ଦିଗପହଣ୍ଡି : ଜମିକୁ ଜଳ,ଚାଷୀଙ୍କ ଅଧିକାର।ସରକାର ମଧ୍ୟ ଅଗ୍ରାଧିକାର ଭିତିରେ ଏହି କର୍ତବ୍ୟକୁ ପାଳନ କରିବା ଉଚିତ।ବର୍ଷ,ପରେ ବର୍ଷ ବତିଯାଉଥିଲେ ମଧ୍ୟ ସରକାର ଏ ଦିଗରେ କାଳ କ୍ଷେପଣ ନିତି ଅବଲମ୍ବନ କରିଆସୁଛନ୍ତି।ଚାଷୀମାନେ ଏ ଦିଗରେ ସଚେତନ ହେବାକୁ ପଡିବ। ନିଜର ସଂଗଠନକୁ ସୁଦୃଢ କରି ନିଜର ହକ ଅଧିକାରକୁ ସରକାରଙ୍କ ଆଗରେ ଉପସ୍ଥାପନ କରି ଛେଳିଗଡ ଜଳସମ୍ପ୍ରସାରଣ ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ଆନ୍ଦୋଳନକୁ ଦୀର୍ଘସ୍ଥାୟୀ କରିବା। ପାଇଁ ଦଳମତ ନିର୍ବିଶେଷରେ ଏକାଠୀ ହେବାକୁ ପଡିବ ବୋଲୀ ଜଳସୁରକ୍ଷା ସମିତିର ଚତୁର୍ଥ ବୈଠକରେ ଚାଷୀ ନେତାମାନେ ବୈଠକରେ ଆହ୍ୱାନ ଦେଇଛନ୍ତି।

ଦିଗପହଣ୍ଡି ବ୍ଳକର ଗୋକର୍ଣ୍ଣପୁର ନିଳକଣ୍ଠେଶ୍ୱର ଶୈବପୀଠରେ ସମିତିର ଦିଗପହଣ୍ଡି-ସାନଖେମୁଣ୍ଧି ଓ କୁକୁଡାଖଣ୍ଡି ବ୍ଳକର ଚାଷୀମାନେ ଏକତ୍ରିତ ହୋଇଥିଲେ।କୃଷକ ନେତା ତଥା ସମିତିର ଆବାହକ ବୃନ୍ଦାବନ ଖଟେଇଙ୍କ ସଭାପତିତ୍ୱରେ ଅନୁଷ୍ଟିତ ବୈଠକରେ ସାନଖେମୁଣ୍ଡି ବ୍ଳକର ପୂର୍ବତନ ଅଧ୍ୟକ୍ଷ ଅନ୍ତର୍ଯ୍ୟାମୀ ସ୍ୱାଇଁ,ଲୋଚାପଡା ସମିତି ସଭ୍ୟ ଚଣ୍ଡିଚରଣ ସାହୁ,ଲାଞ୍ଜିଆ ସମିତି ସଭ୍ୟ କାହ୍ନୁଚରଣ ପାତ୍ର,ଗୋବିନ୍ଦ ଗୌଡ,ଏସ.ସଦାନନ୍ଦ ଦୋରା,ଡି ନିତ୍ୟାନନ୍ଦ ଦୋରା,ପ୍ରମୋଦ କୁମାର ସ୍ୱାଇଁ, ବି.ନରସିଂହ,ଅର୍ଜୁନ ବିଷୋୟୀ,ଗୁରୁନାଥ ବିଷୋୟୀ,ଭଗବାନ ବିଷୋୟୀ ଓ ଭଗବାନ ସ୍ୱାଇଁଙ୍କ,ଭାସ୍କର ସ୍ୱାଇଁ ସମେତ ଶତାଧିକ ଚାଷୀ ଆୟୋଜିତ ବୈଠକରେ ଉପସ୍ଥିତ ହୋଇ ଚାଷୀ ଆନ୍ଦୋଳନର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ।ବୈଠକ ଅବ୍ୟବହିତ ପୁର୍ବରୁ ପୁର୍ଵ ବୈଠକର ବୀବରଣୀ ପଠନ କରାଯାଇଥିଲା।ଛେଳିଗଡ ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟ ସରକାରଙ୍କ ଉଦ୍ଧେଶ୍ୟରେ ଯୋଉଁ ଦସ୍ତଖତ ଅଭିଯାନ ଆରମ୍ଭ କରାଯାଇଥିଲା ତାହାର ସଫଳତା ଉପରେ ବୈଠକରେ ଆଲୋଚନା କରାଯାଇଥିଲା।ଚାଷୀ ଆନ୍ଦୋଳନକୁ ଦୀର୍ଘ ସ୍ଥାୟୀ କରିବା ପାଇଁ ସମ୍ପୃକ୍ତ ଅଞ୍ଚଳର

ସରପଞ୍ଚ,ସମିତିସଭ୍ୟ ଓ ଜିଲ୍କାପରିଷଦ ସଭ୍ୟମାନଙ୍କ ସମ୍ପୃକ୍ତି ପାଇଁ ଆଜିର ବୈଠକରେ ଆଗତ ପ୍ରସ୍ଥାବକୁ ବୈଠକ ପୁର୍ଣ୍ଣ ସମର୍ଥନ କରାଯାଇଥିଲ। ଆଜିର ବୈଠକ ସଫଳତା ସହକାର ସମାପନ ହୋଇଥିବା ଯୋଗୁଁ ସଭାପତି ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲର।ଅନ୍ୟମାନଙ୍କ ମଧ୍ୟରେ ସମିତି କର୍ମକତା ଭଗବାନ ପଟ୍ଟନାୟକ,ନାରାୟଣ ବିଷୋୟୀ,ସଞ୍ଜୟ କୁମାର ସ୍ୱାଇଁ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।
