You are currently viewing ନିଆରା ଢଙ୍ଗରେ ନୂଆ ବର୍ଷ ପାଳିତ
ନିଆରା ଢଙ୍ଗରେ ନୂଆ ବର୍ଷ ପାଳିତ

ଚଳିତ ଇଂରାଜୀ ନବବର୍ଷ ଉପଲକ୍ଷେ କଟକ ସଦର ଅନ୍ତର୍ଗତ କିଶୋରନଗର ସ୍ଥିତ ଚିନ୍ତାମଣି ବିଦ୍ୟାପିଠର ୨୦୦୨ବ୍ୟାଚ୍ ସହପାଠୀ ବନ୍ଧୁମାନେ ଆଜି ତା୦୭/୦୧/୨୦୨୪ ରବିବାର ପ୍ରାତଃ ସମୟରେ ବୋଇଲୋ ସ୍ଥିତ ସ୍ୱପ୍ନେଶ୍ୱର ବାଳାଆଶ୍ରମ ଓ ଈଶାଣୀବ୍ରହ୍ମପୁର ସ୍ଥିତ ଆସ୍ରା ଜରାଶ୍ରମରେ ଯାଇ ଶୁଖିଲା ଖାଦ୍ୟ ଓ , ଫଳ ବଣ୍ଟନ

କରିଥିଲେ,ବନ୍ଧୁମାନଙ୍କ ମିଳିତ ସାହାଯ୍ୟ ଓ ସହଯୋଗରେ ସୁନ୍ଦର କାର୍ଯ୍ୟକ୍ରମ କରାଯାଇଛି ଉକ୍ତ ବ୍ୟାଚର ସମସ୍ତ ସହପାଠୀଙ୍କୁ ଆଶ୍ରମ ପରିଚାଳନା କମିଟି କୃତଜ୍ଞତା ଜଣାଇବା ସହିତ ଧନ୍ୟବାଦ ଦେଇଛନ୍ତି ତାଙ୍କ , ସମସ୍ତ ପୁରୁଣା ବନ୍ଧୁ ଙ୍କ ସାହାଯ୍ୟ ଅର୍ଥ ରାଶି ଯୋଗୁଁ ଏ କାର୍ଯ୍ୟ ଟି ଅଧିକ କ୍ରିୟାଶୀଳ ହୋଇପାରିଥିଲା ଏହି ଭଳି କାର୍ଯ୍ୟକ୍ରମ ଆଗକୁ ଜାରି ରଖାଯିବା ସହ ଯଥାସମ୍ଭବ ତ୍ୱରାନ୍ୱିତ କରାଯିବ ବୋଲି ବନ୍ଧୁ ମାନେ ମିଳିତ ଦୃଢୋକ୍ତି ପ୍ରକାଶ କରିଛନ୍ତି ,

ପ୍ରତ୍ୟେକ ବର୍ଷ ଏହି ଭଳି ନିୟାରା ଢଗଂରେ ନବ ବର୍ଷ ପାଳନ କରିବେ ବୋଲି ଚିନ୍ତା ମଣୀ ବିଦ୍ୟା ପିଠର ୨୦୦୨ବର୍ଷର ସହପାଠୀ ବନ୍ଧୁମାନେ ମିଳିତ କହିଥିଲେ ଏଥିରେ ସାବିର ମହମ୍ମଦ, ଦୀପକ ମଣ୍ଡଲ, ଶିଶିର ସାହୁ, କାଳନ୍ଦୀ ସାମଲ, ମାନସ ସାମଲ, ବିମଲ ଚାର୍ଟାର୍ଜୀ, ସପନ ନନ୍ଦୀ, ଜନ୍ମେଜୟ ମହାରଣା, ସରୋଜ ସାହୁ ପ୍ରମୁଖ ସାମିଲ ହୋଇଥିଲେ