ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକର ସମସ୍ତ ଓଡିଶା ମୋଟର ଡ୍ରାଇଭର ସଙ୍ଘର ସଦସ୍ୟ ଆଜି ପାଟପୁର ଓ ଡେଙ୍ଗାଓଷ୍ଟା ଗାନ୍ଧୀ ଛକ ଠାରେ ଏକ ନିଆରା ଢଙ୍ଗରେ ରାଜ ରାସ୍ତାରେ ଷ୍ଟେରିଙ୍ଗ୍ ଛାଡ଼ ଆନ୍ଦୋଳନରେ ସାମିଲ ହୋଇଥିଲେ ।ଏଥିରେ ପ୍ରାୟ ୬୦୦ କର୍ମୀ ଯୋଗ ଦେଇଥିଲେ ରାଜ୍ୟ ସରକାରଙ୍କ ପାଖରେ ୧୦ ଦଫା ଦାବି ପୂରଣ କରିବା ପାଇଁ ଅନେକ ବାର ଅଭିଯୋଗ କରିଛନ୍ତି । ତଥାପି କୌଣସି ସୁଫଳ ନ ମିଳିବାରୁ ବାଧ୍ୟହୋଇ ରାଜ ରାସ୍ତାରେ ପ୍ରତିବାଦ ଜଣାଇଛନ୍ତି ।

କିନ୍ତୁ ପ୍ରତିବାଦ କଲେ ମଧ୍ୟ ଆମ୍ବୁଲାନ୍ସ ,ସ୍କୁଲ ଯାନବାହନ, ପ୍ରସାସନ ଯାନବାହାନ କୁ ଛାଡ଼ିବା ସହ ଆଇନ ଅନୁଯାୟୀ ଶ୍ରୁଙ୍ଖଳା ସହ ତାଙ୍କ ନିଜ ଦାବି କୁ ପାଇବା ପାଇଁ ମାନ୍ୟବର ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି ।ଏହି ଆନ୍ଦୋଳନ ରେ ଓଡିଶା ଡ୍ରାଇଭର ମହାସଂଘ, ଅଟୋ ଡ୍ରାଇଭର ମହାସଂଘ, ତଥା ଅଞ୍ଚଳର ସମସ୍ତ ଜନସାଧାରଣ ମଧ୍ୟ ଏହି ଆନ୍ଦୋଳନ କୁ ବହୁ ସଂଖ୍ୟକ ସମର୍ଥନ କରିଛନ୍ତି ଏହି ଆନ୍ଦୋଳନ ରେ ଅଟୋ ଡ୍ରାଇଭର ମହାସଂଘ ର ସଭାପତି ମଧୁସୂଦନ ନାୟକ, ଉପସଭାପତି ବିଜୟ କୁମାର ମାଦଳା,ସମ୍ପାଦକ ମିହିର ସୁ୍ୟାସିଆ, ସହସମ୍ପାଦକ ପରମାନନ୍ଦ ପାଣିଗ୍ରାହୀ, କୋଷାଧକ୍ଷ ସୁଶାନ୍ତ କୁମାର ବେହେରା, ଉପଦେଷ୍ଟା ପ୍ରଫୁଲ ବେହେରା, ସନ୍ତୋଷ କୁମାର ପତ୍ର ଉପସ୍ଥିତ ଥିଲେ ଗୌତମୀ ର ଅର୍ଜୁନ ବେହେରା ଏଥି ସହ ସାନଖେମୁଣ୍ଡି ଅଟୋ ମହାସଂଘ ସମସ୍ତ ସଦସ୍ୟ ଯୋଗ ଦେଇଥିଲେ।


