You are currently viewing ସମିତିସ୍ତରୀୟ ସମବାୟ ବ୍ୟାଙ୍କିଙ୍ଗ୍ ସେବା ଓ ଋଣ କର୍ମଶାଳା ।
ସମିତିସ୍ତରୀୟ ସମବାୟ ବ୍ୟାଙ୍କିଙ୍ଗ୍ ସେବା ଓ ଋଣ କର୍ମଶାଳା ।

ଛତ୍ରପୁର, ଛତ୍ରପୁର ବ୍ଲକ ନରେନ୍ଦ୍ରପୁର ସେବାସମବାୟ କାର୍ଯ୍ୟାଳୟ ପରିସରରେ ସମିତିସ୍ତରୀୟ ସମବାୟ ବ୍ୟାଙ୍କିଙ୍ଗ୍ ସେବା ଓ ଋଣ କର୍ମଶାଳା ଅନୁ ିତ ହୋଇଯାଇଛି । କାର୍ଯ୍ୟକ୍ରମ ସମବାୟର ସଭାପତି ରାଜେନ୍ଦ୍ର କୁମାର ଜେନା ଅଧ୍ୟକ୍ଷତାରେ ଅନୁ ିତ ହୋଇଥିଲା । ବୈଠକରେ ଉପସ୍ଥିତ କୃଷକ ମାନଙ୍କୁ ରାଜ୍ୟ ସରକାର ୧ଲକ୍ଷ ପର୍ଯ୍ୟନ୍ତ ଫସଲ ଋଣ ଉପରେ ବିନା ସୁଧରେ ଦେଉଥିବା ବେଳେ ୧ ଲକ୍ଷ ୩ ଲକ୍ଷ ଫସଲ ଋଣ ହାର ୨ ପ୍ରତିଶତ ବୋଲି କହିଥିଲେ । ସରକାରଙ୍କ ଏହି ଆଭିମୁଖ୍ୟକୁ ଜନସାଧାରଣଙ୍କ ନିକଟରେ ପହଚାଂଇବା ଏହି ସବୁ କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ ଅଟେ । ଭାଗଚାଷୀମାନେ ବଳରାମ ଯୋଜାନରେ ଗୃପ ମାଧ୍ୟମରେ ଋଣ ନେଇପାରିବେ । ସାଧାରଣ କୃଷକ/ମହିଳାମାନେ ପ୍ରାଥମିକ କୃଷିଋଣ ସମବାୟ ସମିତିରୁ ସଭ୍ୟ ହେବା ସହରିହାତି ହାରରେ ଫସଲଋଣ ସାର ଓ ବିହନ ଓ ଅନ୍ୟାନ୍ୟ ଋଣ ଯଥା ମତ୍ସ୍ୟ,ଗୋପାଳନ,ଗ୍ରାମୀଣ ଶିଳ୍ପଆଦି କ୍ଷେତ୍ରରେ ଋଣ ପାଇପାରିବେ ବୋଲି ବିସିସି ସମବାୟ ବ୍ୟାଙ୍କ ଛତ୍ରପୁର ଶାଖାର ପରିଚାଳକ ନିରଞ୍ଜନ ନାୟକ କହିଥିଲେ । କାର୍ଯ୍ୟକ୍ରମରେ ସମବାୟ ସମିତିର ଉପସଭାପତି ପଦ୍ମାବତୀ ମହାନ୍ତି, ସମିତିସଭ୍ୟା ବି.ସୋନାଲି ସେନାପତି,କେ.ହୃଷିକେଶ ରେଡ୍ଡି, ଏସ.ଦୀନବନ୍ଧୁ ରେଡ୍ଡି,ତୁଳସୀ ରେଡ୍ଡି,ବିନୋଦ ବିଶ୍ୱାଳ, ଅନନ୍ତ ଜେନା, ଆଦିକନ୍ଦ ମହାରଣା,ଜଗନ୍ନାଥ ବିଷୋୟୀ ପ୍ରମୁଖ ଉପସ୍ଥିତ ଥିଲେ ।