You are currently viewing କନ୍ଧ ରାଣୀପଡା ସେବା ସମବାୟ ସମିତି ର ଋଣ ସମ୍ପର୍କିତ କର୍ମଶାଳା
କନ୍ଧ ରାଣୀପଡା ସେବା ସମବାୟ ସମିତି ର ଋଣ ସମ୍ପର୍କିତ କର୍ମଶାଳା

ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତକନ୍ଧ ରାଣୀପଡା ସେବା ସମବାୟ ର ଋଣ ସମ୍ପର୍କିତ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି ଶୁକ୍ରବାର ଦିନ ସଭାପତି ପଦ୍ମ ଚରଣ ପଲାଇ ଙ୍କ ନେତୃତ୍ୱରେ ଏହି କର୍ମଶାଳା ରେ ମୁଖ୍ୟ ଅତିଥି ଭାବେ ସରପଞ୍ଚ ସନ୍ତୋଷ ସ୍ୱାଇଁ, ସମିତି ସଭ୍ୟ ଝୁନୁ ପଳାଇ ସମ୍ପାଦକ ଚୁମୁକି ବେହେରା, ଆସିଷ୍ଟାଣ୍ଟ ସମ୍ପାଦକ ପୃଥିବୀ ରାଜ ପଲାଇଏବଂ ସମସ୍ତ ମେମ୍ବର ଓ କୋଦଳା ସମବାୟ ବେଙ୍କ ର ସମସ୍ତ ସେକ୍ରେଟାରୀ ଉପସ୍ଥିତ ଥିଲେ,।ସଭାପତି ସମବାୟ କୃଷି ଓ କୃଷକ ବିକାଶ ପାଇଁ ସମବାୟ କିପରି କାର୍ଯ୍ୟ କରେ, ସମବାୟ ସମସ୍ତ ଙ୍କ ଦ୍ୱାରରେ, ସରକାର ଙ୍କ ଋଣ ବ୍ୟବସ୍ଥା, ଚାଷୀ ଙ୍କ ପାଇଁ କିପରି ଋଣ ସୁବିଧା, ଭୂମିହୀନ ମାନଙ୍କ ପାଇଁ ଋଣ ସୁବିଧା, ବିହନ କିଣା ଠାରୁ ଫସଲ କ୍ରୟ ପର୍ଯ୍ୟନ୍ତ କିପରି ସମବାୟ ଲୋକଙ୍କ ସାଥିରେ ରହିଛି ଏହି ବିଷୟରେ ଆଲୋଚନା କରାଯାଇଥିଲା ! ଏଥିରେ ଅନେକ ମହିଳା ଓ ପୁରୁଷ ଚାଷୀ ଉପସ୍ଥିତ ଥିଲେ!ଗଞ୍ଜାମ କୋଦଳା ରୁ କୃଷ୍ଣଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିୟୁଜ।