ଗମନା ଗମନ ର ସୁବିଧା ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଠିକାଦାର ଓ ବିଭାଗୀୟ ଅଧିକାରୀ ଙ୍କ ଖାମଖିଆଲ ନୀତି ଯୋଗୁଁ ଅନେକ ରାସ୍ତା ନିର୍ମାଣ ରେ ବିଳମ୍ବ ଘଟୁଛି ! ଫଳରେ ବିଭିନ୍ନ ଅସୁବିଧା ଯୋଗୁଁ ଲୋକମାନେ ରାଜରାସ୍ତାକୁ ଓଲ୍ଲାଇବାକୁ ବାଧ୍ୟ ହଉଛନ୍ତି ! ଏହି ଭଳି ଏକ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ର ଦିଗାପଡା ଗ୍ରାମରେ ! ଏହି ଗ୍ରାମ ଦେଇ ଯାଉଥିବା କୋଦଳା ଠାରୁ ଲଠୁଳି ରଘୁନାଥ ପୁର ଗ୍ରାମ୍ୟ ଉର୍ନ୍ନୟନ ରାସ୍ତା ଟି ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ରେ ପୁନଃ ଉଦ୍ଧାର ପାଇଁ ଦୀର୍ଘ ଦିନ ହେଲା ଅର୍ଥ ମଂଜୁର ହୋଈ କାମ ଆରମ୍ଭ ହୋଇଥିଲା ! ତେବେ ଠିକାଦାର ଓ ବିଭାଗୀୟ ଅଧିକାରୀଙ୍କ ଖାମଖିଆଲ ନୀତିଯୋଗୁ ଦୀର୍ଘ ଦିନ ହେଲା ଅର୍ଦ୍ଧ ନିର୍ମିତ ହୋଈ ରହିଛି ! ଅନେକ ସ୍ଥାନରେ ବଡ଼ ବଡ଼ ଖାଲ ଢିପ ହେବା ଯୋଗୁଁ ଦୃଘଟଣା ମଧ୍ୟ ଘଟୁଛି ! ଏ ସମ୍ପର୍କରେ ଗ୍ରାମବାସୀ ବାରମ୍ବାର ଅଭିଯୋଗ କଲେ ମଧ୍ୟ ନିର୍ମାଣ କାର୍ଯ୍ୟ ନ ହେବାରୁ ବୁଧବାର ଦିନ ଦିଗା ପଡା ସରପଞ୍ଚ ସମୀର କୁମାର ଶତପଥୀ ଓ ଗ୍ରାମବାସୀ ଏହି ରାସ୍ତାକୁ ଅବରୋଧ କରିବା ସହିତ ଟାୟାର ଜାଳି ପ୍ରତିବାଦ କରିଥିଲେ ! ଖବର ପାଇ କୋଦଳା ଥାନା ଅଧିକାରୀ ଉମାକାନ୍ତ ସାହୁ ଙ୍କ ନିର୍ଦେଶ କ୍ରମେ ଏସ. ଆଇ ଆରତୀ ବେହେରା ଓ ପୋଲିସ ଟିମ ଘଟଣା ସ୍ଥଳରେ ପହଂଚି ଲୋକଙ୍କୁ ବୁଝାସୁଝା କରିବା ସହ ବିଭାଗୀୟ ଅଧିକାରୀ ଙ୍କୁ ଯୋଗାଯୋଗ କରିଥିଲେ ! ଆଗାମୀ ତିନି ଦିନ ମଧ୍ୟରେ କାମ ଆରମ୍ଭ ହେବ ବୋଲି ପ୍ରତିଶୃତି ପାଇବା ପରେ ଆନ୍ଦୋଳନ ପ୍ରତିହତ ହୋଈ ଥିଲା ! ପ୍ରକାଶ ଥାଉ କି ଏହି ଗ୍ରାମ ଠାରୁ ଏକ କି. ମି ଦୂରରେ ଗ୍ରାମ୍ୟ ଉର୍ନ୍ନୟନ କାର୍ଯାଳୟ ଥିଲେ ମଧ୍ୟ କୌଣସି ଅଧିକାରୀ ଆସି ନ ଥିଲେ ! ଏଠାରେ କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀ ଦିଲ୍ଲୀପ କୁମାର ବେହେରା ଅନେକ ସମୟରେ କାର୍ଯ୍ୟାଳୟ କୁ ଆସୁନଥିବା ଅଭିଯୋଗ ମଧ୍ୟ ହେଉଛି !ଗଞ୍ଜାମ ଜିଲ୍ଲା କୋଦଳା ରୁ କୃଷ୍ଣଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିୟୁଜ।
