ଅନୁଗୁଳ : ଭାରତ ସରକାରଙ୍କ ନବରନ୍ ପ୍ରାପ୍ତ ନ୍ୟାଶନ୍ୟାଲ ଆଲୁମିନିୟମ କମ୍ପାନୀ (ନାଲକୋ)ର ସ୍ପେକ୍ଟର ଓ ପାୱାର କମ, ଅନୁଗୁଳ ଠାରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇ ଯାଇଛି। ପୃଥକ ଭାବେ ୪ଟି ସ୍ଥାନରେ ଆୟୋଜିତ ହେ।ଇଥିବା ଏହି ୪ଟି ବିଶାଳ ଯୋଗ ଶିବିରରେ କମ୍ପାନୀର ସମସ୍ତ ବରିଷ୍ଠ ଅଧିକ।ରୀ ମାନେ, ସମସ୍ତ କର୍ମଚାରୀବୃନ୍ଦ, ଠିକ। କର୍ମଚାରୀଗଣ, କମ୍ପାନୀରେ କାର୍ଯ୍ୟରତ ଟ୍ରେନି କର୍ମଚାରୀ, ତଥା ଦିଲ୍ଲୀ ପବ୍ଲିକ ସ୍କୁଲ ଓ ସରସ୍ବତୀ ବିଦ୍ୟା ମନ୍ଦିରର ସମସ୍ତ ଛାତ୍ର-ଛାତ୍ରୀ ଓ ଶିକ୍ଷକ-ଶିକ୍ଷୟତ୍ରୀ ଅଂଶଗ୍ରହଣ କରିଥିଲେ। ଏତଦ୍ବ।ଦ, କମ୍ପାନୀର ସହଯୋଗୀ ସଂସ୍ଥା ଯଥା: ସିଆଇଏସଏଫ ଓ କରଣ ସିଂହ ସୁରକ୍ଷା ସଂସ୍ଥାର କର୍ମଚାରୀ ମାନେ ମଧ୍ଯ ଅଂଶଗ୍ରହଣ କରିଥିଲେ। ସର୍ବମୋଟ 1550 ରୁ ଊର୍ଦ୍ଧ୍ୱ ଯୋଗାଭ୍ୟାସକାରୀ ଅଂଶଗ୍ରହଣ କରିଥିଲେ ଓ ବିଶିଷ୍ଠ ଯୋଗଗୁରୁ ତଥା Indian Institute of Yogic Science and Research, Angul (IIYSAR) ର ନିର୍ଦେଶକ ସନ୍ୟାସୀ ଯୋଗେଶ୍ବରଙ୍କ ନେତୃତ୍ବରେ ପୃଥକ ଭାବେ ୪ଟି ଯୋଗ ପ୍ରଶିକ୍ଷକଙ୍କ ଟିମ ଦ୍ଵାରା ଏହି ଶିବିରରେ ଯୋଗ।ଭ୍ୟାସ କର।ଯାଇଥିଲା। ଏହି ଶିବିରରେ ସ୍ପେକ୍ଟର ଓ ସିପିପି ତଥା ନାଲକୋର ଉତ୍କଳ D&E କୋଇଲା ଖଣିର ବରିଷ୍ଠ ଅସ୍ଵୀକାରୀ ଯଥା: ଇଡ଼ି ଏନଏସ ସୁବ୍ରମନ୍ୟମ, ଜିଜିଏମ ଗଣ ସଚିଦାନନ୍ଦ ଜେନା, ସତ୍ୟବାଦୀ ମିଶ୍ର, ଅକ୍ଷୟ ବେହେରା, ଦିଲ୍ଲୀପ ବାଗ, ପ୍ରଶାନ୍ତ ତ୍ରିପାଠୀ, ପ୍ରଣବ ଦାସ, ଡାଃ ଆଶୁତୋଷ ରାଉଳ ତଥା ଶୁଭେନ୍ଦୁ ନାୟକ ପ୍ରମୁଖ ଅଂଶଗ୍ରହଣ କରି କର୍ମଚାରୀ ମାନଙ୍କୁ ଯୋଗ ପ୍ରତି ଚେତନା ସୃଷ୍ଟି କରାଇବାରେ ସହାୟକ ହୋଇଥିଲେ।
ଆନ୍ତର୍ଜାତୀୟ ଯୋଗ ଦିବସ ଉପଲକ୍ଷେ ‘ଏକ ପେଡ ମା କେ ନାମ’ କିମ୍ବା ‘ଏକ ବୃକ୍ଷ ଆମ ମାଁଙ୍କ ନମରେ’ ମଧ୍ୟ ଆୟୋଜିତ ହୋଇଥିଲା।

ଏହି କାର୍ଯ୍ୟକ୍ରମରେ ସମସ୍ତ ବରିଷ୍ଠ ଅଧିକାରୀ ଓ ୟୁନିୟନର କର୍ମକର୍ତ୍ତା ମାନେ ବୃକ୍ଷ ରୋପଣ କରିଥିଲେ। ଜିଜିଏମ ଶୁଭେନ୍ଦୁ ନାୟକଙ୍କ ତତ୍ବାବଧାନରେ ଲୋକସମ୍ପର୍କ ବିଭାଗ ଦ୍ବାରା ଓ ଅନ୍ୟାନ୍ୟ ବିଭାଗ ଯଥା ଉଦ୍ୟାନ, ଡ଼ିପିଏସ ଓ ଏସଭିଏମ ସ୍କୁଲ ଓ ଟ୍ରେନିଂ ସେକ୍ଟର ମିଳିତ ପ୍ରୟାସରେ ଆନ୍ତର୍ଜାତୀୟ ଯୋଗ ଦିବସର ସଫଳ ଆୟୋଜନ ହୋଇଥିଲା। ଶ୍ରୀ ସମୀର ମାଝି, ଲୋକସମ୍ପର୍କ ଅଧିକାରୀ ଏହି ଯୋଗ ଦିବସ ପାଳନରେ ନୋଡାଲ ଅଫିସର ରୂପେ କାର୍ଯ୍ୟ ସମ୍ପାଦନ କରିଥଲେ।

