You are currently viewing ତପ୍ତପାଣି ଠାରେ ସାନଖେମୁଣ୍ଡି ବ୍ଲକ୍ ସମିତି ମେମ୍ବର , ପ୍ରଶାସନିକ ଅଧିକାରୀ ଏବଂ ସାମ୍ବାଦିକ ମାନଙ୍କୁ ନେଇ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ।
ତପ୍ତପାଣି ଠାରେ ସାନଖେମୁଣ୍ଡି ବ୍ଲକ୍ ସମିତି ମେମ୍ବର , ପ୍ରଶାସନିକ ଅଧିକାରୀ ଏବଂ ସାମ୍ବାଦିକ ମାନଙ୍କୁ ନେଇ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ।

ସାନଖେମୁଣ୍ଡି , ୨୩/୦୧/୨୦୨୩ – ( ପ୍ରଫୁଲ୍ଲ ସାବତ ) -:- ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକର ତପ୍ତପାଣି ଠାରେ ସାନଖେମୁଣ୍ଡି ବ୍ଲକର ସମସ୍ତ ସମିତି ମେମ୍ବର ମାନଙ୍କୁ ନେଇ ଏକ ବନ୍ଧୁ ମିଳନ କାଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସାନଖେମୁଣ୍ଡି ବ୍ଲକ୍ ଅଧ୍ୟକ୍ଷ ସୀମାଞ୍ଚଳ ପାତ୍ର ଙ୍କ ନେତୃତ୍ବରେ ଏହି କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ପାଟପୁର ଥାନା ଅଧିକାରୀ ସଭ୍ୟସାଚି ମଲ୍ଲ , ସାନଖେମୁଣ୍ଡି ଗୋଷ୍ଟି ଉନ୍ନୟନ ଅଧିକାରୀ ଗାୟତ୍ରୀ ଦତ୍ତ ନାୟକ ଓ ଦିଗପହଣ୍ଡି ଥାନା ଅଧିକାରୀ ଦୀପ୍ତିତି ରଞ୍ଜନ ବେହେରା ଯୋଗ ଦେଇଥିଲେ ।

ସମସ୍ତ ପଞ୍ଚାୟତର ସମିତି ମେମ୍ବର ନିଳାଞ୍ଚଳ ପ୍ରଧାନ , ସୁଜାତା ସ୍ବାଇଁ , ଅପସରି ପାତ୍ର , ସାଗର ବିଷୋୟୀ , ବାସନ୍ତୀ ନାହାକ , ରିଙ୍କି ନାୟକ , ଦନାର୍ଦ୍ଧନ ପଲାଇ , ନାରାୟଣ ପ୍ରଧାନ , ବୁଲୁ ସେଠୀ , ଚନ୍ଦ୍ରମା ପାତ୍ର , ବାବୁଲା ମଣ୍ଡଳ , ଲିଟୁ ପ୍ରଧାନ ଏବଂ ସାମ୍ବାଦିକ ମାନେ ଉପସ୍ଥିତ ରହି ବନ୍ଧୁ ମିଳନ କାଯ୍ୟକ୍ରମ ଅନୁଷ୍ଟିତ ହୋଇଥିଲା । ସାନଖେମୁଣ୍ଡି ବ୍ଲକ୍ ଅଧୀନ ୨୬ ଗୋଟି ପଞ୍ଚାୟତ ସମିତି ସଭ୍ୟଙ୍କ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଛନ୍ତି । ଯାହାକି ଅନ୍ୟ ବ୍ଲକ୍ ରେ ଦେଖିବାକୁ ମିଳିନଥିଲା । ଏହି ପରିପ୍ରେକ୍ଷୀରେ ଅଞ୍ଚଳର ବିକାଶ ଧାରାକୁ ଆଗକୁ ନେବାପାଇଁ ସମସ୍ତେ ପ୍ରତିବଦ୍ଧ ହୋଇଥିଲେ ।