You are currently viewing ଦିଲ୍ଲୀ ପବ୍ଲିକ୍ ସିନିୟର ମାଧ୍ୟମିକ ବିଦ୍ୟାଳୟର ଛାତ୍ରୀ ବୈଭବୀ ଦାଶଙ୍କ କୃତିତ୍ବ ଅର୍ଜନ
ଦିଲ୍ଲୀ ପବ୍ଲିକ୍ ସିନିୟର ମାଧ୍ୟମିକ ବିଦ୍ୟାଳୟର ଛାତ୍ରୀ ବୈଭବୀ ଦାଶଙ୍କ କୃତିତ୍ବ ଅର୍ଜନ

ବ୍ରହ୍ମପୁର, ୭/୧ : ବ୍ରହ୍ମପୁର ଦିଲ୍ଲୀ ପବ୍ଲିକ୍ ସିନିୟର ମାଧ୍ୟମିକ ବିଦ୍ୟାଳୟ ସପ୍ତମ ଶ୍ରେଣୀର ଛାତ୍ରୀ ସୁଶ୍ରୀ ବୈଭବୀ ଦାଶ ଏସଓଏଫ୍ ଇଂରାଜୀ ଅଲିମ୍ପିଆଡରେ ସ୍ଵର୍ଣ ପଦକ, ଗୋବେଲ୍ କମ୍ପ୍ୟୁଟର ସାଇନ୍ସ ଓ ଜେନେରାଲ୍ ନଲେଜ୍ ଅଲିମ୍ପିଆଡରେ ସ୍ବର୍ଣ୍ଣପଦକ ସହ ଗୋବେଲର ଇଂରାଜୀ ଓ ଗଣିତ ଅଲିମ୍ପିଆଡରେ ରୌପ୍ୟ ଓ ବ୍ରୋଞ୍ଜ ପଦକ ପାଇ ଦ୍ବିତୀୟ ସ୍ତରକୁ ମନୋନୀତ ହୋଇଛନ୍ତି। ପ୍ରକାଶ ଥାଉ କି, ଉକ୍ତ ମେଧାବୀ ଛାତ୍ରୀଙ୍କ ପିତା ପ୍ରଶାନ୍ତ କୁମାର ଦାଶ ଦକ୍ଷିଣାଞ୍ଚଳ ରେଞ୍ଜ, ବ୍ରହ୍ମପୁରରେ ଅଗ୍ନିଶମାଧ୍ୟାକାରୀ ଭାବେ କାର୍ଯ୍ୟରତ ଥିବାବେଳେ ମା ସଂଗୀତା ମିଶ୍ର ଗଞ୍ଜାମ ଜିଲ୍ଲାର ଛତ୍ରପୁର ଠାରେ ପୋଲିସ ଇନ୍ସପେକ୍ଟର ଭାବେ କାର୍ଯ୍ୟରତ ଅଛନ୍ତି । ସନ୍ତାନର ଏହି ଭଳି କୃତିତ୍ବ ଅର୍ଜନ ପାଇଁ ସେ ଉକ୍ତ ବିଦ୍ୟାଳୟ କତୃପକ୍ଷ ଓ ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କୁ ପ୍ରଶଂସା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ ।