ଆସିକା , ୧୧/୧ : ଭାରତ ସରକାରଙ୍କ କେନ୍ଦ୍ର ଓ ଗୃହ ମନ୍ତ୍ରାଳୟ , କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରାଣାଳୟ ଏଵଂ ଓଡିଶା ନେହେରୁ ଯୁବ କେନ୍ଦ୍ର ସଂଗଠନ ମିଳିତ ଆନୁକୂଲ୍ୟରେ ଭୁବନେଶ୍ୱର ସ୍ଥିତ କିଟ ବିଶ୍ବ ବିଦ୍ୟାଳୟ ପରିସରରେ ବିହାର, ଛତିଶିଗଡ଼, ପଶ୍ଚିମବଙ୍ଗ ସମେତ ବିଭିନ୍ନ ରାଜ୍ୟରୁ ଛାତ୍ରଛାତ୍ରୀଙ୍କୁ ନେଇ ଦେଶ ପ୍ରେମ ଓ ଉତ୍ତମ ରାଷ୍ଟ୍ର ଗଠନରେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମରେ ରାଜ୍ୟ ସଭା ସଦସ୍ୟ ମୁଜିବୁଲା ଖାଁ, ପୋଲିସ ଡିଆଇଜି ଭରତ ଭୂଷଣ ସେଠୀ, ସିଆରପିଏଫ ଗ୍ରୁପ କମାଣ୍ଡେଣ୍ଟ ଆର.କେ.ଶର୍ମାଙ୍କ ସମେତ ବହୁ ପଦାଧିକାରୀ ଯୋଗ ଦେଇ ପାଞ୍ଚ ଜଣ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀଙ୍କୁ ସମ୍ମାନିତ କରାଯାଇଥିବା ବେଳେ ଏଥିରେ ଯୋଗ ଦେଇଥିବା ପ୍ରତ୍ୟେକ ବ୍ୟକ୍ତିର ଦକ୍ଷତା ବିକାଶ ମାପିବା ପାଇଁ ବିଚାରକ ମଣ୍ଡଳୀ ଭାବେ ପ୍ରଫେସର ରଘୁନାଥ ମଣ୍ଡଳ, ପ୍ରସନ୍ନ ମେହେର ତଥା ଛାତ୍ର ଓ ଯୁବ ସମାଜ ଆଦର୍ଶ ପାଲଟି ଥିବା ପରିବେଶବିତ୍ ତଥା ବାବନପୁର ସରପଞ୍ଚ ସଞ୍ଜୟ ନାୟକ ମନୋନୀତ ହୋଇଥିଲେ ।

ଶେଷରେ ସଞ୍ଜୟ ସମସ୍ତ ଛାତ୍ରଛାତ୍ରୀଙ୍କୁ ନିଜର ଉତ୍ତମ ଚରିତ୍ର ଗଠନ, ଦେଶ ପାଇଁ ଯୁବ ନେତୃତ୍ୱରେ ବିକାଶ ସହିତ ପ୍ରକୃତି ଓ ପରିବେଶ ଉପରେ ଗୁରୁତ୍ୱ ଦେଇ କାର୍ଯ୍ୟ କରିଲେ , ତାହା ଦେଶ ଭକ୍ତି ସହିତ ଉତମ ରାଷ୍ଟ୍ର ଗଠନରେ ସହାୟକ ହୋଇ ପାରିବ ବୋଲି ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ ।
