You are currently viewing ଜାତୀୟ ଶ୍ରମିକ ଦିବସ ଉପଲକ୍ଷେ ସକ୍ରିୟ ଯୁବ ସଙ୍ଗଠକଙ୍କ ଦ୍ଵାରା ଏକ ମେଗା ରକ୍ତଦାନ ଶିବିର
ଜାତୀୟ ଶ୍ରମିକ ଦିବସ ଉପଲକ୍ଷେ ସକ୍ରିୟ ଯୁବ ସଙ୍ଗଠକଙ୍କ ଦ୍ଵାରା ଏକ ମେଗା ରକ୍ତଦାନ ଶିବିର

ଶେରଗଡ ଜାତୀୟ ଶ୍ରମିକ ଦିବସ ଉପଲକ୍ଷେ ଶେରଗଡ଼ ବ୍ଲକ ଅଲାରିଗଡ଼ ଠାରେ ” ସକ୍ରିୟ ଯୁବ ସଙ୍ଗଠକଙ୍କ ତରଫରୁ ଏକ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା l ରାଜ୍ୟର ବିଭିନ୍ନ ରକ୍ତ ଭଣ୍ଡାରରୁ ରକ୍ତ ଅଭାବକାରଣରୁ ଶେରଗଡ଼ ବ୍ଲକର ସକ୍ରିୟଯୁବ ସଙ୍ଘଠନ ଦ୍ଵାରା 151 ୟୁନିଟ ରକ୍ତ ସଂଗୃହୀତ ହୋଇଛି l ଏହି ଶିବିରରେ ୨ ଜଣ ଭିନ୍ନକ୍ଷମ ଓ ୬ ଜଣ ମହିଳା ଆଗ୍ରହ ପ୍ରକାଶ ରକ୍ତ ପ୍ରଦାନ କରିଛନ୍ତି l ଏହି ଶିବାରରେ ମୋଟ ୧୫୧ ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା l ରକ୍ତ ଦାନ ଏକ ମହତ କାଯ୍ୟ ବୋଲି ସମସ୍ତେ ମନେରଖିବା ଦରକାର l

ଆମେ ଯଦି ରକ୍ତ ଦେବା ଦ୍ଵାରା ଜଣକ ଜୀବନ ବଞ୍ଚି ପାରିବ ତାହାହେଲେ ନିଜେ ଭାବିବାକୁ ହେବ ମୋର ରକ୍ତ ଦ୍ଵାରା କାହାର ଜୀବନ ବଞ୍ଚିବ l

ଏହି କାର୍ଯ୍ୟକର୍ମ ରେ ମୁଖ୍ୟ ଅତିଥି ଭାବେ ଶେରଗଡ଼ ବ୍ଲକ ଅଧ୍ୟକ୍ଷ କୃଷ୍ଣଚନ୍ଦ୍ର ନାୟକ, ବିଧାୟକ ଙ୍କ ପ୍ରତିନିଧି ଦିଗମ୍ବର ନାହାକ, ବରିଷ୍ଟ ନେତା ପ୍ରମୋଦ ପାତ୍ର, ବଳରାମ ପାଢ଼ୀ, ବରୁଣ ପୋଲାଇ, କାହ୍ନୁ ଚରଣ ପଟ୍ଟାୟକ, ହିଞ୍ଜିଳି ମ୍ୟୁନିସିପାଲଟି ପ୍ରତିନିଧି ପ୍ୟାରୀ ମୋହନ ପାଢ଼ୀ, ବିଭୁ ପ୍ରସାଦ ପଣ୍ଡା ଓ ମୁଖ୍ୟ ଆକର୍ଷଣ ତଥା ଶେରଗଡ଼ ଅଞ୍ଚଳର ଚର୍ଚ୍ଚିତ ଚେହେରା ଯୁବ ନେତା ସନ୍ତୋଷ କୁମାର ପଟ୍ଟାୟକଙ୍କ ସମେତ ଶେରଗଡ଼ ଅଞ୍ଚଳର ବହୁ ନେତୃବୃନ୍ଦ କର୍ମକର୍ତ୍ତା ଉପସ୍ଥିତ ରହିଥିଲେ l


ଗଞ୍ଜାମ ଶେରଗଡ଼ ରୁ ଅଖିଳ କୁମାର ପଟ୍ଟନାୟକ