ଜଗନ୍ନାଥ ପ୍ରସାଦ -: ( ଚିତ୍ତରଞ୍ଜନ ଗନ୍ତାୟତ ) ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ବାହାରୁ ଚକ୍ଚକ୍ ଭିତରୁ ଫମ୍ପା ଏଭଳି ଦୃଶ୍ୟ ଦେଖାଦେଇଛି ଜଗନ୍ନାଥ ପ୍ରସାଦ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ। ଜଗନ୍ନାଥ ପ୍ରସାଦ ବ୍ଲକର 26 ପଞ୍ଚାୟତ ର ମୁଖ୍ୟ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଫମ୍ପା ପରିଲକ୍ଷିତ ହୋଇଛି। ଏଭିଳି ଏକ ଦୃଶ୍ୟ ଆଜି ଦେଖିବାକୁ ମିଳିଛି I ସକାଳେ ନିକଟସ୍ଥ କଇଥପଲ୍ଲୀ ସାହି ର ଦଣ୍ଡପାଣି ପ୍ରଧାନ ଛାତିରେ ଦରଜ ଓ ଅସୁସ୍ଥତା ଲାଗିବା କାରଣ ରୁ ପରିବାର ଲୋକେ ଜଗନ୍ନାଥ ପ୍ରସାଦ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତି କରାଇଥିଲେ I ତେବେ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଚାରୋଟି ଏମ ବି ବି ବିଏସ ଡାକ୍ତର ଥିଲେ ମଧ୍ୟ ଆଜି ଜଣେ ବି ଡାକ୍ତର ନଥିଲେ I ଯାହାକୁ ନେଇ ଜଣେ ହୋମିଓ ଡାକ୍ତରମାଡାମ ଚିକିତ୍ସା କରାଇ ଥିଲେ କିନ୍ତୁ ବିଡମ୍ବନା ଏହା ହେଲା ଦଣ୍ଡପାଣିପ୍ରଧାନ ଙ୍କ ସ୍ୱାସ୍ଥ୍ୟ ଗୁରୁତର ହେବା କୁ ଲାଗିଥିଲା ଏପଟେ ଡାକ୍ତର ନାହାଁନ୍ତି ସେପଟେ ଆମ୍ବୁଲାନ୍ସ ନାହିଁ ଶେଷରେ ମୃତ୍ୟୁ ବୋଲି ହୋମିଓ ବିଭାଗର ଆୟୁଷ ଡାକ୍ତର ଘୋଷଣା କରାଇ ଥିଲେ I ଯାହା କୁ ନେଇ ପରିବାର ଲୋକ ଓ ସାହି ଲୋକ ଙ୍କ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଅସନ୍ତୋଷ ଦେଖିବାକୁ ମିଳିଥିଲା I ଏତେ ବଡ଼ ମେଡିକାଲ ରେ ଚାରିଜଣ ଡାକ୍ତର ସାମୁହିକ ଛୁଟି ରେ ରହିବା କୁ ନେଇ ମେଡିକାଲ ଅଫିସର ଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରାଗଲା କିନ୍ତୁ ଆଶ୍ଚର୍ଯ୍ୟ ନିଜେ ମୁଖିଆ ବି ଛୁଟିରେ I ଫୋନ ରିସିଭ କରୁ ନଥିବା ଭଳି ଗମ୍ଭୀର ଅଭିଯୋଗ ଆସିଛି ଇ ଏପଟେ ମୁଖ୍ୟ ଜିଲ୍ଲା ମେଡିକାଲ ଅଧିକାରୀ ଙ୍କୁ ଯୋଗାଯୋଗ କରିବାରୁ ସେ ମଧ୍ୟ ଡାକ୍ତର ଦାସ କିରଣ କୁମାର ଛୁଟିରେ ଯିବା କଥା ସଠିକ ଭାବରେ କହି ନପାରି ଫୋନ କାଟି ଦେଇଥିଲେ |
ଏହି ହସ୍ପିଟାଲ ଆଉଟଡୋରରେ ମାସକୁ ୯ ହଜାରରୁ ଊର୍ଦ୍ଧ୍ବ ରୋଗୀ ନିଜର ଚିକିତ୍ସା ପାଇଁ ଆସୁଥିବା ଜଣାପଡିଛି। ଏହି ଡାକ୍ତରଖାନାରେ ବିଭିନ୍ନ ରୋଗରେ ପୀଡ଼ିତ ହୋଇ ଦିନକୁ 160/190 ଅଧିକ ଚିକିତ୍ସିତ ପାଇଁ ଆଶୁଛନ୍ତି I ତଥାପି ଜୀର୍ଲ୍ଲା ସ୍ୱାସ୍ଥ୍ୟ ବିଭାଗମୁଖିଆ ଙ୍କ ମନମାନି ଓ ସ୍ଥାନୀୟ ସ୍ୱାସ୍ଥ୍ୟ କେନ୍ଦ୍ର ମୁଖିଆଙ୍କ ଖମାଖିଆଲ ନୀତି ପାଇଁ ମେଡିକାଲ ରେ ଏହିଭଳି ଦୃଶ୍ୟ ଆଜି ସାମ୍ନା କୁ ଆସିଛି I ମୁଖିଆ ଡାକ୍ତର ରୋଗୀ ସେବା ଛାଡି ବର୍ତମାନ ମେଡିକାଲ ର ଉର୍ନତି ପାଇଁ ବିଲଡିଂ ହଉ କିମ୍ବା କାୟାକଳ୍ପ ଦିନ ରାତି ଏକ କରି ମେଡିକାଲ ର ଉର୍ଣ୍ଣୟନ ମୂଳକ କାର୍ଯ୍ୟ କୁ ତଦାରଖ କରୁଛନ୍ତି I କିନ୍ତୁ ରୋଗୀ ସେବା ପାଇଁ ମାତ୍ର ୨ ଟି ରାତ୍ରୀ ଡିଉଟି ସାରି ଆଉ ବାକି ଦିନ କ୍ଵାଟର ଘରେ ରହୁଥିବା ଭଳି ରୋଗୀ ଅଭିଯୋଗ ଆଣିଛନ୍ତି I

ତେବେ ମେଡିକାଲ ରେ ଜଣେ ହୋମିଓ ଡାକ୍ତର ଘୋଷଣା କରିବା କେତେ ଠିକ ନା ଭୁଲ ଓ ମେଡିକାଲ ରେ ସମସ୍ତ ହେଉ ଥିବା ବିଷୟ କୁ ନେଇ ଜୀର୍ଲ୍ଲା ଅଧିକାରୀ ଉମା ଶଙ୍କର ମିଶ୍ର ଙ୍କୁ ପଚାରି ବାରୁ ଉକ୍ତ ମେଡିକାଲ ଅଫିସର ଙ୍କ ସହ ବିଷୟରେ ଆଲୋଚନା କରି ଜଣାଇବେ ବୋଲି କହି ଚୁପ ରହିଗଲେ କାରଣ ଏଠି ସମସ୍ତେ ମିଳି ଭଗତ ରେ ଦୃନୀତି ରେ ଲିପ୍ତ ତେଣୁ ଯାହାକୁ ଅଭିଯୋଗ କଲେ କିଛି ଲାଭ ନାହିଁ |ଏଥି ପ୍ରତି ମାନ୍ୟବର ଜିଲ୍ଲାପାଳ ଦୃଷ୍ଟି ଦେବାକୁ ଅଞ୍ଚଳ ବାସି ଗୁହାରି କରିଛନ୍ତି |
