କୋଦଳା – କୋଦଳା ସ୍ଥିତ ଲକ୍ଷ୍ମୀନାରାୟଣ ସ୍ନାତକ ମହାବିଦ୍ୟାଳୟ ରେ ଜାତୀୟ ସେବା ଯୋଜନା ପକ୍ଷରୁ ଗୌରାଦେଇପୁରୁ ପୋଷ୍ୟ ଗ୍ରାମରେ ସେବା ଶିବିର ଉଦ୍ଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ଉଦ୍ଘାଟକ ଭାବେ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଶ୍ରୀଯୁକ୍ତ ରଘୁନାଥ ମୁଦୁଲି , ମୁକ୍ଷ୍ୟ ଅତିଥି ପରିଚାଳନା ପରିଷଦର ସଭାପତି ଏସ୍ ସୂର୍ଯ୍ୟ ନାରାୟଣ ଦୋରା ଉପସ୍ଥିତ ରହି ଶିବିରକୁ ଉଦ୍ଘାଟନ କରିବା ସହ ସ୍ବେଛାସେବୀ ମାନଙ୍କୁ ତାଲିମ ପ୍ରଦାନ କରିଥିଲେ। ସେହି ଶିବିରର ଜାତୀୟ ସେବା ଯୋଜନା ଅଧିକାରୀ ଡ& ପ୍ରଦୀପ କୁମାର ପଣ୍ଡା ଅତିଥି ମାନଙ୍କ ପରିଚୟ ପ୍ରଦାନ କରିବା ସଙ୍ଗେ ସଙ୍ଗେ ଧନ୍ୟବାଦ ଅର୍ପଣ କରିଥିଲେ। ଏଥିରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ , ଅଧ୍ୟାପିକା ଏବଂ ସମସ୍ତ କର୍ମଚାରୀ ସହିଯୋଗ କରିଥିଲେ । ଏହି ଶିବିର ଦୀର୍ଘ ସାତ ଦିନ ଧରି ଚାଲିବ ବୋଲି ସୂଚନା ଦେଇଥିଲେ । ଏଥିରେ ୫୦ ଜଣ ସ୍ବେଛାସେବୀ ଭାଗ ନେଇଥିଲେ ଏବଂ ସ୍ବେଛାସେବୀ ମାନଙ୍କ ଦ୍ଵାରା ସାତ ଦିନ ର କାର୍ଯ୍ୟକ୍ରମ କରିବାପାଇଁ ନିଷ୍ପତି ଦୀୟାଗଲା ।ଗଞ୍ଜାମ ଜିଲ୍ଲା କୋଦଳା ରୁ କୃଷ୍ଣଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିୟୁଜ।
