You are currently viewing ଗରୀବର ବନ୍ଧୁ ଶିକ୍ଷୟତ୍ରୀ ରଶ୍ମିତାଙ୍କ ଶୀତ ବସ୍ତ୍ର ଓ ଶୁଖିଲା ଖାଦ୍ୟ ବଣ୍ଟନ
ଗରୀବର ବନ୍ଧୁ ଶିକ୍ଷୟତ୍ରୀ ରଶ୍ମିତାଙ୍କ ଶୀତ ବସ୍ତ୍ର ଓ ଶୁଖିଲା ଖାଦ୍ୟ ବଣ୍ଟନ

ହିଞ୍ଜିଳିକାଟୁ :- ୦୪/୦୨ ( ସୁରେନ୍ଦ୍ର ନାୟକ)ମାନବ ସେବା ମାଧବ ସେବା ଏବଂ ମାନବ ସମାଜକୁ ଭଲପାଇ ଅନ୍ୟର ଦୁଃଖ ଦୂର କରିବାପାଇଁ ଚେଷ୍ଟା ଜାରି ରଖିଛନ୍ତି ଶିକ୍ଷୟତ୍ରୀ ରଶ୍ମିତା ରାଉଳ । ଗରିବଙ୍କ ସେବା କରିବାରେ ଶ୍ରେୟ ଭାବି ବୈବାହିକ ଜୀବନର କଷ୍ଟକୁ ପଛରେ ପକାଇ ସମାଜସେବାରେ ନିଜକୁ ସେ ନିୟୋଜିତ କରିଛନ୍ତି । ପ୍ରଥମେ ଧରାକୋଟ ଅନାଥ ଆଶ୍ରମରେ ଆରମ୍ଭ କରିଥିଲେ ମାନବସେବା । ପରେ ପରେ ଆପଣାଇଲେ ଗରିବଙ୍କ ସେବା । ଗରିବଙ୍କ ସେବା କରିବା ନେଇ ନିଜର ଖର୍ଚ୍ଚକୁ କମାଇଥିଲେ ସେ ।

ସରକାରୀ ଛୁଟି ଦିନରେ ଦେଖିବାକୁ ମିଳେ ଅନାଥ ଆଶ୍ରମରେ ତ କେତେବେଳେ ମିଳେ ଗରିବଙ୍କ ପାଖରେ । ଶିକ୍ଷକତା କରି ମିଳିବା ଅର୍ଥରୁ ଗରୀବ ପାଇଁ କରନ୍ତି ଖର୍ଚ୍ଚ ।ନିଜର ଚଳିବା ପାଇଁ ଯେତିକି ଅର୍ଥ ଦରକାର ସେତିକି ହିଁ ରଖିବା ଏବଂ ବଳକା ଅର୍ଥକୁ ଗରିବଙ୍କ ସେବା ଯୋଗାଇବା । ସେପରି ଏକ ମହିଳାଙ୍କୁ ଦେଖିବା ପାଇଁ ମିଳିଛି ହିଞ୍ଜିଳି ବ୍ଲକ ଅନ୍ତର୍ଗତ ବୁରୁପଡା ପଞ୍ଚାୟତ ର ହରିଜନ ବସ୍ଥିରେ । ସେ ଆଉ କେହି ନୁହଁନ୍ତି ହିଞ୍ଜିଳି ମାଟିର ନାତୁଣୀ ରଶ୍ମିତା ରାଉଳ ।ପିଲାଟି ଦିନରୁ ଅଜା , ଆଇଙ୍କ ପାଖରେ ରହି ବୁରୁପଡ଼ା ସ୍ଥିତ ଭଗବତୀ ବିଦ୍ୟାପିଠ ହାଇସ୍କୁଲରେ ପାଠପଢି ବଡ ହୋଇ ଶିକ୍ଷୟିତ୍ରୀ ପରେପରେ ବୈବାହିକ ଜୀବନର ଦୁଃଖ କଷ୍ଟ କୁ ସମ୍ଭାଳି ମାନବସେବା କୁ ଆପଣାର କରି ଆତ୍ମସନ୍ତୋଷ ପାଇଛନ୍ତି ସେ । ବିଦ୍ୟାଳୟର ଶନିବାର ଛୁଟି ସମୟ ପରେ ପହଞ୍ଚି , ନିଜ ଅଜା , ଆଇ ଗାଁ ପାଠପଢା ଖେଳବୁଲ କରି ଶିକ୍ଷିତ ହୋଇଥିବା ମାଟିକୁ ଆସିଥିଲେ ଗରିବଙ୍କ ପାଇଁ ଶୀତବସ୍ତ୍ର ,ପାଣି ବୋତଲ ସହ କିଛି ଶୁଖିଲା ଖାଦ୍ୟ ସାମଗ୍ରୀ ଯୋଗାଇ ନିଜକୁ ଖୁସି ଅନୁଭବ କଲେ ଶିକ୍ଷୟିତ୍ରୀ ରଶ୍ମିତା ।