You are currently viewing ଅଗ୍ନି ବିପର୍ଣ୍ଣ ପରିବାର କୁ ଭେଟିଲେ ପୂର୍ବତନ ନଗର ପାଳ।
ଅଗ୍ନି ବିପର୍ଣ୍ଣ ପରିବାର କୁ ଭେଟିଲେ ପୂର୍ବତନ ନଗର ପାଳ।

ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକ ଅନ୍ତର୍ଗତ ମର୍ଦ୍ଦମେଖ ପଞ୍ଚାୟତର ଗୁଡିଆଳିରେ ଶନିବାର ଅପରାହ୍ଣରେ ଭୟାବହ ଅଗ୍ନିକାଣ୍ଡ ଘଟିଥିବା ବେଳେ ଚାହୁଁ ଚାହୁଁ ୧୫ ବଖରା ଘର ଜଳିପୋଡ଼ି ନଷ୍ଟ ହୋଇ ଯାଇଛି।୯ ଜଣଙ୍କର ୧୫ ବଖରା ଘର ଜଳିପୋଡ଼ି ନଷ୍ଟ ହୋଇ ଯାଇଥିବା ବେଳେ ଚାଳ ଓ ଆଜବେଷ୍ଟସ୍ ଘର ଅଗ୍ନିକାଣ୍ଡରେ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡିଛି।ଅଞ୍ଚଳ ପାଇଁ ଏହା ଏକ ଦୁଖଦ ଘଟଣା ହୋଇଥିବା ବେଳେ ଆଜି କୋଦଳା ପୂର୍ବତନ ନଗରପାଳ ହର ପ୍ରସାଦ ସାହୁ କ୍ଷତିଗ୍ରସ୍ତ ପରିବାରଙ୍କ ପାଖରେ ପହଞ୍ଚିଛନ୍ତି। ପୂର୍ବତନ ନଗରପାଳ ହରପ୍ରସାଦ ସାହୁ ଓ ସୁନୀତା ପ୍ରଭା ସାହୁ ସ୍ଥାନୀୟ କର୍ମକର୍ତ୍ତା ମାନଙ୍କ ସହ ପହଞ୍ଚି କ୍ଷତିଗ୍ରସ୍ତ ପରିବାରଙ୍କ ସହ ଆଲୋଚନା କରିଛନ୍ତି। କ୍ଷତିଗ୍ରସ୍ତ ପରିବାରକୁ କିଭଳି ଥଇଥାନ କରାଯାଇପାରିବ, କିଭଳି ମୁଣ୍ଡ ଗୁଞ୍ଜି ରହିବେ ସେ ନେଇ ଆଲୋଚନା କରିଥିବା ବେଳେ ସହାୟତା ମଧ୍ୟ ପ୍ରଦାନ କରିଥିବା ଜଣାପଡିଛି।ଗଞ୍ଜାମ କୋଦଳା ରୁ କୃଷ୍ଣଚନ୍ଦ୍ର ପଲାଇ ଙ୍କ ରିପୋର୍ଟ ଆଇ ଜେ ବି ନିୟୁଜ।