ଥିତି ରେ ଏହା ଆରମ୍ଭ ହୋଇ ଥିଲା | ଏଥିରେ ବ୍ୟାଙ୍କର ଶାଖା ପରିଚାଳକ ଦଶରଥ ସେନାପତି ପୋଗ୍ରାମ ଅଫିସର ଚନ୍ଦନ କୁମାର ସିଂ ବ୍ଲକର ମିଶନ ଶକ୍ତି ର ପ୍ରୋଜେକ୍ଟ କୋଡିନେଟର ରଜତ କୁମାର ବେହେରା, ସମାଜ ସେବୀ ଜଗତ ବନ୍ଧୁ ପଣ୍ଡା, ପ୍ରମୁଖ ମଞ୍ଚାସିନ ରହି ଥିଲେ |

ଏହି ମେଳା ର ମୁଖ୍ୟ ଉଦେଶ୍ୟ ଥିଲା ରାଜ୍ୟ ସରକାରଙ୍କ ମିଶନ ଶକ୍ତି ମହିଳା ମାନଙ୍କୁ ସ୍ୱାବଲମ୍ବୀ ଓ ସ୍ଵ ରୋଜଗାର କରି ବଞ୍ଚିବା ସହିତ କିଛି କରିବା ଓ ବ୍ଲକ ଠାରୁ ଆରମ୍ଭ କରି ଜିଲ୍ଲା, ରାଜ୍ୟ, ଦେଶ ଏବଂ ଦେଶ ବାହାରେ ସେହିଁ ପ୍ରୋଡ଼କ୍ଟ ଗୁଡ଼ିକ ର ପ୍ରସାର, ପ୍ରଚାର କରିବା | ଏହା ଆଗରୁ ଅନ୍ୟ ବ୍ଲକ ର ମହିଳା ମାନେ ମାଣ୍ଡିଆରୁ ପ୍ରସ୍ତୁତ ବିଭିର୍ଣ୍ଣ ସ୍ୱାଦିଷ୍ଟ ଖାଦ୍ୟ କୁ ନେଇ ପ୍ୟାରିସିରେ ଅନ୍ତ ରାଷ୍ଟ୍ରୀୟ ଖାଦ୍ୟ ମେଳାରେ ପୁରସ୍କୃତ ହୋଇ ଥିଲେ | ସେହିପରି ସବୁ ଗ୍ରୁପ ମହିଳା ମାନେ ମଧ୍ୟ ଏପରି କିଛି କରନ୍ତୁ ଯାହାଦ୍ୱାରା ବ୍ଲକ ସହିତ ରାଜ୍ୟ ଓ ଦେଶର ନାମ ରହିବ | ତେବେ ଆଜି ଏହି ମେଳାରେ ୭ ଗୋଟି ପଞ୍ଚାୟତ ର ୫୦ଗୋଟି ଗ୍ରୁପ କୁ ଦେଢକୋଟି ଟଙ୍କା ଶାଖା ପରିଚାଳକ ଦଶରଥ ସେନାପତି ଉପସ୍ଥିତ ଅଧକ୍ଷା, ବିଡ଼ିଓ, ପିଓ, ଓ ବିପିସି ଙ୍କ ଦ୍ୱାରା ବଣ୍ଟନ କରିଥିଲେ | ଏଥିରେ ଏମ.ବି.କେ ଓ ସି.ଆର.ପି ମହିଳା ମାନେ ଯେଉଁମାନେ କି ପଞ୍ଚାୟତ ସ୍ତରରେ ରହି ଏହି ଗ୍ରୁପ ମାନଙ୍କୁ ସହଯୋଗ କରନ୍ତି ସେମାନେ ମଧ୍ୟ ଉପସ୍ଥିତ ଥିଲେ |ପୁରୁଷୋତ୍ତମପୁର ରୁ ପ୍ରସନ୍ନ କୁମାର ଦାଶ ଙ୍କ ରିପୋର୍ଟ

