You are currently viewing ସାଇ ଗୁରୁକୁଳ ଜ୍ଞାନ ବିଜ୍ଞାନ ମେଳା,
ସାଇ ଗୁରୁକୁଳ ଜ୍ଞାନ ବିଜ୍ଞାନ ମେଳା,

ଭଞ୍ଜନଗର ସାଇ ଗୁରୁକୁଳ ଆବାସିକ ବିଦ୍ୟାଳୟ ରେ ଜ୍ଞାନ ବିଜ୍ଞାନ ମେଳା ଅନଷ୍ଠିତ ହୋଇଥିଲା। ଉକ୍ତ ମେଳା ରେ ୨୫ ରୁ ଉର୍ଦ୍ଧ ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଥିଲେ। ବିଚାରକ ଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ରବି ନାରୟଣ ମହାନ୍ତି, କେ.ଏସ.ୟୁ.ବି ମହାବିଦ୍ୟାଳୟ ର ଭୌତିକ ବିଜ୍ଞାନ ଅଧ୍ୟାପକ ଶ୍ରୀଯୁକ୍ତ ରମାକାନ୍ତ ସାହୁ, ବହାଡାପଦର ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଯୋଗ ଦେଇଥିଲେ। ବିଦ୍ୟାଳୟ ର ଅଧ୍ୟକ୍ଷ ଶ୍ରୀଯୁକ୍ତ ଅଜିତ୍ କୁମାର ଶତପଥି ଙ୍କ ସଭାପତିତ୍ବ ରେ ସଭାକାର୍ଯ୍ୟ ପରିଚାଳନା କରାଯାଇଥିଲା।

ଏଥିରେ କେ.ଏସ.ୟୁ.ବି. ମହାବିଦ୍ୟାଳୟ ର ଅବସର ପ୍ରାପ୍ତ ଅଧ୍ୟକ୍ଷ ଶ୍ରୀଯୁକ୍ତ ପୂର୍ଣ୍ଣ ଚନ୍ଦ୍ର ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପିଲା ମାନଙ୍କୁ ପୁରସ୍କୃତ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟ ରେ ଉପଦେଷ୍ଠା ଶ୍ରୀଯୁକ୍ତ ଶୂଳପାଣି ଶତପଥି,କମିଟି ସଭ୍ୟ ସୂର୍ଯ୍ୟ ନାରାୟଣ ପାତ୍ର ଓ ସମ୍ବାଦ ଜିଲ୍ଲା ପ୍ରତିନିଧି ବିଶ୍ବମ୍ବର ଜେନା ସହଯୋଗ କରିଥଲେ। ଶେଷରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ପଞ୍ଚାନନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।