ଚିକିଟି , ୧୫/୧୨ – ( ଗୌରାଙ୍ଗ ପ୍ରଧାନ ) -:- ଆଜି ଚିକିଟିଗଡ ସ୍ଥିତ ମିନି ଷ୍ଟାଡିୟମ ଠାରେ ମିଶନ ଶକ୍ତି ଆନୁକୁଲ୍ୟରେ ବ୍ଳକ ସ୍ତରୀୟ ୠଣ ମେଳା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ରାଜ୍ୟ ସରକାରଙ୍କ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀମତୀ ଉଷାଦେବୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାର ଶୁଭ ଉଦଘାଟନ କରିବା ସହିତ ପ୍ରାୟ ୫୩୩ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ ମାଁ ମାନଙ୍କୁ ବ୍ୟାଙ୍କ ଜରିଆରେ ୧୬ କୋଟି ୩୯ ଲକ୍ଷ ୭୮ ହଜାର ଟଙ୍କା ର ଚେକ ପ୍ରଦାନ କରିବା ସହ ମିଶନ ଶକ୍ତିର ଲକ୍ଷ ଉଦ୍ଦେଶ୍ୟ ଓ ମିଶନ ଶକ୍ତି ଜରିଆରେ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀର ମାଁ ମାନେ କିଭଳି ଆତ୍ମନିର୍ଭରଶୀଳ ହୋଇପାରୁଛନ୍ତି ମତ ରଖିଥିଲେ।ପ୍ରଥମେ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ ର ମାଁ ମାନେ ମନ୍ତ୍ରୀ ଶ୍ରୀମତୀ ଉଷାଦେବୀ ଙ୍କୁ ଫୁଲତୋଡ଼ା ଦେଇ ମଞ୍ଚ ନିକଟକୁ ପାଛୋଟି ଆଣିବା ପରେ ମିଶନ ଶକ୍ତି ଷ୍ଟଲ୍ ଗୁଡିକୁ ଉଦଘାଟନ କରି ଜଗନ୍ନାଥଙ୍କ ଫଟୋ ଚିତ୍ର ପୁଷ୍ପମାଲ୍ୟ ଓ ପ୍ରଦିପ କରି କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିଲେ।
ବିଡିଓ ହଳଧର ଶବର କାର୍ଯ୍ୟକ୍ରମ ଲକ୍ଷ ସମ୍ପର୍କରେ ସୂଚନା ଦେଇଥିବା ବେଳେ ତହସିଲଦାର ବିଶ୍ଵ ରଞ୍ଜନ କହଁର, ବ୍ଳକ ଅଧ୍ୟକ୍ଷ ଆପନା ସେଠୀ,ଉପାଧ୍ୟକ୍ଷା କେ ରେଣୁକା ମ୍ମା,ଏନ ଏନଏସି ଅଧ୍ୟକ୍ଷା ଦିପା କୁମାରୀ ସାହୁ, ସାଂସଦ ପ୍ରତିନିଧି ବି କ୍ରିଷ୍ଣମୂର୍ତ୍ତି, ସରପଞ୍ଚ ରାଙ୍ଗାରାଓ ପ୍ରମୁଖ ମଞ୍ଚାସିନ ରହି ମିଶନ ଓ ଏହାର ଲକ୍ଷ୍ୟ ସମ୍ପର୍କରେ ମତ ରଖିଥିଲେ । ଏହି କାର୍ଯ୍ୟକ୍ରମରେ ଭଲ ପ୍ରଦର୍ଶନ କରିଥିବା ଏମବିକେ , ସିଆରପି,ପ୍ରାଣିମିତ୍ର ,କୃଷିମିତ୍ର ,ମହିଳା ଗୋଷ୍ଠୀ ଓ ଅଙ୍ଗନବାଡ଼ି କର୍ମୀ ମାନଙ୍କୁ ସିଲ୍ ଓ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା। ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ନୃତ୍ୟ ପରିବେଷଣ ସାଂସ୍କୃତିକ କାର୍ଯ୍ୟକ୍ରମ ବେଶ ଆକର୍ଷଣ ରହିଥିଲା। ଧାନଘର ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ସୁଦିପ୍ତ କୁମାର ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

